• Bhagyashree Sahoo

ବିଶ୍ଵକପରେ ସ୍ପିଡ ବଲ ସତ୍ତ୍ୱେ ଷ୍ଟମ୍ପରୁ ଖସୁନି ବେଲ୍, ବ୍ୟାଟ୍ସମ୍ୟାନଙ୍କୁ ମିଳୁଛି ଜୀବନଦାନ


(ବେତାର ବ୍ୟୁରୋ) ଷ୍ଟମ୍ପରେ ବଲ୍ ବାଜିବା ସତ୍ତ୍ୱେ ଖସୁନି ଜିଙ୍ଗ ବେଲ୍ସ । ଚଳିତ ବିଶ୍ୱକପ ମ୍ୟାଚରେ ଏପରି ଦେଖିବାକୁ ମିଳିଛି । ଏହାର ଫାଇଦା ବ୍ୟାଟ୍ସମ୍ୟାନ ନେଉଥିବାବେଳେ ନିରାଶ ହେଉଛନ୍ତି ବୋଲର । ଆଇସିସି(ଆନ୍ତର୍ଜାତିକ କ୍ରିକେଟ ପରିଷଦ) ଦ୍ୱାରା ସ୍ୱୀକୃତ ଏଲ୍ଇଡି ବଲ୍ବ ସଂଲଗ୍ନ ବେଲ୍ସକୁ ନେଇ ଏବେ ଏହି ବିବାଦ ମୁଣ୍ଡ ଟେକିଛି ।

ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ବର୍ତ୍ତିଥିଲେ ୱାର୍ନର ଗତ ୯ ତାରିଖ ରବିବାର ଓଭାଲଠାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ଭାରତୀୟ ବୋଲର ଯଶପ୍ରୀତ ବୁମରାଙ୍କ ଏକ ବଲ୍ ଷ୍ଟମ୍ପରେ ବାଜିଥିଲା । ହେଲେ ବେଲ୍ସ ନ ଖସିବାରୁ ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ ୱାର୍ନର ନିଶ୍ଚିତ ଆଉଟ୍ରୁ ବର୍ତ୍ତି ଯାଇଥିଲେ । 

ଚଳିତ ବିଶ୍ୱକପ୍ ରେ ୫ ଥର କେବଳ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ନୁହେଁ, ଚଳିତ ବିଶ୍ୱକପ୍ର ପୂର୍ବ ୪ଟି ମ୍ୟାଚରେ ମଧ୍ୟ ଏପରି ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ, ନ୍ୟୁଜଲାଣ୍ଡ-ଶ୍ରୀଲଙ୍କା, ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ-ବାଂଲାଦେଶ ମ୍ୟାଚରେ ମଧ୍ୟ ୱିକେଟରେ ବଲ୍ ବାଜିବା ସତ୍ତେ୍ୱ ବେଲ୍ସ ନ ଖସିବାରୁ ବ୍ୟାଟ୍ସବ୍ୟାନଙ୍କୁ ଜୀବନଦାନ ମିଳିଛି । ତେବେ ଏହି ୫ଟି ମ୍ୟାଚରେ ଜୀବନଦାନ ପାଇଥିବା ଟିମ୍ଗୁଡିକ ବିଜୟୀ ହୋଇପାରିନାହିଁ ।

ଜିଙ୍ଗ ବେଲ୍ସର ସ୍ଥାୟୀତ୍ୱ

ଗତ ରବିବାର ମ୍ୟାଚରେ ଏପରି ଘଟିବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଓ ଭାରତ କ୍ୟାପଟେନ ବିରାଟ କୋହଲି ଏହା ଉପରେ ପଦକ୍ଷେପ ନିଆଯିବାକୁ ଆହ୍ୱାନ ଦେଇଛନ୍ତି । ଫଳେ ଏହାର ସ୍ଥାୟୀତ୍ୱ ଉପରେ ଏବେ ପ୍ରଶ୍ନ ଉଠିଛି ।

ହୋଇପାରେ ପରିବର୍ତ୍ତନ ଜିଙ୍ଗ ବେଲ୍ସ କମ୍ପାନୀର ଡାଇରେକ୍ଟର ଡେବିଟ ଲିର୍ଗଟଉଡ୍ଙ୍କ କହିବା ମୁତାବକ, କ୍ରିକେଟରେ ସହଜରେ ବେଲ୍ସ ନ ଖସିବାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏକ ନିର୍ଦ୍ଦିଷ୍ଟ ଶକ୍ତି ଥାଇ ବଲ୍ ଷ୍ଟମ୍ପରେ ନ ବାଜିଲେ ବେଲ୍ସ ଖସି ନ ଥାଏ ।

ଜିଙ୍ଗ ବେଲ୍ସ ରନ୍ଆଉଟ ଓ ଷ୍ଟମ୍ପିଂବେଳେ ଠିକ୍ ନିଷ୍ପତ୍ତି ଶୁଣାଇବାରେ ଥାର୍ଡ ଅମ୍ପାୟାରଙ୍କୁୁ ବହୁତ ସହାୟକ ହୋଇଥାଏ । ତେବେ ଅନେକ ମ୍ୟାଚରେ ଏହାର ବ୍ୟବହାର ହୋଇଥିଲେ ହେଁ ଏବେ ଏପରି ଘଟଣା ସାମ୍ନାକୁ ଆସିଛି । ଆବଶ୍ୟକ ପଡିଲେ ବେଲସ୍ରେ କିଛି ପରିବର୍ତ୍ତନ କରାଯିବ ।

#Sports #News #Cricket #worldcup2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon