• ବେତାର ବ୍ୟୁରୋ

ଜାଣନ୍ତୁ : ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ତାରିଖ


(ବେତାର ବ୍ୟୁରୋ) ଚଳିତ ବର୍ଷ ଫୋନୀ ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟର ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ପ୍ରକ୍ରିୟା ପ୍ରଥମେ ବିଳମ୍ବ ହେଇଥିବା ବେଳେ, ନିକଟରେ ଏହାର ଆବେଦନ ଶେଷ ତାରିଖ ମଧ୍ୟ ଘୁଞ୍ଚିଥିଲା । ବାତ୍ୟା ପ୍ରଭାବିତ ଅଞ୍ଚଳର ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟରେ ପଢିବା ପାଇଁ ସୁଯୋଗ ମିଳିବା ସକାଶେ ଏହିଭଳି ପଦକ୍ଷେପ ନିଆଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି । ତେବେ ନିକଟରେ ବିଶ୍ଵବିଦ୍ୟାଳୟ ତରଫରୁ ଏଣ୍ଟ୍ରାନ୍ସ ତାରିଖ ଓ ଅନ୍ୟାନ୍ୟ ଜରୁରୀ କଥା ଘୋଷଣା ହେଇଛି । ଆସନ୍ତୁ ଜାଣିବା ସେଗୁଡିକ କଣ କଣ ।

ବର୍ଦ୍ଧିତ ଜରୁରୀ ତାରିଖ

ଅନଲାଇନ ରେଜିଷ୍ଟ୍ରେସନ ଶେଷ ତାରିଖ ଜୁନ 20

ଅନଲାଇନ ଆବେଦନ ଫି’ ଦେୟ ଶେଷ ତାରିଖ ଜୁନ 20

ଅନଲାଇନରେ/ବିଶ୍ଵବିଦ୍ୟାଳୟ ଡିପାର୍ଟମେଣ୍ଟରେ ଆବେଦନ ପତ୍ର ଜମାକରିବାର ଶେଷ ତାରିଖ ଜୁନ 30

ଆଡମିଟ କାର୍ଡ ଡାଉନଲୋଡ ତାରିଖ ଜୁନ 21 ରୁ ଜୁନ 30

ଏଣ୍ଟ୍ରାନ୍ସ ପରୀକ୍ଷା ଜୁଲାଇ 5 ରୁ ଜୁଲାଇ 13

ଏଣ୍ଟ୍ରାନ୍ସ ତାରିଖ

ବିଶ୍ଵବିଦ୍ୟାଳୟ ପକ୍ଷରୁ Msc କମ୍ପ୍ୟୁଟର ବିଜ୍ଞାନ ଠାରୁ ଆରମ୍ଭ କରି ପ୍ରାଚୀନ ଭାରତ ଇତିହାସ ଯାଏଁ ଏହିପରି ପ୍ରାୟ 40ଟି ବିଷୟରେ ଭିନ୍ନ ଭିନ୍ନ ତାରିଖରେ ପରୀକ୍ଷା ହେବ । ଏଥିପାଇଁ ଜୁଲାଇ 5 ଠାରୁ ଆରମ୍ଭ କରି ଜୁଲାଇ 13 ଯାଏଁ ତାରିଖ ଧାର୍ଯ୍ୟ କରାଯାଇଛି ।

ପ୍ରତି ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଦେଢ ଘଣ୍ଟା ଲେଖାଏଁ ସମୟ ଧାର୍ଯ୍ୟ କରାଯାଇଛି । ପ୍ରଥମ ସିଟିଙ୍ଗ ସମୟ 10-11.30, ଦ୍ଵିତୀୟ ସିଟିଙ୍ଗ ସମୟ 12-1.30 ଓ ତୃତୀୟ ସିଟିଙ୍ଗ ସମୟ 2.30-4.00 ଯାଏଁ ରଖା ଯାଇଛି । ଜୁଲାଇ 5 (ଶୁକ୍ରବାର) ଠାରୁ ଆରମ୍ଭ କରି ଜୁଲାଇ 13 (ଶନିବାର) ଯାଏଁ ସବୁଦିନ ପରୀକ୍ଷା ଅନୁଷ୍ଠିତ ହେବ, ଅର୍ଥାତ ଜୁଲାଇ 7 , ରବିବାର ଦିନ ମଧ୍ୟ ପରୀକ୍ଷା ଅନୁଷ୍ଠିତ ହେବ ।

ଅନଲାଇନ ମୂଲ୍ୟାୟନ

ଚଳିତ ବର୍ଷ ପରୀକ୍ଷା ପଦ୍ଧତିରେ ସଂସ୍କାର ଅଣାଯାଇ ପରୀକ୍ଷା ପଦ୍ଧତିକୁ ସଂପୂର୍ଣ୍ଣ ଭାବେ ଅନଲାଇନ କରାଯାଇଛି । ସମସ୍ତ ପରୀକ୍ଷା ଇଞ୍ଜିୟରିଙ୍ଗ ଏଣ୍ଟ୍ରାନ୍ସ ଭଳି ଓଏମାର ଶିଟ୍ ରେ ହେବ ।

ପରୀକ୍ଷାରେ ସର୍ବମୋଟ 100ଟି ପ୍ରଶ୍ନ ରହିବ ଯାହାକୁ 90 ମିନିଟରେ ଉତ୍ତର ଦେବାକୁ ପଡିବ । ପ୍ରତ୍ୟେକ ଠିକ ଉତ୍ତର ପାଇଁ 1 ନମ୍ବର ମିଳିବ ଓ ସେହିପରି ପ୍ରତ୍ୟେକ ଭୁଲ ଉତ୍ତର ପାଇଁ 0.25 ମାର୍କ କଟିଯିବ। ଅର୍ଥାତ ଚାରୋଟି ଭୁଲ ଉତ୍ତର ପାଇଁ ଏକ ନମ୍ବର କଟିବ ।

ଏହି ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯେଉଁ ବିଷୟରେ ପରୀକ୍ଷା ପାଇଁ ଚୟନ କରିଥିବେ ସେହି ବିଷୟରୁ 75 ମାର୍କ ଓ ବାକି 25 ମାର୍କର ପ୍ରଶ୍ନ ସେହି ବିଷୟରେ ବ୍ୟବହାରିକ ଜ୍ଞାନ/ସଚେତନତା ସମ୍ବନ୍ଧରେ ଆସିବ ।

ଏମିତି ଭରିବେ ଅନଲାଇନ ଫର୍ମ

ଉତ୍କଳ ବିଶ୍ୱବିଦ୍ୟାଳୟ ୱେବସାଇଟକୁ ଯାଇ ଫର୍ମ ପୂରଣ କରିବା ଆଗରୁ ପ୍ରଥମେ ଏହି ସବୁ ଦସ୍ତାବେଜ ନିଜ ପାଖରେ ରଖନ୍ତୁ ।

୧. ନିଜ ପାସପୋର୍ଟ ସାଇଜର ସ୍କାନ ଫୋଟୋ (ଚଉଡା 150 ପିକ୍ସେଲ x ଉଚ୍ଚତା 180 ପିକ୍ସେଲ) ଯାହାର ସାଇଜ 200 KBରୁ ଅଧିକ ହେଇ ନ ଥିବ

୨.ଏକ ସାଧା କାଗଜରେ ନିଜ ଦସ୍ତଖତ କରି ଏହାର ଫୋଟୋ ମୋବାଇଲରେ ଉଠାନ୍ତୁ । ପରେ ଏହାର ଫୋଟୋକୁ ସଫ୍ଟୱେରରେ ଏଡିଟ କରି ସାଇଜ 50KBରେ ସୀମିତ ଓ jpg ଫର୍ମ୍ଯାଟରେ ରଖନ୍ତୁ ।

ଏହା ବାଦ ଯଦି ଆପଣଙ୍କର ଜାତି ପ୍ରମାଣପତ୍ର, ଶାରୀରିକ ଅକ୍ଷମତା ପ୍ରମାଣପତ୍ର, ଚାକିରି କରୁଥିଲେ ଅଧିକାରଙ୍କ ନୋ ଅବଜେକସନ ସାର୍ଟିଫିକେଟ , ଥାନାରେ ମାମଲା ଥିଲେ ତାହାର ପ୍ରମାଣ ଇତ୍ୟାଦିର ପ୍ରମାଣପତ୍ର ସ୍କାନ କରି ପାଖରେ ରଖନ୍ତୁ ।

ଏହାଛଡା ଏକ ମୋବାଇଲ ନମ୍ବର ଓ ନିଜ ଇ-ମେଲ ଆଇଡି ଯେପରି ଥାଏ ତାହା ସୁନିଶ୍ଚିତ କରନ୍ତୁ ।

ଫର୍ମ ପୂରଣ

ଫର୍ମ ପୂରଣ ପାଇଁ ଏହିଠାରେ କ୍ଲିକ କରନ୍ତୁ

ଏହି ଲିଙ୍କରେ ଯାଇ ସବା ତଳେ ଲେଖାଥିବା New Registration ଟାବରେ କ୍ଲିକ କଲେ ତଥ୍ୟ ପୂରଣ ପାଇଁ ଚିତ୍ର ସାମ୍ନାରେ ଆସିବ । ଏଠାରେ ଆବଶ୍ଯକୀୟ ତଥ୍ୟ ଦେଇ ରେଜିଷ୍ଟ୍ରେସନ କରନ୍ତୁ । ଏହାପରେ ଅନଲାଇନ ପେମେଣ୍ଟ ବ୍ୟାଙ୍କ ଜରିଆରେ ଟଙ୍କା ପଇଠ କରିସାରିବା ପରେ ଆପଣଙ୍କ ମୋବାଇଲ ନମ୍ବର ତଥା ଇ-ମେଲ ଆଇଡିକୁ ଏକ Log IN ଆଇଡି ଓ ପାସୱାର୍ଡ ଆସିଯିବ ।

ଏହାପରେ ଲଗ ଇନ କରି ଆପଣ ଆବେଦନ ଫର୍ମ ପୂରଣ କରିପାରିବେ । ଯେଉଁମାନେ ଗ୍ରାଜୁଏସନ ପରୀକ୍ଷା ଦେଇ ଏହାର ଫଳାଫଳକୁ ଅପେକ୍ଷା କରିଛନ୍ତି ସେମାନେ ଫଳାଫଳ ପ୍ରକାଶ ପାଇବା ପରେ ଜୁନ 30 ତାରିଖ ଭିତରେ ବିଶ୍ଵବିଦ୍ୟାଳୟରେ ଏହାକୁ ଜମା କରିପାରିବେ । ତେବେ କେଉଁ ବିଷୟରେ ପରୀକ୍ଷା ଦେଇଛନ୍ତି ସେ ବିଷୟରେ ସମସ୍ତ ତଥ୍ୟ ୱେବସାଇଟରେ ଦେବାକୁ ହେବ ।

ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ସନ୍ଦେଶ ମୋବାଇଲ ନମ୍ବର ଓ ଇ-ମେଲ ଆଇଡିକୁ ଆସିଯିବ ।

#competitveexam #exampreparation

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon