• ବେତାର ବ୍ୟୁରୋ

ରେଡମିର ଏହି ଫୋନ 2 ଘଣ୍ଟାରେ ଦୁଇ ଲକ୍ଷ ପିସ୍ ବିକ୍ରି : ଭାରତରେ ଜୁଲାଇରୁ ବିକ୍ରି


(ବେତାର ବ୍ୟୁରୋ) ଚୀନ ର ମୋବାଇଲ କମ୍ପାନୀ ଶାଓମିର Redmi ନିକଟରେ ନିଜର ନୂଆ ଫୋନ୍‌ Redmi k20 Pro ଲଞ୍ଚ୍ କରିଥିଲା। ପ୍ରଥମ ସେଲ୍‌ରେ ହିଁ ମାତ୍ର ଦୁଇ ଘଣ୍ଟା ଭିତରେ ଏହି ସ୍ମାର୍ଟଫୋନ୍‌ର ୨ ଲକ୍ଷରୁ ଅଧିକ ୟୁନିଟ୍‌ ବିକ୍ରି ହୋଇଛି।

k20 Proକୁ କମ୍ପାନୀ OnePlus 7 Pro ଓ ସାମସଙ୍ଗ Galaxy S10କୁ ମାର୍କେଟରେ ଟକ୍କର ଦେବା ପାଇଁ ଲଞ୍ଚ୍ କରିଛି। ଚର୍ଚ୍ଚା ହେଉଛି ଯେ ଭାରତରେ ଏହି ଦୁଇଟି ସ୍ମାର୍ଟଫୋନ୍‌କୁ Poco F2 ଓ Poco F2 Pro ଭାବେ ଲଞ୍ଚ୍ କରାଯିବ।

ସ୍ପେଶିଫିକେଶନ୍ କଥା କହିଲେ, Redmi K20ରେ ସ୍ନାପଡ୍ରାଗନ ୭୧୦ ଓ Redmi K20 Proରେ ଫ୍ଲାଗଶିପ୍ ସ୍ନାପଡ୍ରାଗନ୍ ୮୫୫ ପ୍ରୋସେସର ଦିଆଯାଇଛି। ସବୁଠୁ ଖାସ୍‌ କଥା ହେଉଛି ଏହି ଦୁଇଟିଯାକ ସ୍ମାର୍ଟଫୋନ୍‌ର ରିୟର୍‌ରେ ୪୮ ମେଗାପିକ୍ସେଲ, ୮ ମେଗାପିକ୍ସେଲ ଓ ୧୩ ମେଗାପିକ୍ସେଲର ଟ୍ରିପଲ୍ କ୍ୟାମେରା ଦିଆଯାଇଛି।

ସେହିଭଳି ସେଲ୍‌ଫି ପାଇଁ ଏଥିରେ ୨୦ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ମଧ୍ୟ ଦିଆଯାଇଛି। ଯାହାକି ଗ୍ରାହକଙ୍କୁ ବେଶି ଆକୃଷ୍ଟ କରିପାରିଛି।

ଏଥିରେ 4,000 Mah ର ବ୍ୟାଟେରୀ ରହିଛି ଯାହା ଶୀଘ୍ର ଚାର୍ଜ ହେଇପାରେ ।

ଏହି ଫୋନ୍‌ର ଦାମ୍‌ କଥା କହିଲେ। ଚୀନ୍‌ରେ Redmi K20ର 6GB ରାମ୍ ଓ 64GB ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ପାଖାପାଖି ୨୦ ହଜାର ଟଙ୍କା ରଖାଯାଇଥିବାବେଳେ 6GB ରାମ୍ ଓ 128GB ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ପାଖାପାଖି ୨୧ ହଜାର ଟଙ୍କା ରଖାଯାଇଛି।

ଫୋନ୍‌ ମୂଲ୍ୟ

ଅନ୍ୟପଟେ Redmi k20 Proର ମୂଲ୍ୟ କଥା କହିଲେ ଏହାର 6GB ରାମ୍ ଓ 64GB ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ପାଖାପାଖି ୨୫ ହଜାର ଟଙ୍କା। 8GB ରାମ୍ ଓ 128GB ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ପାଖାପାଖି ୨୮ ହଜାର ଟଙ୍କା ଓ 8GB ରାମ୍ ଓ 128GB ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ମଧ୍ୟ ୨୮ ହଜାର ଟଙ୍କା ରଖାଯାଇଛି।

ଏହି ଫୋନ ର ଅତ୍ୟାଧୁନିକ କ୍ୟାମେରା , ପ୍ରୋସେସର ଓ ବ୍ୟାଟେରୀ ଏହାକୁ ଆଜିର ବଜାରରେ ବିକ୍ରି ହେଉଥିବା 50 ହଜାର ଟଙ୍କାର ଫୋନ ପରି ଫିଚର ଦେଇଥାଏ ।

ଏ ଯାଏଁ ଭାରତରେ ଫୋନ୍‌ ଲଞ୍ଚିଂର ତାରିଖ ସାମ୍ନାକୁ ଆସିନାହିଁ। ତେବେ ଆଗାମୀ ଛ ସପ୍ତାହ ବା ମଧ୍ୟ-ଜୁଲାଇ ରେ ହିଁ ଏହା ଭାରତରେ ଲଞ୍ଚ୍‌ ହୋଇଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।

#Smartphone #Redmi #xiomi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon