• (ବେତାର ବ୍ୟୁରୋ)

ଇଣ୍ଡିଆ ଓ ପାକିସ୍ତାନ ମ୍ୟାଚରେ  ପାକ୍ ଦମ୍ପତିଙ୍କ ନିଆରା ପ୍ରୟାସ :ପିନ୍ଧିଲେ ଦୁଇ ଦଳ ଜର୍ସି


(ବେତାର ବ୍ୟୁରୋ) ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହାଇଭୋଲଟେଜ ମ୍ୟାଚରେ ଭାରତକୁ ବିଶାଳ ବିଜୟ ମିଳିଛି । ଏଥିସହ ବିଶ୍ୱକପ୍ ଇତିହାସରେ ପାକିସ୍ତାନ ବିରୋଧରେ ଭାରତ କ୍ରମାଗତ ସପ୍ତମ ବିଜୟ ହାସଲ କରିଛି । ଏହି ମ୍ୟାଚ ଦେଖିବାକୁ ଓଲ୍ଡ ଟ୍ରଫୋଡ ଷ୍ଟାଡିୟମରେ ହଜାର ହଜାର ସଂଖ୍ୟକ ପ୍ରଶଂସକ ଉପସ୍ଥିତ ରହି ନିଜ ନିଜ ଦଳକୁ ସମର୍ଥନ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ନିଆରା ସମର୍ଥକ ଭାବେ ଏକ ଦମ୍ପତି ଦେଖିବାକୁ ମିଳିଥିଲା । ଉଭୟ ସ୍ୱାମୀ ସ୍ତ୍ରୀ ଦୁଇ ଦେଶର ଜର୍ସି ଥିବା ପୋଷାକ ପିନ୍ଧିଥିଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା ।

ସ୍ତ୍ରୀ ଭାରତୀୟ, ସ୍ୱାମୀ ପାକିସ୍ତାନୀ ଦୁଇ ଦଳର ଜର୍ସି ପିନ୍ଧିଥିବା ଏହି ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀ ପାକିସ୍ତାନର ହୋଇଥିବାବେଳେ ମହିଳା ଜଣକ ଭାରତୀୟ ବୋଲି ଜଣାପଡିଛି । ଉଭୟ ଦେଶ ମଧ୍ୟରେ ଅସ୍ଥିରତା ଚାଲିଥିବାରୁ ସେମାନଙ୍କ ଏପରି ସମର୍ଥନ ଏକ ପ୍ରକାର ଶାନ୍ତିର ବାର୍ତ୍ତା ଦେବ ବୋଲି ଉଭୟେ କହିଛନ୍ତି । ଉଭୟ ଦଳ ସେମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଲଢେଇ କରିବେ । ଯେଉଁ ଦଳ ଭଲ ଖେଳିବ ସେହି ଦଳ ଜିତିବ ବୋଲି ଏହି ଦମ୍ପତି ପ୍ରକାଶ କରିଥିଲେ ।

ଭାରତ-ପାକ୍ ମ୍ୟାଚ ବାତିଲ ପାଇଁ ଦାବି ଉଠିଥିଲା ଦୁଇ ପଡୋଶୀ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଦିନକୁ ଦିନ ଖରାପ ହୋଇ ଚାଲିଛି । ଗତ ଫେବୃୟାରୀ ୧୪ ତାରିଖରେ ଜମ୍ମୁ କଶ୍ମୀରର ପୁଲୱାମାଠାରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ଶହୀଦ ହୋଇଥିଲେ । ପାକିସ୍ତାନ ସ୍ଥିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ଏପରି କରିଥିବା ଜଣାପଡିଥିଲା । ଏହାରେ ଭାରତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାକିସ୍ତାନର ବାଲାକୋଟଠାରେ ଏୟାର ଷ୍ଟ୍ରାଇକ କରିଥିଲା । 

ଏହାପରଠାରୁ ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ କରିବା ସହ କ୍ରିକେଟ ବିଶ୍ୱକପ୍ ମ୍ୟାଚ ମଧ୍ୟ ବାତିଲ କରାଯିବାକୁ ଦାବି ହୋଇ ଆସୁଥିଲା ।

ସୂଚନାଯୋଗ୍ୟ, ବିଶ୍ୱକପର ଏହି ମ୍ୟାଚରେ ଭାରତ ୫୦ ଓଭରରେ ୩୩୬/୫ ରନ୍ କରିଥିଲା । ବର୍ଷା ବାଧକ ଯୋଗୁ ଡକୱର୍ଥ/ଲୁଇସ୍ ନିୟମ ଅନୁଯାୟୀ ଧାର୍ଯ୍ୟ ୪୦ ଓଭରରେ ୩୦୨ ରନ୍ର 

ବିଜୟ ଲକ୍ଷ୍ୟର ପିଛା କରି ପାକିସ୍ତାନ ମାତ୍ର ୨୧୨/୬ ରନ୍ କରିପାରିଥିଲା । ଏଥିରେ ଭାରତୀୟ ଓପନର ରୋହିତ ଶର୍ମା ୧୪୦ ରନ୍ର ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ ।

#Cricket #WorldCup2019 #OddNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon