• ବେତାର ବ୍ୟୁରୋ

ଭାରତ-ଦ.ଆଫ୍ରିକା ମ୍ୟାଚ :  ସଟ୍ଟା ବଜାରରେ ଏମିତି ଲାଗୁଛି ବାଜି


(ବେତାର ବ୍ୟୁରୋ) ଚଳିତ ବିଶ୍ବକପ୍‌ରେ ଭାରତ ଟୁର୍ଣ୍ଣାମେଣ୍ଟର ୭ମ ଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ତେବେ ଦକ୍ଷିଣ ଆଫ୍ରିକା ପୂର୍ବରୁ ୨ଟି ମ୍ୟାଚ୍ ଖେଳି ସାରିଥିବା ବେ​‌େ​‌ଳ ଏହା ତା’ର ୩ୟ ମ୍ୟାଚ୍ ହେବ। ସେହି ହିସାବରେ ଦେଖିବାକୁ ଗଲେ ଇଂଲଣ୍ଡ ପିଚ୍ ଓ ବାତବାରଣ ସହ ବିଶ୍ବକପ୍ ପରିବେଶ ସହ ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକା ଅଧିକ ପରିଚିତ। ତେବେ ଏହା ମଧ୍ୟ ସତ ଯେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ୨ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି।ଆସନ୍ତୁ ଜାଣିବା ସଟ୍ଟା ବଜାରରେ କାହା ସପକ୍ଷରେ ପଇସା ଲାଗୁଛି ।

ବିଭିନ୍ନ ଆଇନ ଅନୁମୋଦିତ ସଟ୍ଟା ବଜାର ୱେବ୍ ସାଇଟ ଅନୁସାରେ ପିଚ ରିପୋର୍ଟ, ପାଣିପାଗ ରିପୋର୍ଟ, ଓ ଉଭୟ ଦଳର ଖେଳାଳିଙ୍କୁ ନେଇ ସଟ୍ଟା ବା ବାଜି ଲାଗୁଛି । ଏହି ହିସାବରେ ଭାରତ କ୍ରିକେଟ ଦଳ ବର୍ତ୍ତମାନ ସମସ୍ତଙ୍କ ପ୍ରିୟ ରହିଛି । ଅଧିକାଶ ବାଜିରେ ଭାରତୀୟ ଦଳ ଜିତିବ ବୋଲି ଅନୁମାନ କରି ସଟ୍ଟା ଲଗାଯାଉଛି ।

ଏହି ଅନୁସାରେ ଭାରତୀୟ ଦଳର ହିସାବ ରହିଛି 2/1 ।ଅର୍ଥାତ ଟ .1 ବାଜି ଲଗେଇଲେ ଭାରତ ଜିତିଲେ ମିଳିବ ଟ.2 । ଆଉ କେଉଁଠି 4/9 ରହିଛି ।ଅର୍ଥାତ ଟ.9 ଲଗେଇଲେ ଭାରତ ଜିତିବା ପରେ ମିଳିବ ଟ. 4 ।

ସ୍ଵାଭାବିକ ଭାବେ ଭାରତ ଜିତିବ ବୋଲି ସମସ୍ତେ ଆଶା କରୁଥିବାରୁ ଦକ୍ଷିଣ ଆଫ୍ରିକା ସପକ୍ଷରେ ପଇସା ଲଗେଇଲେ ଅଧିକ ପଇସା ଫେରସ୍ତ ମିଳିବାର ସୁଯୋଗ ରହିଛି । ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଆଫ୍ରିକା ଦଳର ହିସାବ ରହିଛି 7/4 ।ଅର୍ଥାତ ଟ.4 ବାଜି ଲଗେଇଲେ ଦ.ଆଫ୍ରିକା ଜିତିବା ପରେ ମିଳିବ ଟ. 7 ।

କେବଳ ସେତିକି ନୁହେଁ ଭଲ ବ୍ୟାଟିଂ କିଏ କରିବ ସେଥିପ୍ରତି ମଧ୍ୟ ବାଜି ଲାଗିଛି । ବିରାଟ କୋହଳିଙ୍କ ପ୍ରଦର୍ଶନ ଉପରେ 2/1 ବାଜିଥିବା ବେଳେ , ଦ.ଆଫ୍ରିକାର ଡୂ ପ୍ଳେସିସ ଙ୍କ ପାଇଁ ଲାଗୁଥିବା ବାଜି ହେଉଛି 7/2 ।

ଦଳ ସ୍ଥିତି

ଆଇସିସି ଦିନିକିଆ ମାନ୍ୟତାରେ ଉଭୟ ଦଳଙ୍କ ମଧ୍ୟରେ ବିଶେଷ ଫରକ ନାହିଁ। ଭାରତର ମାନ୍ୟତା ୨ ଥିବା ବେଳେ ଦକ୍ଷିଣ ଆଫ୍ରିକା ୩ୟ ସ୍ଥାନରେ ରହିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ କ୍ରିକେଟ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଆହତଗତ ସମସ୍ୟାରେ ଜର୍ଜରିତ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବାକୁ କୋହଲି ଲକ୍ଷ୍ୟ ରଖିଛନ୍ତି।

ତେବେ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡଠାରୁ ଶତାଧିକ ରନ୍‌ରେ ହାରିବା ପରେ ବାଂଲାଦେଶଠାରୁ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଛି। ତେଣୁ ଭାରତ ବିପକ୍ଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ବିଜୟଧାରାକୁ ଫେରିବା ପାଇଁ ଏହା ବ୍ୟଗ୍ର। ଅନ୍ୟପକ୍ଷରେ ବିଜୟ ସହ ତା’ର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାକୁ ଭାରତୀୟ ଦଳ ନିଶ୍ଚୟ ଲକ୍ଷ୍ୟରଖିଛି।

ସମ୍ଭାବିତ ରଣନୀତି

ଦକ୍ଷିଣ ଆଫ୍ରିକା : କ୍ରମାଗତ ୨ଟି ମ୍ୟାଚ୍ ହାରି ଦକ୍ଷିଣ ଆଫ୍ରିକା ଏବେ ଆତ୍ମବିଶ୍ବାସ ହରାଇ ସାରିଛି। ଏହାସହ ଦଳର ଦୁଇ ପ୍ରମୁଖ ଫାଷ୍ଟବୋଲର ଆହତହେବା ଦକ୍ଷିଣ ଆଫ୍ରିକା ପାଇଁ ବୋଝ ଉପରେ ନଳିତା ବିଡ଼ା ପରି ହୋଇଛି। ଲୁଙ୍ଗି ଏନ୍‌ଗିଡି ଆହତ ହୋଇ ଭାରତ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡ଼ିଥିବା ବେଳେ ଅଭିଜ୍ଞ ଡେଲ୍‌ ଷ୍ଟେନ୍ ପୂରା ବିଶ୍ବକପ୍‌ରୁ ବାଦ୍ ପଡ଼ିଛନ୍ତି। ହେଲ୍‌ମେଟରେ ବଲ୍ ବାଜିବା ପରେ ହାସିମ୍ ଆମ୍‌ଲା ଆହତ ହୋଇଥି​‌େ​‌ଲ ହେଁ ତାଙ୍କୁ ଖେଳାଇବା କଥା ଦକ୍ଷିଣ ଆଫ୍ରିକା ବିଚାର କରିପାରେ।

ଓପ୍‌ନର କ୍ବିଣ୍ଟନ ଡି କକ୍ ଓ ଅଧିନାୟକ ଫାଫ୍ ଡୁ ପ୍ଲେସିଙ୍କୁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଭାର ସମ୍ଭାଳିବାକୁ ପଡ଼ିବ। କାରଣ ଦକ୍ଷିଣ ଆଫ୍ରିକା ବ୍ୟାଟିଂରେ ଦକ୍ଷତା ଥିଲେ ହେଁ ଅଭିଜ୍ଞତାର ଅଭାବ ରହିଛି।

ଭାରତ : ଦକ୍ଷିଣ ଆଫ୍ରିକା ପରି ଦଳକୁ ଦୁର୍ବଳ ମନେକରିବା ଆତ୍ମଘାତୀ ହୋଇପାରେ ବୋଲି ପ୍ରଶିକ୍ଷକ ରବି ଶାସ୍ତ୍ରୀ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ସାଉଥାମ୍ପ୍‌ଟନର ପିଚ୍ ବ୍ୟାଟିଂ ସହାୟକ ହେବ। ପାଗ ମେଘୁଆ ରହିବା ସହ ମଝିରେ ମଝିରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରା ଯାଇଥିବାରୁ ଚୂଡ଼ାନ୍ତ ଏକାଦଶ ବାଛିବା ଭାରତ ପାଇଁ ସହଜ ହେବନାହିଁ।

ଜଣେ ସ୍ପିନରଙ୍କୁ ବସାଇ ୩ୟ ପେସ୍ ବୋଲର ଭାବେ ଭୁବନେଶ୍ବର କୁମାରଙ୍କୁ ଖେଳାଇବା କଥା କୋହଲି ବିଚାର କରୁଛନ୍ତି। ପୁଣି ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ରବୀନ୍ଦ୍ର ଜାଡ଼େଜାଙ୍କୁ ଖେଳାଇବା କଥା ମଧ୍ୟ ଭାରତ ଚିନ୍ତା କରିପାରେ। ଭାରତୀୟ ଦଳ ଭଲଭାବେ ଜାଣିଛି ଯେ ଏପରି ବାତାବରଣରେ କାଗିସୋ ରାବାଡ଼ାଙ୍କ ଏକ ଭଲ ବୋଲିଂ ସ୍ପେଲ୍‌ ଭାରତୀୟ ବ୍ୟାଟିଂ ଦୁର୍ବଳତା ପଦାରେ ପକାଇପାରେ।

ଭାରତର ସଫଳତା ପାଇଁ ଓପ୍‌ନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ ସଫଳହେବା ବେଶ୍ ଆବଶ୍ୟକ। କାରଣ ଭାରତୀୟ ବ୍ୟାଟିଂ ଲାଇନ୍‌ର ପ୍ରଥମ ୩ ଜଣ ହିଁ ମ୍ୟାଚ୍ ବିଜେତା।

#Cricket #worldcup2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon