• (ବେତାର ବ୍ୟୁରୋ)

ଜାଣନ୍ତି କି !ଏହି ଖରାପ ଅଭ୍ୟାସ ନଷ୍ଟ କରିପାରେ ଦୃଷ୍ଟିଶକ୍ତି


(ବେତାର ବ୍ୟୁରୋ) ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆଖିର ଠିକ୍ ଯତ୍ନ ନେବା ନିହାତି ଜରୁରୀ । ନ ହେଲେ ଏହି ସୁନ୍ଦର ଦୁନିଆକୁ ଦେଖିବା ଓ ଉପଭୋଗ କରିବାରୁ ଆମକୁ ବଞ୍ଚିତ ହେବାକୁ ପଡିପାରେ । ବୟସାଧିକ୍ୟ କାରଣରୁ ଆଖି ସମସ୍ୟା ଉପୁଜିଥିଲେ ହେଁ କେତେଗୁଡିଏ ଖରାପ ଅଭ୍ୟାସ ଯୋଗୁ ଯୁବପିଢୀ ମଧ୍ୟ ଏହାର ଶିକାର ହୋଇଥାନ୍ତି । ଏହି ଅଭ୍ୟାସଗୁଡିକର କୁପ୍ରଭାବ ସେମାନଙ୍କ ଦୃଷ୍ଟିଶକ୍ତିରେ ବାଧକ ସାଜିଥାଏ । ଆଉ ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିଥାଏ । 

ଆସନ୍ତୁ ଜାଣିବା କ’ଣ ସେହି ଖରାପ ଅଭ୍ୟାସ ଏବଂ କିପରି ସେଥିରୁ ନିଜକୁ ବଞ୍ଚାଇପାରିବା ।

ଖରାରେ ସର୍ବଦା ସନ୍ ଗ୍ଲାସ ଯେତେ କାର୍ଯ୍ୟବ୍ୟସ୍ତତା ଥିଲେ ମଧ୍ୟ ଖରାରେ ବାହାରକୁ ବାହାରିଲେ ସନଗ୍ଲାସ ପିନ୍ଧିବାକୁ ଭୁଲନ୍ତୁ ନାହିଁ । ଦୀର୍ଘ ସମୟ ଧରି ଖରାରେ ରହିବା ଦ୍ୱାରା କ୍ଷତିକାରକ ଅଲ୍ଟ୍ରା ଭାୟୋଲେଟ (ୟୁଭି)ରଶ୍ମି ଆପଣଙ୍କ ଆଖି ପାଇଁ ସମସ୍ୟା ଆଣିପାରେ । ତେଣୁ

ୟୁଭି ପ୍ରୋଟେକସନ ଥିବା ଚଷମାର ବ୍ୟବହାର ଦ୍ୱାରା ଖରାଜନିତ ଆଖି ସମସ୍ୟାଠାରୁ ଦୂରେଇ ପାରିବେ ।

କଣ୍ଟାକ୍ଟ ଲେନ୍ସ କଣ୍ଟାକ୍ଟ ଲେନ୍ସ ପିନ୍ଧୁଥିବା ବ୍ୟକ୍ତି ମଧ୍ୟ ଆଖିର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ । ଲେନ୍ସକୁ ଦିନା ସାରା ପିନ୍ଧିବା ସହ  ରାତିରେ ଶୋଇଲାବେଳେ ମଧ୍ୟ ଅନେକେ ଏହାକୁ ଖୋଲୁ ନ ଥିବା ଦେଖିବାକୁ ମିଳିଥାଏ । ହେଲେ ଏହା ଦ୍ୱାରା ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଦୃଷ୍ଟିଜନିତ ସମସ୍ୟା ଭୋଗିପାରନ୍ତି । ଦୀର୍ଘ ସମୟ ଧରି ଲେନ୍ସ ପିନ୍ଧିବା ଦ୍ୱାରା ଆଖିରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ସେହିପରି ଅନ୍ୟ କାହାଦ୍ୱାରା ବ୍ୟବହୃତ ଲେନ୍ସର ବ୍ୟବହାର ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ଆଖି ମଳନ୍ତୁ ନାହିଁ ଆଖି କୁଣ୍ଡାଇ ହେଉଥିଲେ କିମ୍ବା କୌଣସି ଜିନିଷ ପଡିଗଲେ ଅନେକେ ଏହାକୁ ହାତରେ ମଳିଦେଉଥିବା ଦେଖାଯାଏ । ହେଲେ ଏପରି କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆଖିରେ କିଛି ପଡିଗଲେ ଏହାକୁ ତୁରନ୍ତ ପାଣିରେ ଧୋଇଦିଅନ୍ତୁ । ଅଧିକ ସମସ୍ୟା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ସ୍ମାର୍ଟଫୋନ ବ୍ୟବହାର ମୋବାଇଲ ଫୋନ୍ ଏବେ ସମସ୍ତଙ୍କ ନିହାତି ଦରକାରୀ ହୋଇପଡିଛି । ହେଲେ ଦୀର୍ଘ ସମୟ ଧରି ଫୋନ୍ର ବ୍ୟବହାର ଆପଣଙ୍କ ଦୃଷ୍ଟିଶକ୍ତି ହ୍ରାସ କରିପାରେ । ଫୋନ୍ ସ୍କ୍ରିନରୁ ବାହାରୁଥିବା ଲାଇଟ୍ ଆଖିକୁ ଶୁଷ୍କ କରିଦେଇଥାଏ । ଏହା ଆପଣଙ୍କ ଭିଜନ ଉପରେ କୁପ୍ରଭାବ ପକାଇଥାଏ ।

ଡାକ୍ତରଙ୍କ ପରାମର୍ଶ

କେବଳ କୌଣସି ସମସ୍ୟା ହେଲେ ହିଁ ଡାକ୍ତରଙ୍କ ପାଖକୁ ନ ଯାଇ ସମୟ ସମୟରେ ଆପଣ ଆଖିର ଚେକଅପ୍ କରାଇନିଅନ୍ତୁ । ଏହାଦ୍ୱାରା ଭବିଷ୍ୟତରେ କୌଣସି ବଡ ସମସ୍ୟାଠାରୁ ଆପଣ ଦୂରେଇ ରହିପାରିବେ ।

#HealthTips #Fitness #HealthCare

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon