• (ବେତାର ବ୍ୟୁରୋ)

ୱାର୍ଲ୍ଡକପ୍ ଭାରତରେ ଖେଳାଯାଉ, ଆମକୁ ବର୍ଷା ଦରକାର : ଅମିତାଭ ବଚ୍ଚନ


(ବେତାର ବ୍ୟୁରୋ) ଜୁନ୍ ୧୩ ତାରିଖ ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍ ମ୍ୟାଚ ବର୍ଷା ଯୋଗୁ ବାତିଲ ହେବା ପରେ ବଲିଉଡ ମେଗା ଷ୍ଟାର ଅମିତାଭ ବଚ୍ଚନ ଏକ ମଜାଦାର ଟୁଇଟ କରିଛନ୍ତି । ବିଶ୍ୱକପ୍ ମ୍ୟାଚ ଭାରତକୁ ସ୍ଥାନାନ୍ତର କରାଯାଉ ବୋଲି ଟୁଇଟ କରିବା ସହ ଆମେ ବର୍ଷା ଚାହୁଁ ବୋଲି ବଚ୍ଚନ କହିଛନ୍ତି ।

ବାତିଲ ହୋଇ ସାରିଲାଣି ୩ଟି ମ୍ୟାଚ ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ୍ କ୍ରିକେଟ ମ୍ୟାଚ ମଧ୍ୟରୁ ଏବେ ସୁଦ୍ଧା ୩ଟି ମ୍ୟାଚ ବାତିଲ ହୋଇ ସାରିଲାଣି ।  ୭ ଜୁନ୍ରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯାଇ ପାରି ନ ଥିଲା । ସେହିପରି ଜୁନ ୧୧ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ପରେ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ମଧ୍ୟ ବର୍ଷା ଯୋଗୁ ଖେଳାଯାଇପାରି ନ ଥିଲା । ମ୍ୟାଚ ବାତିଲ ହେଉଥିବାରୁ ପଏଣ୍ଟ ଭାଗ କରାଯାଇ ଉଭୟ ଟିମ୍କୁ ପ୍ରଦାନ କରାଯାଉଛି । ଏଥିଯୋଗୁ ମଧ୍ୟ  କେତେଜଣ ଫ୍ୟାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଟ୍ରୋଲ ହେଉଛି ଆଇସିସି ବାରମ୍ବାର ବର୍ଷା ଯୋଗୁ ମ୍ୟାଚଗୁଡିକ ବାତିଲ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଖେଳ ପ୍ରେମୀମାନେ । ଏଥିପାଇଁ ସେମାନେ ଆଇସିସିକୁ ଦୋଷ ଦେଉଛନ୍ତି । ବର୍ଷା ମାସ ସତ୍ତେ୍ୱ ଆଇଆଇସି ଇଂଲଣ୍ଡରେ ଖେଳ ଆୟୋଜନ କରିବାକୁ ନେଇ ଜରେ ଫ୍ୟାନ ଟୁଇଟର ମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖେଳର ଟାଇମିଂ ଉପରେ ଧ୍ୟାନ ଦେବାକୁ ଟୁଇଟ କରିଥିବା ବ୍ୟକ୍ତି ଜଣକ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଆସନ୍ତା ୧୬ ଜୁନ୍ରେ ଭାରତ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ରୋଚକ ପୂର୍ଣ୍ଣ ମ୍ୟାଚ ଦେଖିବାକୁ ଫ୍ୟାନମାନଙ୍କ ମଧ୍ୟରେ ଗଭୀର ଉତ୍ସାହ ଥିବାବେଳେ ବର୍ଷା ଏଥିରେ ବାଧକ ନ ସାଜିବା ପାଇଁ ପ୍ରଂଶସକମାନେ ଚାହୁଁଛନ୍ତି ।

#news #entertainment #AmitabhBachchan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon