• (ବେତାର ବ୍ୟୁରୋ

ଟ୍ରେନରେ ମୋବାଇଲ କୋର୍ଟ: ବିନା ରସିଦରେ ଖାଇଥିବା ଯାତ୍ରୀ ଫେରିପାଇଲେ ଟଙ୍କା


(ବେତାର ବ୍ୟୁରୋ) ଗୁଜରାଟର ପଶ୍ଚିମ ଏକ୍ସପ୍ରେସ ଟ୍ରେନ୍ ରେ ସୋମବାର ଏକ ଅଭାବନୀୟ କଥା ଦେଖିବାକୁ ମିଳିଛି । ବିନା ବିଲ୍ ରେ ଯାତ୍ରୀମାନଙ୍କଠାରୁ ସେମାନଙ୍କ ଖାଇବା ବାବଦରେ ଟଙ୍କା ନିଆଯିବା ପରେ ଟ୍ରେନରେ ମାଜିଷ୍ଟ୍ରେଟ ମୋବାଇଲ କୋର୍ଟ ଡକାଇ ଘଟଣାର ବିଚାର କରିଛନ୍ତି । ଅଦାଲତରେ ଏହି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା କରିବା ସହ ଯାତ୍ରୀ ଦେଇଥିବା ସମସ୍ତ ଟଙ୍କା ସେମାନଙ୍କୁ ଫେରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଟ୍ରେନରେ ଚଢ଼ାଉ ପରେ ଜଣାପଡିଥିଲା ସୁରଟ ରେଲୱେ ମାଜିଷ୍ଟ୍ରେଟ ଅରୁଣ ସୋନି ଓ ସିଟିଆଇ ଅମିନ ମିର୍ଜାଙ୍କ ସମେତ ୨୦ ସଦସ୍ୟ ଥିବା ଏକ ଟିମ୍ ସୁରଟରୁ ବଲସାଦ୍ ଯାଉଥିବା ଏହି ଟ୍ରେନକୁ ଯାଇଥିଲେ । ବଲସାଦ-ମୁମ୍ବାଇ ମଧ୍ୟରେ ଏସି ଏବଂ ସ୍ଲିପର କୋଚକୁ ଯାଇ ଯାତ୍ରୀମାନଙ୍କୁ ସେମାନେ କିଣି ଥିବା ଖାଦ୍ୟର ବିଲ୍ ମାଗିଥିଲେ । ହେଲେ ଖାଦ୍ୟ ବଣ୍ଟନକାରୀ (ପେଣ୍ଟ୍ରିୟର୍ସ) ସେମାନଙ୍କୁ ବିଲ୍ ଦେଇ ନ ଥିବା ଯାତ୍ରୀମାନେ କହିବା ପରେ ଏ ବିଷୟରେ ଜଣାପଡିଥିଲା । ମାଜିଷ୍ଟ୍ରେଟ ପେଣ୍ଟ୍ରୀ ମ୍ୟାନେଜରଙ୍କୁ ଡାକିବା ସହ ସମସ୍ତ ଯାତ୍ରୀଙ୍କ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

୭୦ ଜଣଙ୍କୁ ଫେରାଗଲା ୧୦ ହଜାର ଏହି ଅନିୟମିତତା ଜଣା ପଡିବା ପରେ ମାଜିଷ୍ଟ୍ରେଟ ସଙ୍ଗେ ସଙ୍ଗେ ଟ୍ରେନରେ ହିଁ କୋର୍ଟ ବସାଇଥିଲେ । ଏଥିରେ ବିଚାର କରି ଅନିୟମିତତା କରିଥିବା ଖାଦ୍ୟ ବଣ୍ଟନକାରୀଙ୍କ ଠାରୁ ଅଧିକ ଟଙ୍କା ଆଦାୟ ଅଭିଯୋଗରେ ୩ଟି ମାମଲା ରୁଜୁ କରିବା

ସହ ଆଇଆର୍ସିଟିସିକୁ ରିପୋର୍ଟ ପଠାଇଦେଇଥିଲେ । ଏହା ପରେ ବିଲ୍ ପାଇ ନ ଥିବା ସମସ୍ତ ୭୦ ଯାତ୍ରୀଙ୍କୁ ୧୦ ହଜାର ୫ ଶହ ଟଙ୍କା ଫେରାଯାଇଥିଲା ।

ପୂର୍ବରୁ ଟିସିଙ୍କ ନାଁରେ ହୋଇଥିଲା ମାମଲା ଏହି ଘଟଣା ପୂର୍ବରୁ ମାଜିଷ୍ଟ୍ରେଟ ଅରୁଣ ସୋନି ଜୁନ ୨ ତାରିଖରେ ପଶ୍ଚିମ ଏକ୍ସପ୍ରେସ ଟ୍ରେନର ସାଧାରଣ ବଗିରେ ଯାଞ୍ଚ କରିଥିଲେ । ଉକ୍ତ ବଗିରେ ଟିସି (ଟିକେଟ କଲେକ୍ଟର) ବିନା ଟିକେଟରେ ଆସିଥିବା ଅନେକ ଯାତ୍ରୀଙ୍କୁ ଶହେ ଟଙ୍କା ବଦଳରେ କୋଚ ଦେଇଥିବା ଯାଞ୍ଚରୁ ଜଣାପଡିଥିଲା । ପରେ ସମ୍ପୃକ୍ତ ଟିସିଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିଲା ।

#News #OddNews #Indianrail

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon