• (ବେତାର ବ୍ୟୁରୋ)

ପାକିସ୍ତାନୀ ଅଭିନେତ୍ରୀଙ୍କ ଉପରେ ବର୍ଷିଲେ ସାନିଆ: କହିଲେ ଆମ କଥାରେ ମୁଣ୍ଡ ପୂରାଅ ନାହିଁ


(ବେତାର ବ୍ୟୁରୋ) ଗତ ରବିବାର ବିଶ୍ୱକପ କ୍ରିକେଟ ମ୍ୟାଚରେ ଭାରତ ବିପକ୍ଷରେ ଶୋଚନୀୟ ପରାଜୟ ପରେ ପାକିସ୍ତାନକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡୁଛି । ଏହା ଥମିବାର ନାଁ ଧରୁ ନ ଥିବାବେଳେ ପୁଣି ଆଉ ଏକ ବିବାଦ ଆରମ୍ଭ ହୋଇଯାଇଛି । ମ୍ୟାଚ ପୂର୍ବରୁ ସୋଏବ ମଲ୍ଲିକ, ପତ୍ନୀ ସାନିଆ ମିର୍ଜା ପାକିସ୍ତାନ ଖେଳାଳିଙ୍କ ସହ ଏକ ବାର୍ ରେ ପାର୍ଟି କରୁଥିବାର ଭିଡିଓ ଭାଇରାଲ ହୋଇଛି । ସାନିଆ ତାଙ୍କ ଶିଶୁ ପୁତ୍ରକୁ ବାର୍ କୁ ନେଇଥିବାରୁ ଏହାକୁ ସମାଲୋଚନା କରିଛନ୍ତି ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ । ଜବାବରେ ସାନିଆ ମଧ୍ୟ ବୀଣାଙ୍କ ଉପରେ ବର୍ଷିଛନ୍ତି । 

ଟୁଇଟ କରି କ’ଣ କହିଲେ ବୀଣା  ଉକ୍ତ ଭିଡିଓରେ ସାନିଆ ଓ ସୋଏବଙ୍କ ସହ ସେମାନଙ୍କ ଶିଶୁ ପୁତ୍ର ଥିବା ଦେଖିବାକୁ ମିଳିବା ପରେ ଟୁଇଟ କରିଛନ୍ତି ଅଭିନେତ୍ରୀ ବୀଣା ମଲ୍ଲିକ । ଏତେ ଛୋଟ ପିଲାକୁ ସାନିଆ ହୁକା ବାର୍ କୁ ନେବା କ୍ଷତିକାରକ  ନୁହେଁ କି ବୀଣା ପ୍ରଶ୍ନ କରିଛନ୍ତି । ସାନିଆ କିପରି ତାଙ୍କ ଶିଶୁକୁ ସେଠାକୁ ନେଇଛନ୍ତି ସେ ନେଇ ବହୁତ ବ୍ୟସ୍ତ ବୋଲି ବୀଣା ଟୁଇଟରେ ଉଲ୍ଲେଖ କରିଛନ୍ତି ।

ବୀଣାଙ୍କ ଟୁଇଟର ଜବାବ ଦେଲେ ସାନିଆ ସାନିଆଙ୍କୁ ସମାଲୋଚନା କରି ଟୁଇଟ କରିଥିବା ବୀଣାଙ୍କୁ ଜବାବ ଦେଇଛନ୍ତି ଏହି ଭାରତୀୟ ଟେନିସ ଖେଳାଳି । ଟୁଇଟ୍ ରେ ସେ ଲେଖିଛନ୍ତି, ‘ମୋତେ ପିଲାଙ୍କ ଯତ୍ନ ନେବା ଜଣା ଅଛି । ମୁଁ ପୁଅକୁ ବାର୍ କୁ ନେଇ ନ ଥିଲି । ଏ ସବୁଥିରେ ତୁମେ ମୁଣ୍ଡ ନ ପୂରାଇ ନିଜ କଥା ଦେଖ । ଦ୍ୱିତୀୟରେ ମୁଁ ପାକିସ୍ତାନୀ ଖେଳାଳିଙ୍କ ସ୍ୱାସ୍ଥ୍ୟ କିମ୍ବା ଖାଦ୍ୟ ବିଶେଷଜ୍ଞ ନୁହେଁ ।’ 

ଭାଇରାଲ ଭିଡିଓ ଦେଖି ରାଗିଲେ  ବାର୍ ରେ ପାର୍ଟି କରୁଥିବାର ଭିଡିଓ ଭାଇରାଲ ହେବାପରେ କେତେଜଣ ପାକିସ୍ତାନୀ ପ୍ରଂଶସକ ଏହାକୁ ହିଁ ମ୍ୟାଚ ହାରିବାର କାରଣ ବୋଲି ଅଭିଯୋଗ କରିଥିଲେ । ଏହା ପରେ ରାଗି ଯାଇଥିଲେ ସାନିଆ । ଟୁଇଟର ମାଧ୍ୟମରେ ସେ କହିଥିଲେ ଯେ, ବିନା ଅନୁମତିରେ ତାଙ୍କ ବ୍ୟକ୍ତିଗତ ଜୀବନର ଭିଡିଓ କରି ଅସମ୍ମାନିତ କରାଯାଇଛି । ତୁମେ ମାନେ ବୋକା ଲୋକ । ଆରଥରକୁ କିଛି ଭଲ କଥା ପୋଷ୍ଟ କର ବୋଲି ମିର୍ଜା ଟୁଇଟ କରିଛନ୍ତି ।  

#viralnews #news #Cricket #Pakistan #SaniaMirza

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon