• ବେତାର ବ୍ୟୁରୋ

ପଇସା ପ୍ରିୟ ମଣିଷ ସଫଳ ବିବାହ ବନ୍ଧନରେ ରହିପାରେନା : ଗବେଷଣା


(ବେତାର ବ୍ୟୁରୋ) ଭଲ ଜୀବନ ସାଥୀଟିଏ ପାଇ ବିବାହ କରିବା ସମସ୍ତଙ୍କ ସ୍ୱପ୍ନ । ହେଲେ ବିବାହ ପରେ ବି ଅନେକ ଲୋକ ଦାମ୍ପତ୍ତ୍ୟ ଜୀବନରେ ଖୁସି ନ ଥିବାର ନଜିର ରହିଛି । ସମ୍ପ୍ରତି ବିବାହ ବିଚ୍ଛେଦର ଉଦାହରଣ ମଧ୍ୟ ବଢିବାରେ ଚାଲିଛି । ଏହା ପଛରେ ଥିବା ଏକ ବଡ କାରଣ ଖୋଜି ବାହାର କରିଛନ୍ତି ଗବେଷକମାନେ ।

ଭୌତିକ ସୁଖ ବା ପଇସା ପ୍ରିୟ ମଣିଷକୁ ବୈବାହିକ ଜୀବନରେ ସନ୍ତୁଷ୍ଟି ମିଳି ନ ଥାଏ , ଯାହା ବିବାହ ବିଚ୍ଛେଦର କାରଣ ହୋଇଥାଏ ବୋଲି ବ୍ରିଙ୍ଗହାମ ୟଙ୍ଗ ୟୁନିଭର୍ସିଟି ଓ ଉଇଲିୟମସନ୍ ପାଟର ୟନିଭର୍ସିଟିର ରିସର୍ଚ୍ଚରମାନେ ପ୍ରକାଶ କରିଛନ୍ତି । ୧୭ଶହ ଦମ୍ପତ୍ତିଙ୍କୁ ନେଇ ହୋଇଥିବା ଏକ ସର୍ବେକ୍ଷଣରୁ ଏହି ବିଷୟରେ ଜଣାପଡିଛି ।

ଭୌତିକ ସୁଖ ପ୍ରିୟ ମଣିଷ କମ୍ ସମ୍ବେଦନଶୀଳ ଗବେଷଣା ମୁତାବକ, ଟଙ୍କା ପ୍ରିୟ ବା ଭୌତିକ ସୁଖ ଆଶାୟୀ ମଣିଷ କମ୍ ସମ୍ବେଦନଶୀଳ ହୋଇଥାନ୍ତି । ସେମାନଙ୍କ ମନରେ ସର୍ବଦା ନକରାତ୍ମକ ଚିନ୍ତାଧାରା ବସାବନ୍ଧିଥାଏ । ଏଥିସହ ସେମାନେ ସେମାନଙ୍କ ପାର୍ଟନରଙ୍କଠାରୁ ଅତ୍ୟଧିକ ଆଶା ରଖିଥାନ୍ତି, ଯାହାକି ବିବାହ ବିଚ୍ଛେଦର କାରଣ ହୋଇଥାଏ ।

ସ୍ୱାର୍ଥସର୍ବସ୍ୱ ହୋଇଥାନ୍ତି ପଇସା ପ୍ରିୟ ବ୍ୟକ୍ତି ପଇସା ପ୍ରିୟ ବ୍ୟକ୍ତିମାନେ ସ୍ୱାର୍ଥପର ଆଚରଣ କରିଥାନ୍ତି । ସେମାନେ ସର୍ବଦା ନିଜ କଥା ଚିନ୍ତା କରି ସେମାନଙ୍କ ସାଥୀକୁ ଭୁଲି ଯାଆନ୍ତି ଏବଂ ସେମାନଙ୍କୁ ଉପେକ୍ଷା କରିଥାନ୍ତି । ଏଥିଯୋଗୁ ସୁନ୍ଦର ସମ୍ପର୍କ ତିଆରି ହୋଇପାରି ନ ଥାଏ ।

ଏହି ବ୍ୟକ୍ତିଙ୍କର ନ ଥାଏ ସୁନ୍ଦର ବ୍ୟକ୍ତିତ୍ୱ

ସର୍ବଦା ପଇସା କଥା ଚିନ୍ତା କରଥିବା ବ୍ୟକ୍ତି ପାଖରେ ସୁନ୍ଦର ବ୍ୟକ୍ତିତ୍ୱର ଅଭାବ ରହିଥାଏ ବୋଲି ଅନ୍ୟ ଏକ ଗବେଷଣାରୁ ଜଣାପଡିଛି । ଏପରିକି ସେମାନେ ଭଲ ସମ୍ପର୍କ ପାଇଁ ମଧ୍ୟ ସେତେ ଆଗ୍ରହ ପ୍ରକାଶ କରନ୍ତି ନାର୍ହି ବୋଲି ଗବେଷକମାନେ ମତ ଦିଅନ୍ତି । ସେମାନେ ସଂକୀର୍ଣ୍ଣମନା ହେବା ସହ ସମ୍ପର୍କ ବଢାଇବାର କୌଶଳ ଏହି ବ୍ୟକ୍ତିମାନଙ୍କୁ ଜଣା ନ ଥାଏ ।

ବିବାହରେ ସ୍ଥିରତା ପ।ଇଁ ବୁଝାମଣା ଜରୁରୀ ସୁଖ ଦାମ୍ପତ୍ତ୍ୟ ତଥା ବିବାହରେ ସ୍ଥିରତା ପାଇଁ ବୁଝାମଣା ଜରୁରୀ

ତେଣୁ ସମୟ ନେଇ ନିଜ ସାଥୀକୁ ଭଲ ଭାବେ ବୁଝି ବିବାହ କରିବାକୁ ଗବେଷକମାନେ କହିଛନ୍ତି । ସମ୍ପର୍କରେ ଉନ୍ନତି ପାଇଁ ଉଭୟଙ୍କ ଯୋଗଦାନ ରହିବା ଆବଶ୍ୟକ ।

#MarriageLife

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon