• (ବେତାର ବ୍ୟୁରୋ)

ରୋଷେଇ ଘରକୁ ରଖନ୍ତୁ ଏମିତି, ନଚେତ ଲାଗିପାରେ ରାହୁଦୋଷ


(ବେତାର ବ୍ୟୁରୋ) କେବଳ ସ୍ୱାସ୍ଥ୍ୟକର ଖାଦ୍ୟ ବନାଇବାରେ ନୁହେଁ ଜୀବନକୁ ମଧ୍ୟ ସୁନ୍ଦର କରିବାରେ ରୋଷେଇ ଘରର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏପରିକି ବାସ୍ତୁଦୋଷ ସହ ଏହାର ରହିଛି ସିଧାସଳଖ ସମ୍ପର୍କ । ତେଣୁ ରୋଷେଇ ଘରର ନିର୍ମାଣ ଓ ଏହାର ସାଜସଜ୍ଜା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ଶନି ରାହୁ ଦଶାରୁ ମଧ୍ୟ ମୁକ୍ତି ମିଳିପାରିବ ବୋଲି ବାସ୍ତୁଶାସ୍ତ୍ର ବିଶେଷଜ୍ଞ କୁହନ୍ତି ।

କିଚେନ ମାଧ୍ୟମରେ ରାହୁଦଶାରୁ ରକ୍ଷାପାଇବାକୁ ଆପଣାନ୍ତୁ ଏହି ସବୁ ଉପାୟ ।

୧. ରୋଷେଇ ଘର କବାଟ, ଝରକା ଯେପରି ଭଙ୍ଗାରୁଜା ନ ରୁହେ କିମ୍ବା କାନ୍ଥ ଓ ଛାତ ଚଟାଣରେ ଯେପରି କିଛି ଫାଟ ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏହା ଦ୍ୱାରା ସେଠାରେ ରାହୁ ବାସ କରନ୍ତି ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି ।

୨. କିଚେନ କବାଟ ନିକଟରେ ରଖନ୍ତୁ ନାହିଁ ଗ୍ୟାସ କିମ୍ବା ଷ୍ଟୋଭ । ଏହାସହ ଅଇଣ୍ଠା ବାସନ ମଧ୍ୟ ରୋଷେଇ ଘରେ ରଖିବା ଦ୍ୱାରା ରାହୁ ଦଶା ପଡିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏହା ଦମ୍ପତିଙ୍କ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି କରିଥାଏ ।

୩. ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ କିଚେନ । ଘରକୁ ଅତ୍ୟଧିକ ଲମ୍ବା କରନ୍ତୁ ନାହିଁ ଏବଂ ଭଲ ଭାବେ ଧୂଆଁ ବାହାରକୁ ଯାଇପାରୁଥିବା ଭଳି ବ୍ୟବସ୍ଥା କରନ୍ତୁ । ଭିତରକୁ ଯେପରି ସୁବିଧାରେ ବାୟୁ ଚଳାଚଳ ହେବ ସେଥି ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ରୋଷେଇ ଘର କାନ୍ଥ ରଙ୍ଗ ଫିକା ପଡିବାକୁ ଦିଅନ୍ତୁ ନାହିଁ । ସଫା ସୁତୁରା ରୋଷେଇ ଘର ଜୀବନରେ ସୁପ୍ରଭାବ ପକାଇଥାଏ ।

୪. ସକାଳୁ ମୁହଁ ନ ଧୋଇ କିଚେନରେ ପ୍ରବେଶ କରିବା ଉଚିତ ନୁହେଁ । ଏହା ଦ୍ୱାରା ଶନି ଦଶା ପଡିଥାଏ ବୋଲି ବାସ୍ତୁଶାସ୍ତ୍ର ପଣ୍ଡିତ ମତଦିଅନ୍ତି । ଘର ଭିତରେ ପ୍ରବେଶ ସମୟରେ ଓଁ ଗଣପତୟେ ନମଃ ଏବଂ ରୋଷେଇ ଆରମ୍ଭରେ ମା ଅନ୍ନପୂର୍ଣ୍ଣା ଉଚାରଣ କରିବାକୁ ଭୁଲନ୍ତୁ ନାହିଁ । ଏଥିସହ ରୋଷେଇ ଘରେ କୌଣସି ଦେବାଦେବୀ କିମ୍ବା ପୂର୍ବଜଙ୍କ ଫଟୋ ମଧ୍ୟ ଲଗାଇବାକୁ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି ।

#Bastu #Astro #KitchenTip

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon