- ବେତାର ବ୍ୟୁରୋ
ସହାୟକ ସେକ୍ସନ ଅଫିସର (ASO) ରେ 500 ପାଇଲେ ନିଯୁକ୍ତି ; 33% ମହିଳା

(ବେତାର ବ୍ୟୁରୋ) ବହୁ ବାଦ ବିବାଦ ଦେଇ ଗତି କରିବା ପରେ ଶେଷରେ ସହାୟକ ସେକ୍ସନ ଅଫିସର (ASO) ପଦବୀରେ ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ।ନିକଟରେ ଓଡିଶା ଲୋକସେବା ଆୟୋଗ 500 ଜଣିଆ ସଫଳ ପ୍ରାର୍ଥୀ ତାଲିକାରେ ମୋହର ମାରି ସେମାନଙ୍କ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି ।
ରାଜ୍ୟ ସରକରାଙ୍କ ଗୃହ ବିଭାଗ ତରଫରୁ ଏ ନେଇ ଖୁବ ଶୀଘ୍ର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବ ।
ସର୍ବମୋଟ 500 ଟି ପଦବୀରୁ ପ୍ରାୟ ଏକ ତୃତୀୟାଂଶ ଅର୍ଥାତ 33% ପଦବୀରେ ମହିଳାମାନେ ଉତ୍ତିର୍ଷ୍ଣ ହେଇଛନ୍ତି ।

ସୂଚନାଯୋଗ୍ୟ ଗତ 2018ରୁ ବିଜ୍ଞପ୍ତି ଦିଆଯାଇଥିବା ଏହି ଚାକିରି ପାଇଁ ଅନେକ ଆଶାୟୀ ଥିଲେ ।ଥରେ ପରୀକ୍ଷା ଘୁଞ୍ଚିବା ସହିତ ପରୀକ୍ଷା ନମ୍ବର ପାଇଁ ଅନେକ ବିରୋଧ ହେଇଥିଲା । ଏହାପରେ ନିକଟରେ ଲୋକସେବା ଆୟୋଗ ଚୁଡାନ୍ତ ପ୍ରାର୍ଥୀ ଘୋଷଣା କରିଛନ୍ତି ।
ଲିଖିତ ପରୀକ୍ଷାରେ ମୋଟ ୯୮୩ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇ ଦକ୍ଷତା ପରୀକ୍ଷା (ସ୍କିଲ ଟେଷ୍ଟ) ଓ ସାର୍ଟିଫିକେଟ ଯାଞ୍ଚ ପାଇଁ ମନୋନୀତ ହୋଇଥିଲେ ।
ସୂଚନାଯୋଗ୍ୟ ଯେ ଏଏସଓ ପରୀକ୍ଷା ପାଇଁ ୨୦୧୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ପ୍ରାୟ ୫୦୦ଟି ପଦବୀ ପାଇଁ ଡିସେମ୍ବର ୨୩, ୨୦୧୮ରେ ପରୀକ୍ଷା ହେବ ବୋଲି ପ୍ରଥମେ ବିଜ୍ଞାପନରେ କୁହାଯାଇଥିଲା । ପରେ ଏହି ପରୀକ୍ଷା ତାରିଖକୁ ଜାନୁୟାରୀ ୨୦, ୨୦୧୯ କୁ ଘୁଞ୍ଚାଇଦିଆଯାଇଥିଲା ।
ବିଷୟବସ୍ତୁ ପରିବର୍ତ୍ତନ
ଏହି ନିଯୁକ୍ତି ପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ପରୀକ୍ଷାରେ ବିଷୟବସ୍ତୁକୁ ପରିବର୍ତ୍ତନ କରାଯାଇଥିଲା । ଏଥର ପରୀକ୍ଷାରେ ଓଡିଆ ଭାଷାକୁ ଅଧିକ ଗୁରୁତ୍ଵ ଦିଆଯାଇଥିଲା । ଦକ୍ଷତା ପରୀକ୍ଷାକୁ ମିଶାଇ ପରୀକ୍ଷାର୍ଥୀମାନେ ମୋଟ ଚାରିଟି ପେପରରେ ପରୀକ୍ଷା ଦେଇଥିଲେ ।
ଲିଖିତ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ମୋଟ ତିନୋଟି ପେପର ପରୀକ୍ଷା ଦେବା ପରେ ସେମାନଙ୍କ ନାମ ଚତୁର୍ଥ ପେପର ସ୍କିଲ ଟେଷ୍ଟ ପାଇଁ ପ୍ରକାଶ ପାଇଥିଲା ।
ଲିଖିତ ପରୀକ୍ଷାରେ ପାସ କରିଥିବା ପ୍ରାର୍ଥୀ ଦକ୍ଷତା ପରୀକ୍ଷା-- କମ୍ପ୍ୟୁଟର ପ୍ରାକ୍ଟିକାଲ ପରୀକ୍ଷା (50 ମାର୍କ ) ଦେଇଥିଲେ । ଏହାପରେ ଗତ ଜୁନ ୭ ତାରିଖରେ ଓଡିଶା ଲୋକସେବା ଆୟୋଗ ତରଫରୁ ସଫଳ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା ।