• ବେତାର ବ୍ୟୁରୋ

ଡିଏଭି ସ୍କୁଲ ଗ୍ରୁପର ଏହି 10 ଜିଲ୍ଲାରେ ହେବ ଶିକ୍ଷକ ନିଯୁକ୍ତି; ଏମିତି ହେବ ପ୍ରକ୍ରିୟା


(ବେତାର ବ୍ୟୁରୋ) ଡିଏଭି ସ୍କୁଲସ, ଓଡିଶା ଜୋନ 1, ଅଧିନରେ ଥିବା ପ୍ରାୟ ଦଶଟି ଶିକ୍ଷା ଜିଲ୍ଲା (କଟକ, ଭୁବନେଶ୍ୱର ବ୍ୟତୀତ) ରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ବଲାଣି (ସୁନ୍ଦରଗଡ), ଢେଙ୍କାନାଳ, ଗଞ୍ଜାମ, ଜଗତସିଂପୁର, ଯାଜପୁର, କେଉଁଝର ଓ ପୁରୀ ଶିକ୍ଷା ଜିଲ୍ଲା ନିମନ୍ତେ ହେବ । ଏଥିପାଇଁ କୌଣସି ପରୀକ୍ଷା ଅନୁଷ୍ଠିତ ହେବ ନା ହିଁ। ପ୍ରାର୍ଥୀଙ୍କ କ୍ୟାରିୟର ମାର୍କ ଓ ବ୍ୟକ୍ତିଗତ ଇଣ୍ଟରଭିୟୁ ଆଧାରରେ ନିଯୁକ୍ତି ହେବ ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ ପଦବୀ ସଂଖ୍ୟା ଉଲ୍ଲେଖ ନାହିଁ । ତେବେ ନିଯୁକ୍ତି ପ୍ରକ୍ରିୟା PGT , TGT ଓ PRT ଶିକ୍ଷକ ନିଯୁକ୍ତି ନିମନ୍ତେ ହେବ । ଯେଉଁ ବିଷୟ ପାଇଁ ଶିକ୍ଷକ ନିଯୁକ୍ତି ହେବ ସେଗୁଡିକ ହେଲା ରାଜନୀତି ବିଜ୍ଞାନ, ଗଣିତ, ହିନ୍ଦୀ , ଓଡିଆ, ଇଂରାଜୀ, ବିଜ୍ଞାନ, ସାମାଜିକ ବିଜ୍ଞାନ, ସଂଗୀତ । ସେହିପରି LKG ଓ UKG ଶ୍ରେଣୀ ପାଇଁ ମଧ୍ୟ ମହିଳା ଶିକ୍ଷକ ଓ ଲାଇବ୍ରେରିଆନ ନିଯୁକ୍ତି ହେବେ ବୋଲି ଏହାର ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ନିଯୁକ୍ତି ପ୍ରକ୍ରିୟା

ଆଗ୍ରହୀ ପ୍ରାର୍ଥୀମାନେ ଏଥିପାଇଁ davcsp.org ୱେବସାଇଟରୁ ଏକ ଆବେଦନ ପତ୍ର ଡାଉନଲୋଡ କରି ଏହାକୁ ପୂରଣ କରିବେ । ଏହି ଆବେଦନ ପତ୍ର ସହିତ ନିଜର ଫୋଟୋଗ୍ରାଫ ଓ ଆବଶ୍ୟକୀୟ ସାର୍ଟିଫିକେଟ ଧରି ଇଣ୍ଟରଭିଉ ନିମନ୍ତେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କୁ ଆସିବାକୁ ପଡିବ । ସ୍କୁଲରେ ପୂର୍ବରୁ କ୍ୟାରିୟର ମାର୍କ ହିସାବରେ ଚିହ୍ନିତ ପ୍ରାର୍ଥୀଙ୍କ ନାମ ନୋଟିସ ବୋର୍ଡରେ ଥିବ । ଏହି ନୋଟିସବୋର୍ଡରେ ଥିବା ପ୍ରାର୍ଥୀଙ୍କ ନାମ ଅନୁସାରେ ଇଣ୍ଟରଭିୟୁ ପ୍ରକ୍ରିୟା ଆରମ୍ଭ ହେବ ।

ଇଣ୍ଟରଭ୍ୟୁ ତାରିଖ

ଏହି ପଦରେ ପାଇଁ ଇଣ୍ଟରଭ୍ୟୁ ଦୁଇଦିନ ଧରି ହେବ । ଜୁନ 10 ତାରିଖରେ PGT, PRT ଓ TGT ଶିକ୍ଷକ (ଗଣିତ, ହିନ୍ଦୀ, ଇଂରାଜୀ, ରାଜନୀତି ବିଜ୍ଞାନ, ଓଡିଆ) ଙ୍କ ପାଇଁ ଇଣ୍ଟରଭ୍ୟୁ ହେବ । ଏଥିପାଇଁ ରେଜିଷ୍ଟ୍ରେଶନ ସମୟ ରହିଛି ସକାଳ 8.30 ରୁ 9.30 ଟା ଓ ଅପରାହ୍ନ 12 ରୁ 1 (PRT : ଗଣିତ,ହିନ୍ଦୀ, ଓଡିଆ) ।

ସେହିପରି ଜୁନ 11 ତାରିଖରେ ଯେଉଁ ଇଣ୍ଟରଭ୍ୟୁ ହେବ ତାହା ହେଉଛି PRT (ବିଜ୍ଞାନ : PCM, CBZ), ସମାଜିକ ବିଜ୍ଞାନ। ଏମାନଙ୍କ ପାଇଁ ରେଜିଷ୍ଟ୍ରେଶନ ସମୟ ରହିଛି ସକାଳ 8.30 ରୁ 9.30 ଟା । ସେହିପରି LKG, UKG ଶିକ୍ଷୟତ୍ରୀ ତଥା ଲାଇବ୍ରେରିଆନଙ୍କ ପାଇଁ ରେଜିଷ୍ଟ୍ରେଶନ ସମସ୍ଯା ଉକ୍ତଦିନ 12ଟା ରୁ 1 ।

ଦରମା

ଏହି ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ 7ମ ବେତନ କମିଶନଙ୍କ ସୁପାରିଶ କ୍ରମେ ଲାଗୁହେଉଥିବା ଦରମା ପ୍ରଦାନ କରାଯିବ ।

ବୟସସୀମା

ଏହି ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ମେ 1, 2019 ସୁଦ୍ଧା ସର୍ବାଧିକ 40 ବର୍ଷ ମଧ୍ୟରେ ହୋଇଥିବା ଅବଶ୍ୟକ। ତେବେ PGT ଶିକ୍ଷକଙ୍କ କ୍ଷେତ୍ରରେ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇପାରେ ।

ଶିକ୍ଷାଗତ ଯୋଗ୍ୟତା

ଚୁକ୍ତିଭିତ୍ତିକ ଶିକ୍ଷକ ପଦ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଗ୍ରାଜୁଏସନରେ 50%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ, ଏହାସହିତ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ବି.ଏଡ ପାସ କରିଥିବା ଆବଶ୍ୟକ।

ଏବିଷୟରେ ଅଧିକ ବିବରଣୀ davcsp.org ୱେବ୍ସାଇଟରେ ଦେଖିହେବ ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ୱେବସାଇଟ www.davcsp.org ରେ ଲଗଇନ କରନ୍ତୁ।

#jobs #teacherjobs #DAVSchooljob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon