• (ବେତାର ବ୍ୟୁରୋ)

ହ୍ୱାଟ୍ସଆପ ଫିଚର: ବିନା ଇୟର ଫୋନରେ ଏମିତି ଶୁଣିହେବ ପ୍ରାଇଭେଟ ଅଡିଓ ମେସେଜ


(ବେତାର ବ୍ୟୁରୋ) ଅଫିସ୍ କିମ୍ବା ସର୍ବସମ୍ମୁଖରେ ଥିବାବେଳେ ହ୍ୱାଟ୍ସ ଆପରେ କୌଣସି ଗୁରୁତ୍ୱପୂର୍ଣ୍ଣ ତଥା ଗୋପନୀୟ ଅଡିଓ ମେସେଜ ଆସିଲେ ଏହାକୁ ଶୁଣିବାକୁ ଇୟରଫୋନର ଆବଶ୍ୟକତା ପଡିଥାଏ । ପାଖରେ ଇୟର ଫୋନ ନ ଥିଲେ ଏହାକୁ ପବ୍ଲିକ ସ୍ଥାନରେ ଶୁଣିବା କଷ୍ଟକର ହୋଇଥାଏ । ଫଳରେ ଅନେକ ଏହାକୁ ସମସ୍ତଙ୍କ ଉପସ୍ଥିତିରେ ପ୍ଲେ କରିବା ଦ୍ୱାରା ବହୁ ସମୟରେ ସେମାନଙ୍କୁ ହଟହଟା ହେବାକୁ ପଡିଥାଏ । ହେଲେ ହ୍ୱାଟ୍ସ ଆପ ଆମ ପାଇଁ ଏମିତି କିଛି ଫିଚର ରଖିଛି ଯାହା ଦ୍ୱାରା ଆପଣ ବିନା ଇୟର ଫୋନ ବ୍ୟବହାରରେ ଶୁଣିପାରିବେ ଆପଣଙ୍କ ଗୋପନୀୟ ଭଏସ୍ ମେସେଜ । 

ଏହି ଫିଚର ବିଷୟରେ ଅଧିକ ଜାଣନ୍ତୁ ।

ଡାଉନଲୋଡ କରିବାକୁ ପଡିବନି କୌଣସି ଆପ୍ ହ୍ୱାଟ୍ସ ଆପରେ ଏହି ଫିଚର ରହିଥିବା ବିଷୟରେ ଅନେକ ଜାଣି ନ ଥିବା ଦେଖାଯାଇଛି । ଏଥିପାଇଁ ଆପଣଙ୍କୁ କୌଣସି ଆପ୍ ଡାଉନଲୋଡ କରିବାକୁ ପଡିବନି କି କୌଣସି ଖର୍ଚ୍ଚ ମଧ୍ୟ ଦେବାକୁ ପଡିବନି । ଏଥିସହ ଆପଣଙ୍କ ହ୍ୱାଟ୍ସ ଆପକୁ ଅପଡେଟ ମଧ୍ୟ କରିବାକୁ ପଡିବନି । ଏହାର ବ୍ୟବହାର ଅତ୍ୟନ୍ତ ସରଳ ।

ଫୋନକୁ କାନ ପାଖରେ ରଖନ୍ତୁ ଆପଣଙ୍କ ହ୍ୱାଟ୍ସଆପକୁ କୌଣସି ଅଡିଓ ମେସେଜ ଆସିଲେ ଏବଂ ସର୍ବ ସମ୍ମୁଖରେ ଏହାକୁ ଆପଣ ଖୋଲିପାରୁ ନ ଥିଲେ ଆପଣାନ୍ତୁ ଏହି ଉପାୟ । ଭଏସ ମେସେଜ ଡାଉନଲୋଡ ହୋଇ ଯିବା ପରେ ଏହା ଉପରେ କ୍ଲିକ କରନ୍ତୁ ଏବଂ ସଙ୍ଗେ ସଙ୍ଗେ ଏହାକୁ ଆପଣଙ୍କ କାନ ନିକଟରେ ରଖନ୍ତୁ, ଯେପରି ଆପଣ କାହା ସହ ଫୋନରେ କଥା ହେଉଛନ୍ତି । ଏପରି କରିବା ପରେ କେବଳ ଆପଣ ହିଁ ଉକ୍ତ ଅଡିଓ ମେସେଜକୁ ଶୁଣିପାରିବେ । ସବୁଠାରୁ ବଡ କଥା ଆପଣଙ୍କୁ ଆଉ ଇୟରଫୋନ ଉପରେ ଭରସା କରିବାକୁ ପଡିବନି ।

ଅଡିଓ ରେକର୍ଡିଂ ପାଇଁ ନୂଆ ଫିଚର ହ୍ୱାଟସ ଆପ ମାଧ୍ୟମରେ ଯୋଗାଯୋଗକୁ ଅଧିକ ସହଜ ଓ ସରଳ କରିବାକୁ ନୂଆ ନୂଆ ଫିଚର ଅଣାଯାଉଛି । ଏହି କ୍ରମରେ ନିକଟରେ ହ୍ୱାଟସ ଆପ ଏପରି ଏକ ଫିଚର ଆଣିଛି ଯାହା ଦ୍ୱାରା ଆପଣଙ୍କୁ ଅଡିଓ ମେସେଜ ପଠାଇବାକୁ ଦୀର୍ଘ ସମୟ ଧରି ରେକର୍ଡିଂ ବଟନକୁ ଦବାଇ ରଖିବାକୁ ପଡିବନି । କେବଳ ରେକର୍ଡିଂ ବଟନକୁ ଟ୍ୟାପ କରି ଏହାକୁ ଉପରକୁ ଟାଣି ନିଅନ୍ତୁ । ଏକ ଲକ୍ ଆଇକନ ଆପଣଙ୍କ ସ୍କ୍ରିନ ଉପରେ ଦେଖାଯିବ । ଏଥିସହ ରେକର୍ଡିଂ ମଧ୍ୟ ଜାରି ରହିଥିବା ଆପଣ ଦେଖିବାକୁ ପାଇବେ ।

#technews #WhatsApp #Apps

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon