• (ବେତାର ବ୍ୟୁରୋ)

ସାବାଡ ହେବେ ଶିଶୁ ବଳାତ୍କାରୀ: ଅପରାଧୀଙ୍କୁ ଏମିତି କରାଯିବ ନପୁଂସକ


(ବେତାର ବ୍ୟୁରୋ) ଶିଶୁ ବଳାତ୍କାର ରୋକିବାକୁ ଏକ ବଡ ପଦକ୍ଷେପ ନେଇଛନ୍ତି ଆମେରିକାର ଆଲବାମା ରାଜ୍ୟର ଗର୍ଭନର । ବଳାତ୍କାରୀଙ୍କୁ କଠିନ ଦଣ୍ଡ ଦେବାକୁ ଏକ ନୂଆ ବିଲ୍ ରେ ଦସ୍ତଖତ କରିଛନ୍ତି । ଏହି ଆଇନ କାର୍ଯ୍ୟକାରୀ ହେଲେ ଏଣିକି ଆଉ ବର୍ତ୍ତି ପାରିବେନି ଶିଶୁ ଯୌନଶୋଷଣକାରୀ । 

ନୂଆ ଅଇନ ମୁତାବକ ୧୩ ବର୍ଷର କମ୍ ବୟସର ଶିଶୁ ବଳାକ୍ରାରୀଙ୍କୁ ନପୁଂସକ କରିଦିଆଯିବ ଯାହାଦ୍ୱାରା ଅଭିଯୁକ୍ତମାନେ ଏପରି ଘୃଣ୍ୟ କାମ କରିବାକୁ ଭୟ କରିବେ ।

ଇଂଜେକସନରେ କରାଯିବ ନପୁଂସକ ଶିଶୁ ଯୌନଶୋଷର ବିରୋଧୀ ଏହି ନିୟମ ମୁତାବକ, ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିର ଶରୀରରେ ଇଞ୍ଜେକଶନ ମାଧ୍ୟରେ କିଛି କେମିକାଲ ତଥା ଡ୍ରଗ୍ସ ଛଡାଯିବ । କେତେ ପରିମାଣରେ ଓ କେତେ ସମୟ ପର୍ଯ୍ୟନ୍ତ ଏହି ଡ୍ରଗ୍ସ ଦିଆଯିବ ତାହା ବିଚାରପତି ନିର୍ଦ୍ଧାରିତ କରିବେ ।

ଖର୍ଚ୍ଚ ବହନ କରିବେ ଦୋଷୀ ଇଞ୍ଜେକଶନ ମାଧ୍ୟମରେ ଅଭିଯୁକ୍ତଙ୍କ ଶରୀରରେ ଛଡାଯିବାକୁ ଥିବା ଡ୍ରଗ୍ସର ସମସ୍ତ ଖର୍ଚ୍ଚ ମଧ୍ୟ ଦୋଷୀ ନିଜେ ବହନ କରିବେ ବୋଲି ବିଲ୍ ରେ ଉଲ୍ଲେଖ ରହିଛି । ଏହି ବିଲ୍ ଆଲବାମାର ଉଭୟ ସଭାରେ ଗୃହୀତ ହୋଇସାରିଛି ।

ଯୌନଶୋଷଣ ଚିନ୍ତାଜନକ ଆମେରିକାରେ ବଢୁଥିବା ଶିଶୁ ଯୌନଶୋଷଣ ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଆଲାବାମା ସରକାର ଏହି କଠୋର ଦଣ୍ଡବିଧାନ କରିଥିବା କହିଛନ୍ତି । ଉକ୍ତ ଡ୍ରଗ୍ସ ଦ୍ୱାରା ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟେରନ ହରମୋନର ମାତ୍ରା କମିଯିବ ବୋଲି ଜଣାପଡିଛି ।

ନିୟମ ଉପରେ ପ୍ରଶ୍ନ ଅନ୍ୟପକ୍ଷରେ ଏହି ନିୟମ ଉପରେ ଆମେରିକାର କିଛି ରାଜ୍ୟ ପ୍ରଶ୍ନ ଉଠାଇଛନ୍ତି । କଏଦୀଙ୍କୁ କେତେ ମାତ୍ରାରେ ଓ କେତେ ସମୟ ପର୍ଯ୍ୟନ୍ତ ଡ୍ରଗ୍ସ ଦିଆଯିବ ତାହା ସ୍ଥିର ହୋଇ ନ ଥିବାରୁ ଆଇନର ସଫଳ କାର୍ଯ୍ୟକାରିତା କେତେଦୂର ହୋଇପାରିବ ସେ ନେଇ ଅନିଶ୍ଚିତତା ଥିବା ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ପ୍ରକାଶ କରିଛନ୍ତି ।

ଆଲବାମା ପ୍ରଥମ ରାଜ୍ୟ ଏପରି ଆଇନ ଆଣିବାରେ ଆଲବାମା ହେଉଛି ଆମେରିକାର ପ୍ରଥମ ରାଜ୍ୟ । ଏହି କଠୋର ଆଇନ ଦକ୍ଷିଣ କୋରିଆରେ ୨୦୧୧ରେ ଏବଂ ୨୦୧୬ରେ ଇଣ୍ଡୋନେସିଆରେ ପ୍ରଣୟନ ହୋଇଛି ।

#news #crime #oddnews #US

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon