• (ବେତାର ବ୍ୟୁରୋ)

କୁଲଦୀପ-ଚହଲ: ଭାରତୀୟ ବୋଲିଂର କର୍ଣ୍ଣଧାର


(ବେତାର ବ୍ୟୁରୋ) ଚଳିତ ବିଶ୍ୱକପ୍ କ୍ରିକେଟରେ ଭାରତର ପ୍ରଦର୍ଶନ ଦମଦାର ରହିଛି । ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ଦକ୍ଷିଣ ଆଫ୍ରିକାକୁ ହରାଇବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି ଭାରତୀୟ ବୋଲର । ଗତ ରବିବାର ପାକିସ୍ତାନ ବିପକ୍ଷରେ ଅନୁଷ୍ଠିତ ହାଇଭୋଲଟେଜ ମ୍ୟାଚରେ ମଧ୍ୟ ଭାରତ ବୃହତ୍ ବ୍ୟବଧାନରେ ବିଜୟୀ ହୋଇଛି ।  ବିଶ୍ୱକପ୍ ଆରମ୍ଭରୁ ଦକ୍ଷ ଟିମ୍ ସହ ଭାରତ ମ୍ୟାଚ ଖେଳି ଜିତିଥିବାବେଳେ ବୋଲର ବିଶେଷ କରି ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।

ମିଡିଲ ଅର୍ଡର ପାଇଁ ଗୁରୁତ୍ୱପୂର୍ଣ୍ଣ ଖେଳରେ ମିଡିଲ ଅର୍ଡର ଓଭରରେ ଉଇକେଟ ନେବା ଜରୁରୀ ଥାଏ । ଆଉ ଏହି ଦାୟିତ୍ୱକୁ ଭଲ ଭାବେ ତୁଲାଇଛନ୍ତି ଚହଲ ଓ କୁଲଦୀପ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚହଲ ଘାତକ ବୋଲିଂ କରି ୧୦ ଓଭରରେ ୫୧ ରନ୍ ଦେବା ସହ ୪ଟି ଉଇକେଟ ନେଇ ବିଜୟର କର୍ଣ୍ଣଧାର ସାଜିଥିଲେ । ସେହିପରି ସ୍ପିନ୍ ବୋଲର କୁଲଦୀପ ୧୦ ଓଭରରେ ମାତ୍ର ୪୬ ରନ୍ ଦେଇ ଗୋଟିଏ ଉଇକେଟ ନେଇଥିଲେ ।

ପାକିସ୍ତାନ ପାଇଁ ଘାତକ ହେଲେ କୁଲଦୀପ ଗତ ରବିବାର ପାକିସ୍ତାନ ବିପକ୍ଷରେ ପ୍ରଭାବଶାଳୀ ବୋଲିଂ କରିଥିଲେ କୁଲଦୀପ । ଦୁଇ ସେଟ୍ ବ୍ୟାଟ୍ସ ମ୍ୟାନ ଫକର ଜମାନ ଓ ବାବର ଆଜମଙ୍କୁ ଆଉଟ କରି ମ୍ୟାଚର ମୋଡ ବଦଳାଇ ଦେଇଥିଲେ । ଏଥିସହ ଭାରତ ବିଜୟର କର୍ଣ୍ଣଧାର ପାଲଟିଥିଲେ । ମୋଟ ୯ ଓଭରରୁ ଗୋଟିଏ ମେଡେନ ଓଭର ରହିବା ସହ ମାତ୍ର ୩୨ ରନ୍ ଖର୍ଚ୍ଚ କରିଥିଲେ କୁଲଦୀପ ।

କୁଲ୍-ଚାଙ୍କୁ ଆକ୍ରମଣ କରିବା କଷ୍ଟକର-କୋହଲି ଭାରତୀୟ ଦଳରେ ଶ୍ରେଷ୍ଠ ତଥା ବିଶ୍ୱସ୍ତରୀୟ ବୋଲର ରହିଛନ୍ତି ବୋଲି କୁହନ୍ତି କୋହଲି । ବିଶେଷ କରି ଚହଲ ଓ କୁଲଦୀପଙ୍କ ଭଳି ବୋଲରଙ୍କୁ ଆକ୍ରମଣ କରିବା ଯେ କୌଣସି ବ୍ୟାଟ୍ସ ମ୍ୟାନଙ୍କ ପାଇଁ କଷ୍ଟକର ବୋଲି କହିଛନ୍ତି ଏହି ଭାରତୀୟ ଅଧିନାୟକ ।

ସ୍ପିନ ଶୋ’କୁ ହିରୱାନୀଙ୍କ ପ୍ରଂଶସା ଭାରତର ପୂର୍ବତନ ଲେଗ୍ ସ୍ପିନର ନରେନ୍ଦ୍ର ହିରୱାନୀ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ହୋଇଥିବା ସ୍ପିନ୍ ଶୋ’କୁ ପ୍ରଂଶସା କରିଛନ୍ତି । କୁଲଦୀପଙ୍କ ବୋଲିଂକୁ ବ୍ୟାଟ୍ସ ମ୍ୟାନମାନେ ବୁଝିବା କଷ୍ଟକର ବୋଲି ସେ କହିଛନ୍ତି ।

#news #sportsnews #worldcup

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon