• ବେତାର ବ୍ୟୁରୋ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ଉପକୂଳ ଓଡିଶାରେ ବର୍ଷା ପାଗ ଆଶଙ୍କା


(ବେତାର ବ୍ୟୁରୋ) ଉପଗ୍ରହରୁ ପ୍ରାପ୍ତ ଚିତ୍ର ଅନୁସାରେ ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବା ସହ କିଛି ଅଂଚଳରେ ବର୍ଷା ହୋଇପାରେ । ସେହିଭଳି ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ପବନ ବୋହିବା ସମ୍ଭାବନା ରହିଛି ।

ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଶୁକ୍ରବାର ଦ୍ଵିପ୍ରହର ଯାଏଁ ଏହି ସବୁ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଳାଗୁଡିକ ହେଲା:- ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଦେଇଛି।

ଏହାସହ ଭୁବନେଶ୍ୱର ଓ କଟକରେ ମଧ୍ୟ ସ୍ୱଳ୍ପ ବର୍ଷା ହେବା ସହ ଘଡ଼ଘଡ଼ି ମାରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

କେରଳରେ ଆସନ୍ତା ୪୮ ଘଂଟା ମଧ୍ୟରେ ମୌସୁମୀ ଛୁଇଁବା ସମ୍ଭାବନା ରହିଛି। ଓଡ଼ିଶାରେ ୮ ଓ ୯ରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଏବଂ ୧୦ ତାରିଖ ଯାଏ ଏଭଳି ପାଗ ଲାଗି ରହିବ ବୋଲି ସୂଚନା ମିଳିଛି ।

ଅନୁକୂଳ ପରିବେଶ ସୃଷ୍ଟି ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ କହିଛି । ତେବେ ମୌସୁମୀର ଏପରି ସ୍ଥିତି ରହିଲେ ସାରା ଭାରତରେ ବିଳମ୍ବରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ସ୍କାଏମେଟ ଏବଂ ଆଇଏମଡିର ରିପୋର୍ଟ ଅନୁସାରେ, ୧୦ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବାର ଆକଳନ କରାଯାଇଥିଲା । ତେବେ ମୌସୁମୀ ଆସିବା ପାଇଁ ସୃଷ୍ଟି ହୋଇନଥିଲା ଅନୁକୁଳ ପରିବେଶ ।

ଏବେ କେରଳରେ ଲଗାତାର ବର୍ଷା ହେବା ଏବଂ ଉପକୂଳ ଓଡ଼ିଶାରେ ସାମାନ୍ୟ ବର୍ଷା, ମୌସୁମୀ ଆଗମନର ସୂଚନା ଦେଉଛି ବୋଲି କହିଛି ସ୍କାଏମେଟ । ଆସନ୍ତା ୨୪ଘଂଟା ମଧ୍ୟରେ କେରଳ, କର୍ଣ୍ଣାଟକ, ପୂର୍ବ ଭାରତ ଏବଂ ଲାକ୍ଷାଦୀପର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡା ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବାର ଆକଳନ କରିଛି ପ୍ରାଇଭେଟ ପାଣିପାଗ ସଂସ୍ଥା ସ୍କାଏମେଟ । ସେହିପରି ପଶ୍ଚିମବଙ୍ଗ, ଆନ୍ଧ୍ର ଉପକୂଳ, ଆଣ୍ଡାମାନ ନିକୋବର ଦ୍ୱୀପ ସମୁହ, ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

#weather #rainyday

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon