• ବେତାର ବ୍ୟୁରୋ

ଆରମ୍ଭ ହେଲା +2 ଆଡମିଶନ : ଏମିତି ହେବ ଅନଲାଇନରେ ନାମ ଲେଖା


(ବେତାର ବ୍ୟୁରୋ) ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀମାନେ ଗୁରୁବାରଠାରୁ +2 ପାଠ୍ୟକ୍ରମ ପାଇଁ ନାମ ଲେଖାଇ ପାରିବେ । ଚଳିତ ଶିକ୍ଷାବର୍ଷଠାରୁ କେବଳ ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରାସନ କରିବାର ନିୟମ ରହିଛି ।

ଛାତ୍ରଛାତ୍ରୀମାନେ www.samodisha.gov.in ୱେବସାଇଟ ଯାଇ ସେଠାରେ ନିଜର ମୋବାଇଲ ନମ୍ବର, ଇମେଲ ଆଇଡି ଦେଇ ପଞ୍ଜୀକରଣ କରିପାରିବେ । ତେବେ ମନେ ରଖିବାକୁ ହେବ ଯେ ଗୋଟିଏ ଆବେଦନକାରୀ କେବଳ ଗୋଟିଏ ଫୋନ ନମ୍ବର ଦେଇ ଆବେଦନ କରିପାରିବେ ।

ଚଳିତ ବର୍ଷ ପରୀକ୍ଷା ପଦ୍ଧରୀ ତିନି ସ୍ତରରେ ହେବ । ପ୍ରଥା ପର୍ଯ୍ୟାୟ, ଦ୍ଵିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟର ସ୍ପଟ ଆଡମିଶନ । ଅନଲାଇନରେ ଆବେଦନ ପ୍ରକ୍ରିୟା ସମାପ୍ତ ହେବାପରେ ହିଁ ସ୍ପଟ ଆଡମିଶନ ଆରମ୍ଭ ହେବ ।

ଯେଉଁ ଛାତ୍ରଛାତ୍ରୀମାନେ ତାଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନ ଛଡା ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ଯିବା ପାଇଁ ଚାହୁଁ ଥିବେ ସେମାନଙ୍କୁ SLIDE UP ଅପସନ ବ୍ୟବହାର କରି Yes କରିବାକୁ ପଡିବ । ଅର୍ଥାତ ଯଦି ଜଣେ ଛାତ୍ର/ଛାତ୍ରୀଙ୍କ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ହାଇଅର ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇବା ପାଇଁ ଚୟନ ହେଇଛି , କିନ୍ତୁ ସେ ରେଭେନ୍ସାରେ ପଢିବା ପାଇଁ ଇଚ୍ଛୁକ, ତେବେ SLIDE UP ଅପ୍ସନର ବ୍ୟବହାର କରିପାରିବେ ,। ଏହି ଅପ୍ସନ ଫଳରେ ଯଦି ସେହି +2 ଶିକ୍ଷାନୁଷ୍ଠାନରେ ସିଟ ଖାଲି ରୁହେ , ତେବେ ଅପ୍ସନ ବାଛିଥିବା ଛାତ୍ର/ଛାତ୍ରୀ ରେଭେନ୍ସାରେ ଆଡମିଶନ କରିପାରିବେ ।

ରାଜ୍ୟରେ ଥିବା ୧୬ଶହରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ କନିଷ୍ଠ ମହାବିଦ୍ୟାଳୟ)ସେଲ୍ଫ ଫାଇନାନ୍‌ସିଂ କଲେଜ, ଉପଶାସ୍ତ୍ର ଓ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଗୁରୁବାର ପୂର୍ବାହ୍ନ ୧୧ଟାରୁ ସାମ୍ସ ୱେବ୍‌ସାଇଟ୍‌କୁ ଲଗ୍‌ଇନ୍‌ କରି ବିଦ୍ୟାର୍ଥୀ ଆବେଦନ କରିପାରିବେ।

ଜରୁରୀ ତାରିଖ

ଜୁନ୍‌ ୨୦ ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିପାରିବେ।

ଜୁନ୍‌ ୨୧ ତାରିଖ ସୁଦ୍ଧା CAF କ୍ୟାଫ୍‌ର(ହାର୍ଡ କପି) ପ୍ରିଣ୍ଟ କପି ସହ ଆବଶ୍ୟକ କାଗଜପତ୍ର ସାମ୍ସ ରିସୋର୍ସ ସେଣ୍ଟରରେ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି।

ଜୁନ୍‌ ୨୬ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ପ୍ରକାଶ ପାଇବ। ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁନ୍‌ ୨୮ରୁ ଜୁଲାଇ ୨ ମଧ୍ୟରେ ଧାର୍ଯ୍ୟ ତାରିଖରେ ନାମ ଲେଖାଇପାରିବେ।

ଜୁଲାଇ ୮ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୯ରୁ ୧୧ ମଧ୍ୟରେ ନାମଲେଖା ହେବ।

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନାମଲେଖା ତାଲିକା ନିୟମିତ ଭାବେ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ। ଜୁଲାଇ ୧୬ରେ ଖାଲିଥିବା ସିଟ୍‌ ତାଲିକା ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ। ପରେ ୨୮ ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ।

ଯୋଗ୍ୟ ବିଦ୍ୟାର୍ଥୀ ୨୦ରୁ ୨୨ ମଧ୍ୟରେ ସ୍ପଟ୍‌ରେ ନାମ ଲେଖାଇପାରିବେ।

ଜୁଲାଇ ୨୪ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

#collegeadmission #2admission #Career

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon