• (ବେତାର ବ୍ୟୁରୋ)

ପ୍ରେମରେ ପଡିଲେ ବଦଳେ ଖାଇବା ରୁଚି : ଗବେଷଣା


(ବେତାର ବ୍ୟୁରୋ) ପ୍ରେମ କରାଯାଏନି, ହୋଇଯାଏ। ପ୍ରେମରେ ପଡିଲେ ଅଚିହ୍ନା, ଅଜଣା ମଣିଷ ବି ହୋଇଯାଏ ନିଜର। କେବଳ ମଣିଷଟି ନୁହେଁ, ତା’ର ଆଦବକାଇଦା, ଇଚ୍ଛାଅନିଚ୍ଛା ବି ସାମିଲ ହୋଇଯାଏ ଜୀବନରେ। ଏପରିକି ସେହି ମଣିଷର ପସନ୍ଦ ମୁତାବକ ଖାଦ୍ୟ ରୁଚି  ନିଜ ପସନ୍ଦର ତାଲିକାରେ ସ୍ଥାନ ପାଇଯାଇଥାଏ ବୋଲି ନିକଟରେ ଏକ ଗବେଷଣାରୁ ଜଣାପଡିଛି।

ତେବେ ଆସନ୍ତୁ ଜାଣିବା କିପରି ପ୍ରେମରେ ପଡିଲେ ବଦଳିଯାଇଥାଏ ଖାଇବାର ରୁଚି।

ସମୟ ଅନୁସାରେ ରୁଚି ବଦଳେ

ବିଭିନ୍ନ ସମୟ ଧରି ଏକାଠି ଥିବା ଶହେ ଦମ୍ପତି ଓ ପ୍ରେମୀ ଯୁଗଳଙ୍କୁ ନେଇ ଜର୍ମାନୀ ଓ ପୋଲାଣ୍ଡର ରିସର୍ଚ୍ଚରମାନେ ଏକ ସର୍ବେକ୍ଷଣ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପର୍କରେ ଥିବା ଦମ୍ପତିଙ୍କ ଖାଦ୍ୟ ରୁଚି ପ୍ରାୟ ଏକା ପ୍ରକାରର ଥିବା ଏହି ଗବେଷଣାରୁ ଜଣାପଡିଛି। ଏକାଠି ସମ୍ପର୍କରେ ରହିବା ପରେ ସମୟ କ୍ରମେ ସେମାନଙ୍କ ରୁଚି ମଧ୍ୟରେ ଥିବା ଦୂରତା କମିଥାଏ। ସେହିପରି କମ୍‌ ସମୟ ଧରି ଏକାଠି ଥିବା ଯୋଡିଙ୍କ ରୁଚି ଭିନ୍ନ ରହିଥିବା ସର୍ବେକ୍ଷଣ କହୁଛି।

ଭିନ୍ନ ରୁଚି ଯୋଗୁ ଉପୁଜେ ଝଗଡା

ଅନ୍ୟ ଏକ ଗବେଷଣାରୁ ଜଣାପଡିଛି, ବିବାହ ପରେ ଭିନ୍ନ ରୁଚିକୁ ନେଇ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯାଏ। ତେବେ ଉଭୟେ ପରସ୍ପରର ନିବିଡ ହେବା ପରେ ଧୀରେ ଧୀରେ ସେମାନେ ପରସ୍ପରର ରୁଚିକୁ ଆପଣାଇ ନେଇଥାନ୍ତି।

ସବୁବେଳେ ଲାଗୁ ହୁଏନି

ଅଧିକାଂଶ କ୍ଷେତ୍ରରେ ଲମ୍ବା ସମୟ ପର୍ଯ୍ୟନ୍ତ ସମ୍ପର୍କରେ ଥିବା ଲୋକେ ସମାନ ଖାଦ୍ୟ ପ୍ରତି ସମାନ ଆଗ୍ରହ ଦେଖାଉଥିବା ଦେଖାଯାଇଥିଲେ ହେଁ  ସମ୍ପୂର୍ଣ୍ଣ ବିପରୀତ ଅଭ୍ୟାସ ରଖୁଥିବା ଲୋକଙ୍କ କ୍ଷେତ୍ରରେ କିନ୍ତୁ ଏହା ଓଲଟା ହୋଇଥାଏ। ଯେପରି କି ଜଣେ ସମ୍ପୂର୍ଣ୍ଣ ନିରାମିଷାଶୀ ବ୍ୟକ୍ତି ତାଙ୍କ ଆମିଷ ପ୍ରିୟ ପାର୍ଟନର ଖାଉଥିବା ଖାଦ୍ୟପ୍ରତି ପ୍ରତି ମନ କରିପାରେନା। ସେହିପରି ସ୍ଥାସ୍ଥ୍ୟ ପ୍ରତିକୂଳ ଖାଦ୍ୟ ପ୍ରତି ମଧ୍ୟ ଏକ ଉତ୍ତମ ଦମ୍ପତି ରୁଚି ବଢାଇପାରି ନ ଥାନ୍ତି।

#LoveLife #Relationship #Life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon