- (ବେତାର ବ୍ୟୁରୋ)
ବିଏସଏନଏଲ ରେ 3G ଫୋନ ରେ ଏମିତି ମିଳିବ 4G ହାଇ ସ୍ପିଡ ଇଣ୍ଟରନେଟ

(ବେତାର ବ୍ୟୁରୋ) ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ତାର ଗ୍ରାହକମାନଙ୍କୁ ଭେଟି ଦେବାକୁ ଯାଉଛି ହାଇସ୍ପିଡ ଇଣ୍ଟରନେଟ । ଏଥିପାଇଁ କମ୍ପାନୀ ପକ୍ଷରୁ ଲଞ୍ଚ କରାଯାଇଛି ୪ ଜି ପ୍ଲସ ସେବା । ଏହା ଦ୍ୱାରା ଉପଭୋକ୍ତାମାନେ ଅଧିକ ସ୍ପିଡର ଇଣ୍ଟରନେଟ ବ୍ୟବହାର କରିପାରିବେ ।
ଆସନ୍ତୁ ଜାଣିବା କିପରି ମିଳିବ ଏହି ସୁବିଧା ।
ହଟ୍ ସ୍ପଟରେ ଉପଲବ୍ଧ ହେବ ଏହି ରାଷ୍ଟ୍ରୀୟତ୍ତ ଟେଲିକମ୍ କମ୍ପାନୀ ପକ୍ଷରୁ କରାଯାଇଥିବା ଘୋଷଣା ମୁତାବକ, ୱାଇଫାଇ ହଟ୍ ସ୍ପଟ ଦ୍ୱାରା ୪ଜି ପ୍ଲସ ଇଣ୍ଟରନେଟ ସୁବିଧା ମିଳିବ । ଦେଶର ବିଭିନ୍ନ ସ୍ଥାନରେ ଥିବା ବିଏସଏନଏଲ ୱାଇଫାଇ ହଟ୍ ସ୍ପଟ ବ୍ୟବହାର କରି ଉପଭୋକ୍ତା ଇଣ୍ଟରନେଟର ସୁବିଧା ପାଇପାରିବେ ।
୩ ଜି ମୋବାଇଲରେ ବି ଚାଲିବ ୪ଜି ପ୍ଲସ ୩ ଜି ମୋବାଇଲ ବ୍ୟବହାର କରୁଥିବା ଉପଭୋକ୍ତା ମଧ୍ୟ ବିଏସଏନଏଲର ଏହି ସୁବିଧା ପାଇପାରିବେ । ଏଥିପାଇଁ ସେମାନଙ୍କୁ ୪ ଜି ନେଟୱାର୍କର ଆବଶ୍ୟକତା ପଡିବନି । ମୋବାଇଲ ହଟ୍ ସ୍ପଟ ବ୍ୟବହାର କରି ସେମାନେ ଇଣ୍ଟରନେଟ ପାଇପାରିବେ ।
୩ଟି ଉପାୟରେ ଉଠାଇପାରିବେ ଲାଭ
ବିଏସଏନଏଲ ଏହାର ୱେବସାଇଟରେ ଅପଲୋଡ କରିଥିବା ତଥ୍ୟ ମୁତାବକ, ୩ଟି ଉପାୟରେ ଗ୍ରାହକମାନେ ୪ଜି ପ୍ଲସ ସେବାର ଲାଭ ଉଠାଇପାରିବେ ।
୧) ଇଏପି (ଏକ୍ସଟେନସିବଲ ଅଥେଣ୍ଟିକେଶନ ପ୍ରୋଟୋକଲ) ୨) ନନ୍ ଏକ୍ସଟେନସିବଲ ଅଥେଣ୍ଟିକେଶନ ପ୍ରୋଟୋକଲ ୩) ମୋବାଇଲ ଆପ୍ଲିକେଶନ
ଇଏପି ଦ୍ୱାରା ଇଣ୍ଟରନେଟ୍ ସଂଯୋଗ ଏକ୍ସଟେନସିବଲ ଅଥେଣ୍ଟିକେଶନ ପ୍ରୋଟୋକଲ ବ୍ୟବସ୍ଥା ପାଇଁ ମୋବାଇଲରେ ୱାଇଫାଇ ଅନ୍ କରିବାକୁ ପଡିବ । ଏହା ପରେ ବିଏସଏନଏଲ ୪ଜି ପ୍ଲସ ଏସ୍ଏସ୍ଆଇଡି ବିକଳ୍ପ ବାଛିବାକୁ ପଡିବ । ଅଥେଣ୍ଟିକେଶନ ପାଇଁ ଇଏପିକୁ ସିଲେକ୍ଟ କରିବାକୁ ପଡିବ । ଏହା ପରେ ବିଏସଏନଏଲ ସିମ୍ ସ୍ଲଟ ବାଛିବାକୁ ହେବ । ସିମ୍ ଅଥେଣ୍ଟିକେଟ ହେବା ପରେ ଇଣ୍ଟରନେଟ ଚାଲିବ ।
ନନ୍-ଇଏପି ବ୍ୟବସ୍ଥା ନନ୍ ଇଏପି ପାଇଁ ମୋବାଇଲ ୱାଇଫାଇ ଅନ୍ କରି ବିଏସଏନଏଲ ୪ଜି ପ୍ଲସ ଏସ୍ଏସ୍ଆଇଡି ବିକଳ୍ପ ବାଛିବାକୁ ପଡିବ । ସେଠାରେ ନିଜ ନମ୍ବର ଦେବା ପରେ ଏକ ପିନ୍ ଆପଣଙ୍କ ମୋବଇଲକୁ ମେସେଜ ଆସିବ । ଏହି ପିନ୍ ବ୍ୟବହାର କରି ଲଗଇନ୍ ହେବା ପରେ ଆପର ଇଣ୍ଟରନେଟ ବ୍ୟବହାର କରିପାରିବେ ।
ମୋବାଇଲ ଆପ୍ଲିକେଶନ ପ୍ରଥମେ ଆପଣଙ୍କ ମୋବାଇଲରେ ବିଏସଏନଏଲ ୪ଜି ପ୍ଲଜ ଆପ୍ ଡାଉନଲୋଡ କରନ୍ତୁ । ପରେ ଆପଣଙ୍କ ବିଏସଏନଏଲ ନମ୍ବର ଦ୍ୱାରା ଏଥିରେ ଲଗଇନ୍ କରିବାକୁ ହେବ । ଧ୍ୟାନ ରଖିବାକୁ ହେବ ଯେପରି ଆପଣଙ୍କ ସିମ୍ଟି ପ୍ର
ଥମ ସ୍ଲଟରେ ରୁହେ । ଲଗ୍ ଇନ୍ ହେବା ପରେ ଆପଣ ଇଣ୍ଟରନେଟ ବ୍ୟବହାର କରିପାରିବେ ।
ସୂଚନାଯୋଗ୍ୟ ଯେ, ଏହି ସୁବିଧା କେବଳ ମୋବାଇଲରେ ଉପଲବ୍ଧ ହୋଇପାରିବ । ଲାପଟପ କିମ୍ବା ଡେସ୍କଟପରେ ଏହାର ବ୍ୟବହାର କରିହେବ ନାହିଁ ।