• ବେତାର ବ୍ୟୁରୋ

ଡୁପ୍ଳିକେଟ  ଆପ୍ ରେ ଟିକେଟ ବୁକ୍ କରି ଯୁବତୀ ହରାଇଲେ ଲକ୍ଷାଧିକ ଟଙ୍କା


(ବେତାର ବ୍ୟୁରୋ) ରେଳ ବା ବିମାନ ଟିକେଟ ବୁକିଙ୍ଗ ପାଇଁ ଆଜିକାଲି ବିଭିନ୍ନ କମ୍ପାନୀମାନେ ନିଜ ନିଜର ଆପ ଲଞ୍ଚ କରିଛନ୍ତି । ତେବେ ଏହିଭଳି ଅନେକ ଡୁପ୍ଳିକେଟ ଆପ ମଧ୍ୟ ଗୁଗୁଲ ପଳେ ଷ୍ଟୋରରେ ଘୂରିବୁଲୁଥିବା ଜଣା ପଡିଛି । ନିକଟରେ ଏମିତି ଏକ ଘଟଣା ସାମନାକୁ ଆସିଛି ।

ଏକ ଜଣାଶୁଣା ଟିକେଟ ବୁକିଂ ଆପ୍ଲିକେଶନରୁ ଟିକେଟ ବୁକ୍ କରି ଜଣେ ମହିଳାଙ୍କୁ ହରାଇବାକୁ ପଡିଛି ଲକ୍ଷାଧିକ ଟଙ୍କା । ମୁମ୍ବାଇ ସ୍ଥିତ ଦାଦର ପୋଲିସ ଷ୍ଟେଶନରେ ଶୁକ୍ରବାର ଏ ନେଇ ଅଭିଯୋଗ ହେବା ପରେ ଘଟଣା ସାମ୍ନାକୁ ଆସିଛି ।

ଘଟଣାରୁ ଜଣାପଡିଛି, ୨୫ ବର୍ଷୀୟା ମହିଳା ଜଣକ ହାଇଦ୍ରାବାଦରୁ ମୁମ୍ବାଇ ଯିବା ପାଇଁ ଏକ ଟିକେଟ ବୁକିଂ ଆପ୍ଲିକେଶନ ମାଧ୍ୟମରେ ଫ୍ଲାଇଟ ଟିକେଟ କାଟିଥିଲେ । ଏଥିପାଇଁ ଆବଶ୍ୟକ ଟଙ୍କା ମଧ୍ୟ ଅନଲାଇନ ପଇଠ କରିଥିଲେ । ଏହା ସତ୍ତ୍ୱେ ତାଙ୍କୁ ଇ-ଟିକେଟ ମିଳି ନ ଥିଲା । ତେଣୁ ସେ ଆପ୍ ର ଚାଟିଂ ବିକଳ୍ପକୁ ଯିବା ସହ କଷ୍ଟମର କେୟାର ସେଣ୍ଟରକୁ ଫୋନ କରିଥିଲେ । କିନ୍ତ ଲାଇନ ବ୍ୟସ୍ତ ଥିବାରୁ କାହାସହ ଯୋଗାଯୋଗ ହୋଇପାରି ନ ଥିଲା ।

ଏହାର କିଛି ସମୟ ପରେ ଯୁବତୀଙ୍କ ନମ୍ବରକୁ କେହି ଫୋନ କରି ନିଜକୁ ସମ୍ପୃକ୍ତ ଆପର ଏକ୍ଜିକ୍ୟୁଟିଭ ପରିଚୟ ଦେଇଥିଲେ । ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ଯୁବତୀଙ୍କୁ ଫୋନ କରିଥିବା ବ୍ୟକ୍ତିଙ୍କ ପକ୍ଷରୁ ଇ-ଟିକେଟର ସଫ୍ଟ କପି ମେସେଜ ଆସିଥିଲା । ଏହାପରେ ବ୍ୟକ୍ତି ଜଣକ ଟିକେଟ ପାଇଁ ପେମେଣ୍ଟ ମାଗିଥିଲେ । ହେଲେ ଯୁବତୀ ଜଣକ ଟଙ୍କା ପଇଠ କରିସାରିଥିବା ଜଣାଇଥିଲେ ମଧ୍ୟ ଆଉଥରେ ଟଙ୍କା ପଠାଇବାକୁ ଫୋନ କରିଥିବା ବ୍ୟକ୍ତି କହିଥିଲେ । ଯୁବତୀ ଜଣକ ବାରମ୍ବାର ମନା କରିବା ପରେ ଫୋନରେ ଥିବା ବ୍ୟକ୍ତି ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଛି କି ନା ପଚାରିଥିଲେ ।

ଯୁବତୀ ସମସ୍ତ ତଥ୍ୟ ଦେବା ପରେ ବ୍ୟକ୍ତି ଜଣକ କିଛି ସମୟ ଲାଇନରେ ରହିଥିଲେ । ଏହାର କିଛି ଘଣ୍ଟା ପରେ ଯୁବତୀଙ୍କ ଆକାଉଣ୍ଟରୁ ୭ ଥରରେ ଲକ୍ଷାଧିକ ଟଙ୍କା କଟିଥିବା ମେସେଜ ଆସିଥିଲା ।

ଫେକ୍ ଆପ୍

ଉକ୍ତ ବୁକିଂ ଆପର କାର୍ଯ୍ୟକର୍ତ୍ତା ହିଁ ଏପରି କରିଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି । କାରଣ ତାଙ୍କ ଅନୁସାରେ ଟିକେଟ ଟି ପ୍ରକୃତ ଟିକେଟ ଥିବାରୁ ଟଙ୍କା ଚୋରୀ ଉକ୍ତ ଆପ କର୍ର୍ତୃପକ୍ଷ ବା ତାଙ୍କର କେହି ଷ୍ଟାଫ କରିଥାଇପାରେ ବୋଲି ସେ କହିଛନ୍ତି । ଉଭୟ ଆପ୍ ଓ ଟଙ୍କା କଟିଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଲିଖିତ ଭାବେ କୁହାଯାଇଛି । ତେବେ ପ୍ରକୃତ ଆପ୍ଲିକେଶନ କର୍ତ୍ତୃପକ୍ଷଙ୍କ ଏଥିରେ ସମ୍ପୃକ୍ତି ଅଛି କି ନା ତାହା ସ୍ପଷ୍ଟ ହୋଇପାରି ନ ଥିବା ପୋଲିସ କହିଛି ।

ତେବେ କେହି ଦୁର୍ବୃତ୍ତ ଉକ୍ତ ଆପ୍ଲିକେଶନ ନାଁରେ ନକଲି ଆପ୍ କରି ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ନେଇ ଠକାମୀ କରିଥାଇପାରେ ବୋଲି ପୋଲିସ କହିଛି । ଅସୁବିଧାରୁ ବଞ୍ଚିବା ପାଇଁ ଅଭିଯୁକ୍ତ ଯୁବତୀଙ୍କ ନାମରେ ଏକ ଟିକେଟ ବୁକ୍ କରିଥାଇ ପାରନ୍ତି ପୋଲିସ ପ୍ରାଥମିକ ସୂଚନା ଦେଇଛି ।

ଆଜିକାଲି ଡୁପ୍ଳିକେଟ ଆପ ତିଆରି କରିବା ପାଇଁ ଅନେକ ପ୍ରକାରର ସହାୟତା ଇଣ୍ଟରନେଟରେ ଉପଲବ୍ଧ ଅଛି ,।

#crime #OnlineFraud #Furgery #onlinecheating

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon