• (ବେତାର ବ୍ୟୁରୋ)

ଭାରତ-ନ୍ୟୁଜିଲାଣ୍ଡ ବିଶ୍ଵକପ ମ୍ୟାଚ: ନଜରରେ ରହିବେ ଏହି ପଞ୍ଚତାରକା


(ବେତାର ବ୍ୟୁରୋ) ଇଂଲଣ୍ଡର ନଟିଂହାମଠାରେ ଗୁରୁବାର ଅପରାହ୍ନ ୩ଟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ହାଇଭୋଲଟେଜ ମ୍ୟାଚ । ଏ ପର୍ଯ୍ୟନ୍ତ ହୋଇଥିବା ବିଶ୍ୱକପ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ୩ଟି ଯାକ ମ୍ୟାଚ ଜିତିଥିବାବେଳେ ଭାରତ ମଧ୍ୟ ସମସ୍ତ ୨ଟି ମ୍ୟାଚ ଜିତିଛି । ତେଣୁ ଉଭୟ ଦଳ ସେମାନଙ୍କ ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ । 

ତେବେ ଜବରଦସ୍ତ ଫର୍ମରେ ଥିବା ଉଭୟ ଦଳର ୫ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିବାରେ କଡା ଟକ୍କର ।

ଆସନ୍ତୁ ଜାଣିବା ଉଭୟ ଟିମ୍ ର ଏହି ଖେଳାଳିଙ୍କ ବିଷୟରେ  ।

ବୋଲ୍ଟଙ୍କ ଘାତକ ବଲ ଭାରତୀୟ ଓପନର ରୋହିତ ଶର୍ମା ଭଲ ଫର୍ମରେ ଥିଲେ ହେଁ ନ୍ୟୁଜିଲାଣ୍ଡର ବାମହାତୀ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ସାମ୍ନା କରିବା ସେତେ ସହଜ ହୋଇନାହିଁ । ରୋହିତ ଏହି ବୋଲରଙ୍କ ୧୩୬ ବଲ୍ର ସମ୍ମୁଖୀନ ହୋଇଥିବାବେଳେ ମାତ୍ର ୮୮ ରନ୍ କରିଛନ୍ତି । ତେବେ ଏହି ଭାରତୀୟ ଉପ ଅଧିନାୟକ ବୋଲ୍ଟଙ୍କ ବଲ୍ରେ ସର୍ବାଧିକ ୪ ଥର ଆଉଟ ହୋଇଥିବା ରେକର୍ଡ ରହିଛି ।

କୋହଲିଙ୍କ ୱିକେଟ ନେବାକୁ ଚାହିଁବେ ଫର୍ଗୁସନ୍ ଭାରତ ଅଧିନାୟକ ବିରାଟ କୋହଲି ମଧ୍ୟ ଭଲ ପ୍ରଦର୍ଶନ ଜାରିରଖିଛନ୍ତି । ହେଲେ ତାଙ୍କ ପାଇଁ ଘାତକ ସାଜିପାରନ୍ତି ନ୍ୟୁଜିଲାଣ୍ଡର ଏହି ୱିକେଟ ମେଶିନ ଲୋକି ଫର୍ଗୁସନ୍ । ଏ ପର୍ଯ୍ୟନ୍ତ ଲୋକିଙ୍କ ୩୬ ବଲ୍ର ସାମ୍ନା କରି ବିରାଟ ୪୫ ରନ୍ କରିବାରେ ସମର୍ଥ ହୋଇଛନ୍ତି । ଏଥିସହ ସେ ପୂର୍ବରୁ ମଧ୍ୟ କୋହଲିଙ୍କ ୱିକେଟ ହାସଲ କରିଛନ୍ତି । ତେଣୁୁ ଇଣ୍ଡିଆ ଅଧିନାୟକଙ୍କୁ କ୍ରିଜ୍ ରୁ ବାହାର କରିବା ପାଇଁ ଏହି ପେସ୍ ବୋଲ୍ର ଉଦ୍ୟମ କରିବେ ।

ଓପନର କୋଲିନ ବନାମ ବୁମରା ନ୍ୟୁଜିଲାଣ୍ଡ ଓପନର କୋଲିନ ମୁନରୋ ପୂର୍ବରୁ ଭାରତୀୟ ଯଶପ୍ରୀତ ବୁମ୍ରାଙ୍କୁ ସଫଳ ଭାବେ ସାମ୍ନା କରିପାରିନାହାନ୍ତି । ବୁମ୍ରାଙ୍କ ମୋଟ ୩୫ ବଲ୍ ବିରୋଧରେ ସେ ମାତ୍ର ୨୩ ରନ୍ ହାସଲ କରିଛନ୍ତି । ଏଥିସହ ଥରେ ମୁନ୍ରୋ ତାଙ୍କ ୱିକେଟ ମଧ୍ୟ ହରାଇଛନ୍ତି ।

୪ ଥର ଭୁବନେଶ୍ୱରଙ୍କ ଶିକାର ହୋଇଛନ୍ତି ମାର୍ଟିନ ଅନ୍ୟ ଏକ ମଜାଦାର ମୁକାବିଲା ଦେଖିବାକୁ ମିଳିପାରେ ଭାରତୀୟ ବୋଲର ଭୁବନେଶ୍ୱର କୁମାର ଓ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପଟିଲଙ୍କ ମଧ୍ୟରେ । ପୂର୍ବରୁ ଭୁବନେଶ୍ୱରଙ୍କ ୧୫୦ ବଲ୍ର ସମ୍ମୁଖୀନ ହୋଇଥିବା ଏହି ଡାହାଣ ହାତୀ ବ୍ୟାଟ୍ସମ୍ୟାନ ମାତ୍ର ୧୩୦ ରନ୍ କରିପାରିଛନ୍ତି । ଏଥିସହ ଭୁବନେଶ୍ୱରଙ୍କ ବଲ୍ରେ ୪ ଥର ନିଜ ୱିକେଟ ହରାଇଛନ୍ତି ମାର୍ଟିନ ।

ନ୍ୟୁଜିଲାଣ୍ଡର ମିଡ୍-ଅର୍ଡର ଭାଙ୍ଗିପାରନ୍ତି ଚହଲ ନ୍ୟୁଜିଲାଣ୍ଡର ମଧ୍ୟ ଅର୍ଡରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା କେନ ଉଇଲିୟମସନଙ୍କ ଶୀଘ୍ର ୱିକେଟ ପତନ କରିବାକୁ ଚାହିଁବେ ଚହଲ । କାରଣ ପୂର୍ବରୁ ଚହଲଙ୍କ ସେତେ ସଫଳ ସାମ୍ନା କରି ପାରିନାହାନ୍ତି ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ । ମୋଟ ୬୯ ବଲ୍ ରୁ ୫୩ ରନ୍ ହାସଲ କରିଥିବାବେଳେ ୨ ଥର ଚହଲଙ୍କ ଶିକାର ମଧ୍ୟ ହୋଇସାରିଛନ୍ତି ।

#Cricket #WorldCup2019 #TeamIndia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon