• ବେତାର ବ୍ୟୁରୋ

ବୃଷ ରାଶିରେ ଶୁକ୍ର : ଏହି 7 ରାଶି ପାଇଁ ଶୁଭ ସମୟ


(ବେତାର ବ୍ୟୁରୋ) ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଏକ ଆଧ୍ୟାତ୍ମିକ ଗୁରୁ ହିସାବରେ ବର୍ଣ୍ଣନା କରାଯାଇ ଦେଖାଯାଇଥାଏ ଏବଂ ଧନ ସମ୍ପତ୍ତି, ବିଳାସବ୍ୟସନ (ନୂଆ ମୋବାଇଲ ବା ଗାଡି ଇତ୍ୟାଦି କିଣିବା) ସହିତ ଶୁକ୍ର ଗ୍ରହକୁ ଯୋଡ଼ାଯାଇ ଦେଖାଯାଇଥାଏ । ଏହି ଚଳନରେ ଜୁନ 4 ମଧ୍ୟାହ୍ନରୁ ଆରମ୍ଭ ହେଇ 23 ଦିନ ଯାଏଁ ଅର୍ଥାତ ଜୁନ 29 ଯାଏଁ ଶୁକ୍ର ଗ୍ରହ ବୃଷ ରାଶିରେ ଅବସ୍ଥାନ କରିବେ ।

ଏହି ଚଳନ ପ୍ରଭାବରେ ସାତଟି ରାଶିର ବ୍ୟକ୍ତିଙ୍କୁ ଫାଇଦା ହେଉଥିବା ବେଳେ ଗୋଟିଏ ରାଶିକୁ ମିଶ୍ରିତ ଫଳ ଓ ଅନ୍ୟ ଚାରୋଟିକୁ କମ ଶୁଭ ଫଳ ଦେବ । ଆସନ୍ତୁ ଜାଣିବା କେଉଁ ରାଶିରେ କ'ଣ ପ୍ରଭାବ ପଡିବ ।

ମେଷ: ଏହି ଗୋଚର ଆପଣଙ୍କ ବାଣୀକୁ ସୁଦୃଢ କରିବ । କଥା କହି ଆପଣ ଲୋକଙ୍କୁ ପ୍ରଭାବିତ କରିପାରିବେ ଓ ଏହା ଫଳରେ ଆପଣଙ୍କ ଧନଲାଭ ହେବାର ଯୋଗ ମଧ୍ୟ ରହିଛି । ଏହି ଗୋଚର ସମୟରେ ଆପଣ ସ୍ଵାଦିଷ୍ଟ ବ୍ୟଞ୍ଜନ ଖାଇବାକୁ ପାଇବେ । ବିବାହ ବା ସେହିପରି ଉତ୍ସବରେ ଯିବାକୁ ମଉକା ମିଳିପାରେ । ଶୁଭ ଫଳ ପାଇଁ ଶୁକ୍ରବାର ଶିବ ମନ୍ଦିରରେ ଦହି ଓ ଚାଉଳ ଭୋଗ କରନ୍ତୁ ।

ବୃଷ: ଏହି ଚଳନରେ ଆପଣଙ୍କୁ ମାନସିକ ତୃପ୍ତି ମିଳିବାର ଯୋଗ ରହିଛି । ଆପଣଏନକେ ବ୍ୟକ୍ତିତ୍ବ ଆକର୍ଷଣୀୟ ହେବ ଓ ବିପରୀତ ଲିଙ୍ଗା କିମ୍ବା ନିଜ ବ୍ୟବସାୟିକ ପାର୍ଟନରଙ୍କୁ ନିଜ କଥାରେ ପ୍ରଭାବିତ କରିପାରିବେ । ସମାଜରେ ଆପଣଙ୍କ ସମ୍ମାନ ବଢିପାରେ । ସେହିପରି ସ୍ୱାସ୍ଥ୍ୟ ମଧ୍ୟ ଏହି ଗୋଚର ସମୟରେ ଉତ୍ତମ ରହିବ ।

ମିଥୁନ: ଏହି ଗ୍ରହ ଚଳନ ଫଳରେ ଆପଣ ନିଜ ପାଇଁ ବା ଘର ପାଇଁ କୌଣସି ସୌଖୀନ ଓ ମୁଲ୍ୟବାନ ବସ୍ତୁ କିଣିପାରନ୍ତି, ଯେଉଁଥିପାଇଁ ଖର୍ଚ୍ଚ ବଢିପାରେ । ଏହି ଚଳନ ଆପଣଙ୍କ ପାଇଁ କିଛିଟା ପ୍ରତିକୂଳ ପରିସ୍ଥିତି ଆଣିପାରେ, ସେଥିପ୍ରତି ସଜାଗ ରୁହନ୍ତୁ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ ।

କର୍କଟ: ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ । ଏହି ଗ୍ରହ ଚଳନ ଫଳରେ ଅଫିସରେ ଅଟକିଥିବା କାମ ଆଗକୁ ବଢିବ । ଫସି ରହିଥିବା ପଇସା ମିଳିପାରେ ବା ଆୟରେ ବୃଦ୍ଧି ହେଇପାରେ । ପ୍ରେମ ସମ୍ବନ୍ଧ ଉତ୍ତମ ରହିବ । ବହୁ ଦିନର ଇଚ୍ଛା ପୂରଣ ହେଇପାରେ ।

ସିଂହ: ଏହି ଗ୍ରହ ଚଳନ ଫଳରେ ଆପଣଙ୍କ ଅଫିସରେ ବା କର୍ମକ୍ଷେତ୍ରରେ ଆପଣଙ୍କ ମାନସମ୍ମାନ ବଢିବ ଯୋଗ ରହିଛି । ଚାକିରି ପାଇଁ କିମ୍ବା ପଦୋନ୍ନତି ପାଇଁ ଅପେକ୍ଷା କରିଥିଲେ ଶୁଭ ଖବର ମିଳିପାରେ । ଏହି ସମୟରେ ପିତାଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ । କର୍ମକ୍ଷେତ୍ରରେ କୌଣସି ମହିଳାଙ୍କ ସମର୍ଥନ ମିଳିବ ଓ ଏହି ସମୟରେ କୌଣସି କାରଣ ବଶତଃ ପତ୍ନୀଙ୍କ ଠାରୁ ଦୂରରେ ରହି ପାରନ୍ତି ।

କନ୍ୟା: ଏହି ଗ୍ରହ ଚଳନରେ ଆପଣଙ୍କୁ କୌଣସି ଦୂର ସ୍ଥାନକୁ ଯିବାର ସଙ୍କେତ ରହିଛି । ସମାଜରେ ମାନ-ସମ୍ମାନ ବଢିବା ସହିତ ଆର୍ଥିକ ଲାଭର ଯୋଗ ମଧ୍ୟ ରହିଛି । ତେବେ ପ୍ରେମ ସମ୍ବନ୍ଧରେ କୌଣସି କାରଣ ପାଇଁ ମନ ଉଦାସ ରହିପାରେ । ଏଣୁ ନିଜ ପ୍ରେମୀ ବା ଜୀବନସାଥିଙ୍କ ମନରେ କୌଣସି ସନ୍ଦେହ ଥିଲେ ତୁରନ୍ତ ଦୂର କରିବାକୁ ଚେଷ୍ଟା କରନ୍ତୁ ।

ତୁଳା: ଏହି ଗ୍ରହ ଚଳନ ସମୟରେ ଆପଣଙ୍କ ଜୀବନରେ ଅଚାନକ କିଛି ଘଟଣା ଘଟିବ ଯାହା ସକାରାତ୍ମକ ବା ନକରାତ୍ମକ ଭାବେ ଆପଣଙ୍କ ଜୀବନକୁ ପ୍ରଭାବିତ କରିପାରେ । ଏହି ସମୟରେ ଆପଣ କୌଣସି ଏକ ରହସ୍ୟ ଜାଣିବାକୁ ଇଚ୍ଛା ପ୍ରକାଶ କରିବେ । ଛୋଟିଆ ମୋଟିଆ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।ଅଚାନକ ଆର୍ଥିକ ଲାଭ ବା ଉପହାର ପାଇବାର ଯୋଗ ମଧ୍ୟ ରହିଛି ।

ବିଛା: ଏହି ଗ୍ରହ ଚଳନ ସମୟରେ ଆପଣ ଯଦି ଅବିବାହିତ ତେବେ ବିବାହ କରିବା ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି । ଯଦି ବିବାହିତ ତେବେ ଘର କିଣିବା ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିପାରନ୍ତି । ଏହି ଗୋଚର ଫଳରେ ନିଜେ ଜୀବନସାଥି/ପ୍ରେମିକାଙ୍କ ସହିତ ଅଧିକ ସମୟ ବିତେଇବାକୁ ମଉକା ମିଳିପାରେ । ସେହିପରି ଯଦି ପାର୍ଟନରଶିପରେ ବ୍ୟବସାୟ କରୁଥାନ୍ତି , ତେବେ ଲାଭାନ୍ଵିତ ହେଇ ପାରନ୍ତି ।

ଧନୁ: ଏହି ଗ୍ରହ ଚଳନ ଆପଣଙ୍କ ପାଇଁ ସେତେଟା ଭଲ ନ ହେଇ ପାରେ । ଶତ୍ରୁପକ୍ଷ ଆପଣଙ୍କୁ ଘେରିବାକୁ ଚେଷ୍ଟା କଲେ ମଧ୍ୟ ଆପଣ ସେମାନଙ୍କୁ ନିପାତ କରିବାରେ ସକ୍ଷମ ହେବେ । ତେବେ ଆର୍ଥିକ ଦୃଷ୍ଟିକୋଣରୁ ଅଧିକ ଖର୍ଚ୍ଚ ହେଇପାରେ ବା ଲୋନ ନେଇପାରନ୍ତି । ମହିଳା ମାନଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ । କର୍ମକ୍ଷେତ୍ରରେ ପରିଶ୍ରମର ଫଳ ମିଳିପାରେ ।

ମକର: ଏହି ଗ୍ରହ ଚଳନ ସମୟରେ ଆପଣ ନିଜ ଜୀବନ ସାଥିଙ୍କସହିତ ସମ୍ବନ୍ଧ ମଜବୁତ କରିବାକୁ ଚାହିଁବେ । ଏଥିଆପାଇଁ ଆପଣ ନିଜ ଚାକିରି ମଧ୍ୟ ପରିବର୍ତ୍ତନ କରିବା ବିଷୟରେ ଭାବି ପାରନ୍ତି। ତେବେ ଯଦି କର୍ମକ୍ଷେତ୍ର ପରିବର୍ତ୍ତନ କରନ୍ତି ,ତାହା ଆପଣଙ୍କ ପାଇଁ ଶୁଭ ହେବ । ଆୟ ବୃଦ୍ଧିର ଯୋଗ ରହିଛି । ପାରିବାରିକ ସମ୍ବନ୍ଧ ଉତ୍ତମ ରହିବା ସହିତ ଘରେ ଖୁସିବାସିର ପରିବେଶ ରହିବ ।

କୁମ୍ଭ: ଚଳିତ ଶୁକ୍ର ଗ୍ରହ ଚଳନ ଆପଣଙ୍କ ପାଇଁ ଏକ ସୁଖବର ଆଣିପାରେ ତଥା ମନ ପ୍ରସନ୍ନ ରହିବ । କୌଣସି କାରଣ ପାଇଁ ଘରଠୁ ଦୂରକୁ ଯାତ୍ରା କରିବାକୁ ପଡିପାରେ । ତେବେ ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ । ଏହି ଗୋଚର ସମଯେ ବିଶେଷ ଉନ୍ନତିର ଯୋଗ ଦେଖାଉଛି ।

ମୀନ: ଏହି ଗ୍ରହ ଚଳନ ସମୟରେ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ମିଡିଆ, କଳା ସମ୍ବନ୍ଧୀୟ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନେ ଅଧିକ ସଫଳତା ପାଇବେ । କ୍ଯାରିୟର ଖେୟରରେ ଏହି ଶୁକ୍ର ଗୋଚର ଫାଇଦା ଦେଇପାରେ । ଚାକିରି ରେ ପରିବର୍ତ୍ତନ କରିବାକୁ ଭାବି ପାରନ୍ତି ବା କରିପାରନ୍ତି । ନିଜ କଥା କହିବା ଶୈଳୀରେ ଅନ୍ୟକୁ ପ୍ରଭାବିତ କରିପାରିବେ ।

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି , ଦଶା ଫଳ ତଥା ଜନ୍ମଜାତକରେ ଗ୍ରସ୍ତ ସ୍ଥିତି ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

#astrology #venusentersinsagitarius

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon