• ବେତାର ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ବିଶ୍ଵକପ କ୍ରିକେଟ ମୁକାବିଲା : ଏହି 4 ଖେଳାଳୀଙ୍କ ଉପରେ ନଜର


(ବେତାର ବ୍ୟୁରୋ) ବିଶ୍ଵକପ କ୍ରିକେଟର ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ସବୁଠୁ ବଡ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ ରବିବାର ଇଂଲଣ୍ଡର ଓଭଲ ଷ୍ଟାଡିୟମରେ ଖେଳ ହେବ । ଏହି ମ୍ୟାଚ ପାଇଁ ଦର୍ଶକଙ୍କ ମନରେ ବହୁତ ଉତ୍କଣ୍ଠା ଲାଗି ରହିଥିବା ବେଳେ ଉଭୟ ଦଳର ରଣନୀତି ଓ ପ୍ରମୁଖ ଖେଳାଳୀଙ୍କ ଉପରେ ନଜର ରହିବ ବୋଲି କ୍ରିକେଟ ସମୀକ୍ଷକ ମାନେ କହିଛନ୍ତି ।

ଷ୍ଟିଭେନ ସ୍ମିଥ

ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ ଏକ ସାମ୍ବାଦିକ ସମ୍ମିଳନୀରେ କହିସାରିଛନ୍ତି ଯେ “ସ୍ମିଥ ବିଶ୍ଵର ଶ୍ରେଷ୍ଠ ବ୍ୟଟ୍ସମ୍ୟାନ । “ ଏପରି କହି ସେ ଭାରତୀୟ ଦଳକୁ ମ୍ୟାଚ ଆରମ୍ଭ ପୂର୍ବରୁ ଚାପ ରେ ରଖିବାକୁ ଚେଷ୍ଟା କରିଛନ୍ତି ।

ସୂଚନାଯୋଗ୍ୟରେ ଷ୍ଟିଭ ଓ ୱାରନର ଏକ ବର୍ଷ ବାସନ୍ଦ ସାରି ଅଷ୍ଟ୍ରେଲିଆକୁ ଫେରିବା ପରେ ଦଳର ପ୍ରଦର୍ଶନ ମଜବୁତ ହେଇଛି । ନିକଟରେ ୱାର୍ଲ୍ଡକପରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧ ମ୍ୟାଚରେ ଦଳ ଅଦ୍ଭୁତ ପ୍ରଦର୍ଶନ କରି ଶେଷ ମୂହୁର୍ତ୍ତରେ ମ୍ୟାଚକୁ ହାତେଇ ନେଇଥିଲା । ତାଙ୍କର 73 ରନ ଯୋଗଦାନ, ଅଷ୍ଟ୍ରେଲିଆର ବିପର୍ଯ୍ୟସ୍ତ ହେଇଥିବା ବ୍ୟାଟିଂ ଲାଇନକୁ ବଳ ଯୋଗାଇଦେଇଥିଲା , ଯାହା ଜିତିବାର ମୁଖ୍ୟ କାରଣ ଥିଲା ବୋଲି ଅଷ୍ଟ୍ରେଲିଆର ଗଣମାଧ୍ୟମମାନେ ଲେଖିଥିଲେ ।

ଧୋନୀ

ଯଦିଓ 2018 ମସିହାରୁ ଏଯାବତ ଖେଳିଥିବା ମ୍ୟାଚ ଗୁଡିକ ମଧ୍ୟରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ସର୍ବାଧିକ ରନ୍ କରିବାର ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି , ତେବେ ତାଙ୍କ ତଳକୁ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଧୋନୀ । ଏପରିକି ଅଷ୍ଟ୍ରେଲିଆ କ୍ୟାପଟେନ ଫିଞ୍ଚ ମଧ୍ୟ ଧୋନୀଙ୍କ ପ୍ରଦର୍ଶନକୁ ନେଇ କହିଛନ୍ତି “ଏହି ବ୍ୟାଟସମ୍ୟାନ କେବେ ବି ଚକିତ କରି ପାରନ୍ତି। ତେଣୁ ତାଙ୍କୁ ନେଇ ଆମେ ବହୁତ ଗମ୍ଭୀର ଅଛୁ । “ ସୂଚନାଯୋଗ୍ୟ ଯେ ବିଶ୍ଵକପ ଅଭ୍ୟାସ ମ୍ୟାଚରେ ଏକ ଶତକ ହାସଲ କରି ଧୋନୀ ନିଜ ଫର୍ମ ଫେରିପାଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ମିଚେଲ ଷ୍ଟାର୍କ

ତେବେ ଷ୍ଟିଭ ସ୍ମିଥଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଘାତକ ବୋଲର ମିଚେଲ ଷ୍ଟାର୍କ ଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ଏହି ବୋଲର ଭାରତର ବ୍ୟାଟିଂ ଲାଇନକୁ ଭାଙ୍ଗିବାର ଯଥେଷ୍ଟ କ୍ଷମତା ରଖନ୍ତି ।ବର୍ତ୍ତମାନ ସୁଦ୍ଧା ୱାର୍ଲ୍ଡକପରେ 28ଟି ୱିକେଟ ନେଇ ବୋଲର ମାନଙ୍କ ମଧ୍ୟରେ ସବୁଠୁ ଉନ୍ନତ ପ୍ରଦର୍ଶନ ଶ୍ରେଣୀରେ ଅଛନ୍ତି ଷ୍ଟାର୍କ ।

ବୁମରାହ

ଭାରତୀୟ ବୋଲର ଯୋଡି କୁଲ-ଚା (କୁଳଦୀପ, ଚହଲ) ଅଷ୍ଟ୍ରେଲିଆ ମ୍ୟାଚରେ କମାଲ ଦେଖାଇବେ ବୋଲି ସମସ୍ତେ ଅପେକ୍ଷା କରିଥିବା ବେଳେ ବୁମରାହଙ୍କ ବୋଲିଂ ଯାଦୁ ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି । କ୍ରିକେଟ ଭାଷ୍ୟକାର ଓ ସମୀକ୍ଷକ ହର୍ଷ ଭୋଗଲେ କହିଛନ୍ତି “ ଏହି ମ୍ୟାଚ ବୁମରାହ ଅଷ୍ଟ୍ରେଲିଆର ୱାରନରଙ୍କୁ ବୋଲିଂ କରୁଥିବାର ଗୋଟିଏ ବି ଦୃଶ୍ୟ ମୁଁ ମିସ କରିବାକୁ ଚାହୁଁନି । “ ନିକଟରେ ଭାରତର ୱାର୍ଲ୍ଡକପରେ ପ୍ରଥମ ବିଜୟ ପରେ କ୍ୟାପଟେନ କୋହଲି କହିଥିଲେ ବୁମରାହଙ୍କ ବୋଲିଂ ସଂପୂର୍ଣ୍ଣ ଭିନ୍ନ ଧରଣର, ଏକ ଅଲଗା ସ୍ତରର। “

ରଣନୀତି

ଉଭୟ ଦଳ ନିଜର କୌଣସି ଖେଳାଳୀଙ୍କୁ ବଦଳାଇବାର ଆବଶ୍ୟକତା ନାହିଁ ବୋଲି ଅନେକ ସମୀକ୍ଷକ କହିଛନ୍ତି ।

ଶେଷ ଖବର ସୁଦ୍ଧା ଆଇସିସି ଏହି ଘଟଣାକୁ ଆଉ ବିବାଦୀୟ ନ କରି ସମାପ୍ତ କରିବାକୁ ଚେଷ୍ଟା କରିଛି ।

#ICC #worldcup2019 #Cricket #msdhoni

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon