• ବେତାର ବ୍ୟୁରୋ

ଡିପ୍ରେସନର ଶିକାର ହେଉଥିଲେ ଆପଣାନ୍ତୁ ଏହି 4 ଉପାୟ


(ବେତାର ବ୍ୟୁରୋ) ଆଜିକାଲିର ବ୍ୟସ୍ତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି। କାରଣ ବଡ ସହରରେ ଅଧିକାଂଶ ସମୟ ଏକୁଆଟିଆରେ କଟେଇବାକୁ ପଡେ । ସଦାସର୍ବଦା ଦୁଃଖ ବାଣ୍ଟିବାକୁ କେହି ପାଖରେ ନ ଥାନ୍ତି । ଫଳରେ ମନୁଷ୍ୟ ଚିନ୍ତାଗ୍ରସ୍ତ ହେଇଥାଏ ।

ଏହି ଚିନ୍ତା ଯୋଗୁ ଉଚ୍କ ରକ୍ତଚାପ, କୋଷ୍ଠକାଠିନ୍ୟ, ମୁଣ୍ଡବିନ୍ଧା ଊତ୍ଯାଦି ଅନେକ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେବାର ସମ୍ଭାବନା ମଧ୍ୟ ରହିଥାଏ। ଏହାର ମୂଳ କାରଣ ହେଉଛି ଆଜିକାଲୀର ବ୍ୟସ୍ତ ଜୀବନଶୈଳୀ । ତେବେ ଏ ପ୍ରକାର ଜୀବନଶୈଳୀ ଯୋଗୁ ଚିନ୍ତାରୁ ଦୂରେଇ ରହିବା କଷ୍ଟକର। ହେଲେ ଏପରି କିଛି ଉପାୟ ରହିଛି ମାତ୍ର ସହଜ ଉପାୟରେ ଏଥିରୁ ଆମେ ଦୂରେଇ ରହିପାରିବା।

ଆସନ୍ତୁ ଜାଣିବା ସେଗୁଡିକ କଣ

ଅଧିକ ଚିନ୍ତା କରନ୍ତୁ ନାହିଁ: ଚିନ୍ତାରେ ଥିବା ସମୟରେ ଜଣେ ବ୍ୟକ୍ତି ମୁଣ୍ଡରେ ଭିନ୍ନ ପ୍ରକାରର କଥା/ଭାବନା ଆସିଥାଏ। ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିବା କ୍ଷତିକାରକ। ଏହାଦ୍ୱାରା ଜଣେ ବ୍ୟକ୍ତି ମାନସିକ ରୋଗୀ ହୋଇଯାଇପାରେ। ତେଣୁ ଚିନ୍ତାରୁ ମୁକ୍ତିପାଇବା ପାଇଁ ହେଲେ ଅଧିକ ଚିନ୍ତା କରନ୍ତୁ ନାହିଁ। ଯଦି ସେମିତି କିଛି କଥା ଆପଣଙ୍କ ମନରେ ରହିଥାଏ ତେବେ ବନ୍ଧୁଙ୍କ ସହ ଶେୟାର କରନ୍ତି।

ଏକାକୀ ରୁହନ୍ତୁ ନାହିଁ: ଯେତେବେଳେ କୌଣସି ବ୍ୟକ୍ତି ଚିନ୍ତାରେ ପଡ଼ନ୍ତି ସେ ଏକାକୀ ରହିବାକୁ ପସନ୍ଦ କରିଥାନ୍ତି। ଏପରି କରିବା ଦ୍ୱାରା ଚିନ୍ତା ଅଧିକ ବଢ଼ିଯାଇଥାଏ। ତେଣୁ ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ ଏକାକୀ ରହିବା ପରିବର୍ତ୍ତେ ପରିବାର ବା ବନ୍ଧୁଙ୍କ ସହ ସମୟ ବିତାନ୍ତୁ।

ବୁଲିବାକୁ ଯାଆନ୍ତୁ: ଅତ୍ୟଧିକ ଚିନ୍ତାରେ ଥିଲେ କୌଣସି ଏକ ସ୍ଥାନକୁ ବୁଲିବାକୁ ଯାଆନ୍ତୁ। ନିଜ ପସନ୍ଦର ଜାଗାକୁ ଯାଇ କିଛି ସମୟ ବିତାନ୍ତୁ। ଏହାଦ୍ୱାରା ଚିନ୍ତା କିଛି ମାତ୍ରାରେ କମ୍‌ହେବା ସହ ନିଜ ମୁଡ୍‌ ବଦଳିଯିବ।

ମନପସନ୍ଦର ଗୀତ ଶୁଣନ୍ତୁ: ସଂଗୀତ ଶୁଣିବା ଦ୍ୱାରା ଚକ୍ତଚାପ କମ୍‌ ହୋଇଥାଏ। ତେଣୁ ନିଜ ମନପସନ୍ଦର ସଂଗୀତ ଶୁଣି ଚିନ୍ତା କମ୍‌ କରିପାରିବେ ଓ ମନ ପ୍ରଫୁଲ୍ଲ ରହିବ ।

#body #bodycare #healthylife

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon