• Bhagyashree Sahoo

ପ୍ରେମ ପାଇଁ ବିମାନ ହାଇଜାକ କାହାଣୀ ରଚିଥିବା ବ୍ୟବସାୟୀଙ୍କୁ ଆଜୀବନ ଜେଲ,5 କୋଟି ଜରିମାନା


(ବେତାର ବ୍ୟୁରୋ)- ଏନ୍ଆଇଏ(ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି)ର ସ୍ୱତନ୍ତ୍ର କୋର୍ଟ ମୁମ୍ବାଇର ଜଣେ ବ୍ୟବସାୟୀ ବିର୍ଜୁ ସାଲାଙ୍କୁ ବିମାନ ହାଇଜାକ୍ ଧମକ ମାମଲାରେ ଦୋଷୀ ସାବ୍ୟସ୍ତ କରଛନ୍ତି । ଆଣ୍ଟି ହାଇଜାକିଂ ଆକ୍ଟ-୨୦୧୬ ଅନୁଯାୟୀ ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫ କୋଟି ଟଙ୍କା ଜରିମାନା ଦେବା ପାଇଁ ଜଜ୍ ଏମ୍. କେ. ଡାଭେ ନିର୍ଦ୍ଦେଶ ଦେଇଛନ୍ତି । 

ଏହି ଜରିମାନା ଅର୍ଥକୁ ପାଇଲଟ, ସହକାରୀ ପାଇଲଟ୍, ବିମାନ କର୍ମଚାରୀ ଓ ପାସେଞ୍ଜରଙ୍କୁ ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । ପାଇଲଟ ଓ ସହକାରୀ ପାଇଲଟଙ୍କୁ ୧ ଲକ୍ଷ ଲେଖାଏ, ୨ ବିମାନ ଆଟେଣ୍ଡାଣ୍ଟଙ୍କୁ ୫୦ ହଜାର ଲେଖାଏ ଏବଂ ୧୧୬ ଯାତ୍ରୀଙ୍କୁ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି ।

ଶୌଚାଳୟ ଟିସୁ ପେପରରେ ଲେଖାଯାଇଥିଲା ଚିଠି ୨୦୧୭ ଅକ୍ଟୋବର ୩୦ରେ ମୁମ୍ବାଇ-ଦିଲ୍ଲୀ ଜେଟ୍ ଏୟାରୱେଜ ବିମାନକୁ ପାକସ୍ତାନ ଅଧିକୃତ କଶ୍ମୀରକୁ ହାଇଜାକ୍ କରିନେବାକୁ ବିର୍ଜୁ ଧମକ ଦେଇଥିଲେ । ଏକ ଟିସୁ ପେପରରେ ଇଂଲିଶ ଓ ଉର୍ଦ୍ଦୁ ଭାଷ।ରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ଲେଖି ବିମାନ ଶୌଚାଳୟରେ ରଖିଦେଇଥିଲେ । ଜଣେ କ୍ରିୟୁ ମେମ୍ବର ଏହା ଦେଖି ପାଇଲଟଙ୍କୁ ଜଣାଇଥିଲେ । ଏହାକୁ ନେଇ ବିମାନ କର୍ମଚାରୀଙ୍କ ସମେତ ସସସ୍ତ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ପରେ ଅହମ୍ମଦାବାଦ୍ ଏୟାରପୋର୍ଟରେ ବିମାନଟି ଜରୁରୀ ଅବତରଣ କରିଥିଲା ।

NIA ନେଇଥିଲା ତଦନ୍ତ ଦାୟିତ୍ୱ ଏନ୍ଆଇଏ ତଦନ୍ତ ଭାର ନେବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ପରେ ଗହଣା ବ୍ୟବସାୟୀ ବିର୍ଜୁଙ୍କୁ ଗିରଫ କରାଯାଇଥିଲା । ତଦନ୍ତକାରୀ ଅଧିକାରୀଙ୍କ ଆଗରେ ସେ ଦୋଷ ମାନିବା ସହ ଏହି ଧମକ ଦେବା ପଛରେ ଥିବା କାରଣ ବିଷୟରେ କହିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । 

ପ୍ରେମିକାଙ୍କୁ ମୁମ୍ବାଇ ଆଣିବାକୁ ଧମକ ଦେଇଥିଲେ ଜେଟ ଏୟାରୱେଜର ଦିଲ୍ଲୀ ଅପରେଶନକୁ ବନ୍ଦ କରାଇବା ପାଇଁ ସେ ଏହି ଧମକ ଦେଇଥିଲେ । ଏହା ପଛର କାରଣ ଥିଲେ ତାଙ୍କ ପ୍ରେମିକା, ଯିଏ କି ଦିଲ୍ଲୀ ଏୟାରଲାଇନ୍ସରେ କାମ କରୁଥିଲେ । ଏହି ବିମାନର ଦିଲ୍ଲୀ ଅପରେଶନ ବନ୍ଦ ହୋଇଗଲେ ତାଙ୍କ ପ୍ରେମିକା ମୁମ୍ବାଇ ଫେରି ଆସିବେ ବୋଲି ଯୋଜନା କରି ବିର୍ଜୁ ଏହି ଧମକପୂର୍ଣ୍ଣ ଚିଠି ଲେଖିଥିବା ସ୍ୱୀକାର କରିଥିଲେ ।

ନୋ ଫ୍ଲଏ ଲିଷ୍ଟରେ ବିର୍ଜୁ ପ୍ରଥମ ଘଟଣାରେ ବିର୍ଜୁ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ଆଣ୍ଟି ହାଇଜାକିଂ  ଆକ୍ଟର ସେକ୍ସନ ୩(୧), ୩(୨) ଏବଂ ୪(ବି)ରେ ଗିରଫ ହେବା ସହ ନ୍ୟାଶନାଲ ନୋ ଫ୍ଲାଏ ଲିଷ୍ଟରେ ସାମିଲ ହେବାର ପ୍ରଥମରେ ରହିଛନ୍ତି ।ଅର୍ଥାତ ସେ କେବେ ବି ବିମାନରେ ଯାତ୍ରା କରିପାରିବେନି।

#Crime #News #LoveCrime

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon