- ବେତାର ବ୍ୟୁରୋ
କଦଳୀ, ଅମୃତଭଣ୍ଡାରେ ଘରେ ଏମିତି କରନ୍ତୁ କେଶ କଣ୍ଡିସନର

(ବେତାର ବ୍ୟୁରୋ) ସୁସ୍ଥ, ଘନ ଓ ଲମ୍ବା କେଶ ସଭିଁଙ୍କୁ ବେଶ ପସନ୍ଦ। ଏହି କାରଣରୁ ବଜାରରେ ମିଳୁଥିବା କେଶ ପାଇଁ ବହୁ ଦ୍ରବ୍ୟ ଝିଅମାନେ ବ୍ୟବହାର କରିଥାଆନ୍ତି। ମାତ୍ର ବଜାରରେ ମିଳୁଥିବା ବିଭିନ୍ନ ଦ୍ରବ୍ୟ କେମିକାଲ ଯୁକ୍ତ ହୋଇଥିବାରୁ ଏହା କେଶ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ।
ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରୋଇ ଉପାୟରେ ପ୍ରସ୍ତୁତ କଣ୍ଡିସନର ବ୍ୟବହାର କରିପାରିବେ। ଏହି କଣ୍ଡିସନର ପ୍ରାକୃତିକ ହୋଇଥିବାରୁ କେଶ ପାଇଁ କ୍ଷତିକାରକ ହୋଇନଥାଏ। କେଶକୁ କୋମଳ, ରେଶମୀ କରିବା ସହ କେଶ ସମ୍ବନ୍ଧୀୟ ବହୁ ସମସ୍ୟା ଦୂର କରିଥାଏ।
ଘରୋଇ କଣ୍ଡିସନର ପ୍ରସ୍ତୁତ କରିବା ପାଇଁ ଦୁଇଟି ମୁଖ୍ୟ ସାମଗ୍ରୀ ହେଲା କଦଳୀ ଓ ଅମୃତଭଣ୍ଡା ।
ଅମୃତଭଣ୍ଡା : ପାଚିଲା ଅମୃତଭଣ୍ଡାରେ ଭିଟାମିନ ଏ ଥାଏ , ଯାହା ମୃତ କୋଷକୁ ସାଫା କରିବାରେ ସାହାଯ୍ୟ କରିଥାଏ । ମୁଣ୍ଡରେ ଥିବା ରୂପୀ ଗୁଡିକ ମୃତ କୋଷର ସମାହାର । ଏଣୁ ମୁଣ୍ଡ ସଫାରେ ଏହା ବ୍ୟବହୃତ ହେଇଥାଏ । ସେହିପରି ଏଥିରେ ଥିବା ପଟାସିୟମ, ତ୍ଵଚାରେ ଜଳୀୟ ଅଂଶ ଆଣି ଏହାକୁ ଚମକ ପ୍ରଦାନ କରିଥାଏ । ସେଥିପାଇଁ ଅମୃତଭଣ୍ଡା ପେଷ୍ଟକୁ ଅନେକ ଆୟୁର୍ବେଦିକ ଡାକ୍ତର ହାତ ଓ ମୁହଁ ଆଦି ଚର୍ମରେ ଲଗେଇବାକୁ ପରାମର୍ଶ ଦେବାର ଦେଖାଯାଇଥାଏ । ମୁଣ୍ଡରେ ଏହାକୁ ଲଗେଇଲେ ଏହା ଚର୍ମକୁ ଚିକ୍କଣ ରଖେ ଓ ଚୁଟି ଝଡିବାକୁ ଦେଇ ନ ଥାଏ । ସେହିପରି ଏଥିରେ ଥିବା ଅନେକ ପ୍ରକାରର ଏନଜାଇମ ମୁଣ୍ଡର ଚର୍ମକୁ ବାହ୍ୟ କାରକ ଯଥା ଖରା, ବର୍ଷା ଇତ୍ୟାଦିରୁ ସୁରକ୍ଷା ପ୍ରଦାନ କରିଥାଏ ।

କଦଳୀ : କଦଳୀରେ ଫୋଲିକ ଏସିଡ଼ ଥିବାରୁ ଏହା ଧୂଳିମାଟି, ପ୍ରଦୂଷଣରୁ କେଶକୁ ରକ୍ଷା କରିଥାଏ।କଦଳୀରେ ପୋଟାସିୟମ ଥିବାରୁ ଏହା କେଶକୁ ଆବଶ୍ୟକ ପରିମାଣରେ ପୋଷଣ ପ୍ରଦାନ କରିଥାଏ। ଯାଦ୍ୱାରା କେଶର ବହୁ ସମସ୍ୟା ଦୂର ହୋଇଥାଏ।ଏତଦ୍ ବ୍ୟତୀତ କଦଳୀରେ ବହୁ ଭିଟାମିନ, ମିନେରାଲ୍ସ ଥିବାରୁ ଏହାର କେଶ ମୂଳକୁ ମଜଭୂତ କରିବା ସହ ରକ୍ତ ସଞ୍ଚାଳନ ସଠିକ ଭାବେ ହେବାରେ ସାହାଯ୍ୟ କରିଥାଏ। ରୂପି ସମସ୍ୟାକୁ ମଧ୍ୟ ଦୂର କରେ।
ଆସନ୍ତୁ ଜାଣିବା ଘରୋଇ ଉପାୟରେ କେଶ ପାଇଁ କିଭଳି କଣ୍ଡିସନର ପ୍ରସ୍ତୁତ କରିବା….
ଆବଶ୍ୟକ ସାମଗ୍ରୀ କଦଳୀ -୧ଟି ମହୁ – ୨ ଚାମଚ ଅମୃତଭଣ୍ଡା – ୪ ରୁ ୫ ଖଣ୍ଡ
ପ୍ରସ୍ତୁତ ପ୍ରଣାଳୀ – କଦଳୀ, ଅମୃତଭଣ୍ଡା ଓ ମହୁକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ ପାତ୍ରକୁ କାଢି କେଶ ମୂଳରେ ଭଲ ଭାବେ ମାଲିସ କରି ଏହାକୁ କେଶରେ ଲଗାଇ ୨ ଘଣ୍ଟା ରଖନ୍ତୁ। ୨ ଘଣ୍ଟାପରେ ପ୍ରଥମେ ପାଣିରେ ଧୋଇ ୫ମିନିଟ ପରେ ସାମ୍ପୁ କରି ଦିଅନ୍ତୁୁ।
ଏଭଳି ସପ୍ତାହକୁ ୨ଥର ଲଗାଇଲେ ଆପଣ ଏହାର ଚର୍ମକାରିତା ନିଜେ ଅନୁଭବ କରିପ।ରିବେ।