• Bhagyashree Sahoo

କିପରି ବଢ଼ାଇବେ କ୍ରିଏଟିଭିଟି ? ଆପଣାନ୍ତୁ ଏହି ସରଳ ଉପାୟ


(ବେତାର ବ୍ୟୁରୋ) ସୃଜନଶୀଳତା ବା କ୍ରିଏଟିଭିଟି ବିଷୟରେ ଅନେକବାର ଆପଣ ଶୁଣିଥିବେ । ଈଶ୍ୱର ପ୍ରଦତ୍ତ ଏହି ଗୁଣାବଳୀ ପରସ୍ପରଠାରୁ ପୃଥକ । 

ଫିଲ୍ମରେ ଅଭିନୟ କରୁଥିବା ହିରୋ ହୁଅନ୍ତୁ ଅଥବା ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତିତ୍ୱ ଆମଠାରୁ ଭିନ୍ନ । ତେବେ କାହିଁକି ଓ କିପରି ସେମାନେ ଆମଠାରୁ ଅଲଗା । କ’ଣ ଆମେ ମଧ୍ୟ ସେମାନଙ୍କ ପରି ବ୍ୟକ୍ତିତ୍ୱ ଗଢିପାରିବା ।

ଏହାର ଉତ୍ତର ନିଶ୍ଚିତ ହଁ । ଏମିତି କିଛି ଅଛି ସରଳ ଉପାୟ ଯାହା ଦ୍ୱାରା ଆମେ ବି ନିଜ ଭିତରର ପ୍ରତିଭା ଦେଖାଇପାରିବା ।

ଦୈନିକ ଚାଲନ୍ତୁ ସଫଳତମ ବ୍ୟକ୍ତିମାନଙ୍କ ଅଭ୍ୟାସ ଭିନ୍ନ ଭିନ୍ନ ହୋଇଥିଲେ ହେଁ ସେମାନଙ୍କଠାରେ ଦେଖିବାକୁ ମିଳେ କିଛି ଏକା ପ୍ରକାରର ଗୁଣ । ସେଥିମଧ୍ୟରୁ ଚାଲିବା ଅଭ୍ୟାସ ଗୋଟିଏ । ଗବେଷକଙ୍କ ମତରେ ଚାଲିବା ସମୟରେ ନୂଆ ନୂଆ ବିଚାର ମନକୁ ଆସିଥାଏ ।

ନିଜ ପରିବେଶରୁ ମିଳେ ନୂଆ ଆଇଡିଆ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି, ଚାଲିବା ସମୟରେ ଭାବିବା ଦ୍ୱାରା ଆମ ଧ୍ୟାନ ଗୋଟିଏ ଜିନିଷ ଉପରେ ନ ରହି ଚାରିଆଡକୁ ଯାଇଥାଏ । କୌଣସି ଏକ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ଖୋଜୁଥିଲେ ଗୋଟିଏ ସ୍ଥାନରେ ବସି ଭାବିବା ଦ୍ୱାରା କିଛି ସମୟ ଚାଲିଲେ ଶୀଘ୍ର ଆମକୁ ସମାଧାନର ରାସ୍ତା ଦେଖାଯାଇଥାଏ ।

ଅବଚେତନ ମସ୍ତିଷ୍କ ଦେଇଥାଏ ସମାଧାନର ସୂତ୍ର ଚାଲିବା ସମୟରେ ଆମେ ଅନେକ ଜିନିଷ ଭାବିଥାଉ । ଏହି ସମୟରେ କିନ୍ତୁ ଆମ ଅବଚେତନ ମସ୍ତିଷ୍କ ସେଇ ନିର୍ଦ୍ଦିଷ୍ଟ ସମସ୍ୟା ଉପରେ ଭାବିବା କାମ ଚଳାଇଥାଏ । ଅନ୍ୟପକ୍ଷରେ ଚତୁଃପାଶ୍ୱର୍ରୁୁ ଆମେ ଦେଖିଥିବା ବିଭିନ୍ନ ଦୃଶ୍ୟ ତଥା ଘଟଣା କ୍ରମରୁ ନୂଆ କଥା ଆମ ମସ୍ତିଷ୍କରେ ଗଚ୍ଛିତ ହୋଇଥାଏ ।

ଷ୍ଟିଭ ଜବ୍ସ, ମାର୍କ ଜୁକରବର୍ଗଙ୍କ ଭଳି ସଫଳତମ ମଣିଷ ଚାଲିବା ସମୟରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ମିଟିଂ କରିଥିବା ଦେଖାଯାଇଛି । ଗବେଷକଙ୍କ ମତରେ ଗୋଟିଏ ସ୍ଥାନରେ ବସି ରହି ସୃଜନଶୀଳତା ବାହାର କରିବା ବଦଳରେ କିଛି ସମୟ ଚାଲି ଚାଲି ଭାବିବା ଦ୍ୱାରା ଅନେକ ସ୍ମାର୍ଟ ଉପାୟମାନ ମିଳିଥାଏ । ଏହା ଦ୍ୱାରା ଅଫିସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଦୂରତା କମି ଏକ ସୁସମନ୍ୱୟ ମଧ୍ୟ ଗଢିଉଠେ ।

ଚାଲିବା ପାଇଁ ଧାର୍ଯ୍ୟ କରନ୍ତୁନି କୌଣସି ସମୟ ଗବେଷକଙ୍କ ମତରେ ଚାଲିବା ପାଇଁ କୌଣସି ସମୟ ନିର୍ଦ୍ଧାରିତ ନ କରି ଚାରିପାଖେ ଥିବା ଜିନିଷ, ପରିବେଶକୁ ଉପଭୋଗ କରିବା ଆବଶ୍ୟକ । ଏହା ଦ୍ୱାରା ମସ୍ତିଷ୍କକୁ ଆରାମ ମିଳିବା ସହ ନୂଆ ନୂଆ କଥା ଭାବିବା ପାଇଁ ଉପଯୁକ୍ତ ପ୍ଲାଟଫର୍ମ ମିଳିଯାଇଥାଏ ।

#lifehack #LifeStyle #Living

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon