• ବେତାର ବ୍ୟୁରୋ

ଭାରତ ବନାମ ପାକିସ୍ତାନ: ହାର-ଜିତ ବଦଳରେ ଏମିତି ଅଭିନବ ଉପାୟରେ ଲାଗୁଛି ବାଜି


(ବେତାର ବ୍ୟୁରୋ) ଚଳିତ ବିଶ୍ବକପ୍‌ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଆରମ୍ଭ ହେବାର ଯଥେଷ୍ଟ ଆଗରୁ ଉଭୟ ଦେଶର ଦର୍ଶକଙ୍କ ମନରେ ଯଥେଷ୍ଟ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି । ମ୍ୟାଚ ଆରମ୍ଭ ହେବାର ଅଳ୍ପ ଦିନ ପୂର୍ବରୁ ଟିକେଟ ଦର ମଧ୍ୟ ଆକାଶ ଛୁଆଁ ବୃଦ୍ଧି ହେଇଛି । ସେହି ହିସାବରେ ସଟ୍ଟା ବଜାର ମଧ୍ୟ ବେଶ ଗରମ ରହିଛି । ଖବର ଏଜେନ୍ସି IANS ଅନୁସାରେ ଦିଲ୍ଲୀ ସହରରେ ଶନିବାର ମଧ୍ୟ ରାତ୍ରି ସୁଦ୍ଧା ପ୍ରାୟ 100 କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବାଜି ଲାଗିଛି ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି ।

ଅଧିକାଂଶ ବାଜିରେ ଭାରତୀୟ ଦଳ ଜିତିବ ବୋଲି ଅନୁମାନ କରି ସଟ୍ଟା ଲଗାଯାଉଛି । ଏହି ଅନୁସାରେ ଭାରତୀୟ ଦଳର ହିସାବ ରହିଛି 1.45/1 ।ଅର୍ଥାତ ଟ .1 ବାଜି ଲଗେଇଲେ ଭାରତ ଜିତିଲେ ମିଳିବ ଟ.1.45 ।

ସ୍ଵାଭାବିକ ଭାବେ ଭାରତ ଜିତିବ ବୋଲି ସମସ୍ତେ ଆଶା କରୁଥିବାରୁ ପାକିସ୍ତାନ ସପକ୍ଷରେ ପଇସା ଲଗେଇଲେ ଅଧିକ ପଇସା ଫେରସ୍ତ ମିଳିବାର ସୁଯୋଗ ରହିଛି । ଏହି ପରିପ୍ରେକ୍ଷୀରେ ପାକିସ୍ତାନଦଳର ହିସାବ ରହିଛି 3/1 ।ଅର୍ଥାତ ଯେତିକି ଟଙ୍କା ବାଜି ଲଗେଇଥିବେ ପାକିସ୍ତାନ ଜିତିବା ପରେ ଏହାର ତିନି ଗୁଣ ପଇସା ମିଳିବ ।

ଅଭିନବ ବାଜି

ବିଭିନ୍ନ ଆଇନ ଅନୁମୋଦିତ ସଟ୍ଟା ବଜାର ୱେବ୍ ସାଇଟ ଅନୁସାରେ ପିଚ ରିପୋର୍ଟ, ପାଣିପାଗ ରିପୋର୍ଟ, ଓ ଉଭୟ ଦଳର ଖେଳାଳିଙ୍କୁ ନେଇ ସଟ୍ଟା ବା ବାଜି ସାଧାରଣତଃ ଲାଗିଥାଏ । ତେବେ ଚଳିତ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ସମସ୍ତଙ୍କ ପ୍ରିୟ ରହିଥିବାରୁ ଏଥର ହାର-ଜିତ ଛଡା ଟସ ଆରମ୍ଭ ହେବ ଠାରୁ ଶେଷ ଓଭର ବା ଶେଷ ବଲ୍ ଯାଏଁ –ଏହି ହିସାବରେ ଅଧକ ଟଙ୍କା ବାଜି ଲାଗୁଛି ।

ଦିଲ୍ଲୀର ଜଣେ ବୁକିଙ୍କ ସହିତ କଥାବାର୍ତ୍ତା ହେଇ IANS ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଏଥର ଭରତ ବିଜଯ ସମ୍ଭାବନା ଅଧିକ ଥିବାରୁ କେବେଳ ହାର-ଜିତ ଛଡା ଅନ୍ୟ ବିଷୟ ରେ ବାଜି ଲାଗୁଛି । ଯେପରିକି କିଏ ଟସ ଜିତିବ ଓ ଜିତିବା ପରେ ଜ୍ୟପଟେନଙ୍କ ନିଷ୍ପତ୍ତି କଣ ହେବ । ସେହିପରି କେଉଁ ଦଳର ବୋଲର ଅଧିକ ୱିକେଟ ନେବେ , କେଉଁ ବ୍ୟାଟସମ୍ୟାନ ଅଧିକ ରନ୍ ସଂଗ୍ରହ କରିବେ, ଯଦି ଭାରତ ବିଜୟ ଲାଭ କରେ ତେବେ କେତେ ରନ୍ ବା ୱିକେଟ ବ୍ୟବଧାନରେ ଜିତିବ, କେଉଁ ଓଭରରେ ବିଜୟ ଲାଭ କରିବା ଇତ୍ୟାଦି ସପକ୍ଷରେ ମଧ୍ୟ ବାଜି ଲାଗୁଛି ।

ସେହିପରି ଉଭୟ ଦଳର ତାରକା ବ୍ୟାଟସମ୍ୟାନଙ୍କ ମଧ୍ୟରୁ କିଏ ଶତକ ବା ଅର୍ଦ୍ଧଶତକ କରିବ ସେ ନେଇ ମଧ୍ୟ ବାଜି ଲାଗୁଛି ।

ଏହିଭଳି ବାଜି ଅନ୍ୟ ମ୍ୟାଚରେ ମଧ୍ୟ ଲାଗିଥାଏ । ତେବେ ସେ ସବୁର ମାତ୍ରା ସାଧାରଣତଃ କମ ଥାଏ । ହେଲେ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଏହି ପ୍ରକାରର ଅଡ୍ ବେଟିଙ୍ଗ ବହୁତ ଚାଲୁଅଛି ।

ଜଣେ ବୁକିଙ୍କ ମତରେ “ସବୁଠାର ଭଳି ଏଥର ଦିଲ୍ଲୀର କଲେଜ ଛାତ୍ରଙ୍କ ଠାରୁ ଆରମ୍ଭ କରି କର୍ପୋରେଟ ଜଗତ, ବଡ ବଡ ବ୍ୟବସାୟୀ ଇତ୍ୟାଦି ଏଥର ଅଭିନବ ଉପାୟରେ ବାଜି ଲଗେଇବାକୁ ପସନ୍ଦ କରୁଛନ୍ତି । “

ମ୍ୟାଚ ସ୍ଥିତି

ମଂଚେଷ୍ଟରର ଓଲଡଟ୍ରାଫର୍ଡ ଠାରେ ଆଜି ହେବାକୁ ଥିବା ଏହି ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପର ୨୨ତମ ମ୍ୟାଚ୍ ପାଇଁ ଖେଳାଳି ଯେତିକି ଉତ୍ସାହି ଅଛନ୍ତି, ତା’ ଠାରୁ ଅଧିକ ଖୁସି ଅଛନ୍ତି କ୍ରିକେଟ, ପ୍ରଶଂସକ ଓ ଦର୍ଶକ । କ୍ରିକେଟ ମହାକୁମ୍ଭର ହାଇଭୋଲଟେଜ୍ ଲଢ଼େଇ ପାଇଁ ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜର ରଣନୀତି ପ୍ରସ୍ତୁତ କରିଥିବା ବେଳେ ପାଣିପାଗକୁ ନେଇ ମ୍ୟାଚ୍ ଖେଳାଯିବାର ଅନିଶ୍ଚିତତା ଦେଖାଯାଇଛି ।

ଅନ୍ୟପଟେ ଭାରତ ଚଳିତ ବିଶ୍ୱକପ୍‌ରେ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଏବଂ ଗୋଟିଏ ମ୍ୟାଚ୍‌ ଟାଇ ରହିଛି । ଭାରତ ଗୋଟିଏ ବି ମ୍ୟାଚ୍‌ ହାରିନଥିବାରୁ ଦଳରେ ଆତ୍ମବିଶ୍ୱାସ ଭରପୁର ରହିଛି । ପଏଣ୍ଟ ଟେବୁଲରେ ଭାରତ ୫ ପଏଣ୍ଟ ପାଇବା ସହ ଚତୁର୍ଥ ସ୍ଥାନରେ ରହିଛି ।

କାରଣ ଭାରତୀୟ ବ୍ୟାଟିଂ ଲାଇନ୍‌ର ପ୍ରଥମ ୩ ଜଣ ହିଁ ମ୍ୟାଚ୍ ବିଜେତା।

#Cricket #worldcup2019 #IndVPak #Kohli

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon