• (ବେତାର ବ୍ୟୁରୋ)

ମୋଦି ସରକାର 2.0; ସକାଳ ସାଢେ ୯ଟାରେ ଅଫିସ୍ ଯାଉଛନ୍ତି ଏହିସବୁ କେନ୍ଦ୍ରମନ୍ତ୍ରୀ


(ବେତାର ବ୍ୟୁରୋ) ବିପୁଳ ସଂଖ୍ୟାରେ ଜନମତ ହାସଲ କରି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଥିବା ମୋଦି ସରକାରଙ୍କ ନିକଟରେ ରହିଛି ଅନେକଗୁଡିଏ ଆହ୍ୱାନ । ଏହାକୁ ପୂରଣ କରି ଦେଶରେ ବିକାଶକୁ ଆଗେଇ ନେବାକୁ ଏବେ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ ଦେଉଛି ନବନିର୍ବାଚିତ ମନ୍ତ୍ରୀମଣ୍ଡଳ । କେତେଜଣ ପୁଣି ଥରେ କ୍ଷମତାକୁ ଆସି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିବା ମନ୍ତ୍ରୀମାନେ ଠିକ୍ ସମୟରେ ଅଫିସ୍ ଆସିବା ଜାରି ରଖିଥିବାବେଳେ କେତେଜଣ ନବ ନିର୍ବାଚିତ ମନ୍ତ୍ରୀ ମନ୍ତ୍ରୀ ମଧ୍ୟ ସମୟ ପୂର୍ବରୁ ଦପ୍ତରରେ ପହଞ୍ଚି ଯାଉଥିବା ଜଣାପଡିଛି ।

ସାଢେ ୯ରେ ଯାଉଛନ୍ତି ନକଭି, ପାଶୱନ ସକାଳ ସାଢେ ୯ଟାରେ ଅଫିସରେ ପହଞ୍ଚୁଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବାସ ନକଭି । ମୋଦୀ ସରକାରଙ୍କ ପ୍ରଥମ ପାଳିରେ ସେ ନିଜ ସରକାରୀ ଗୃହରେ ସକାଳ 10 ଯାଏଁ ଜନସାଧାରଣଙ୍କ ସମସ୍ୟା ବୁଝୁଥିଲେ। ଏବେ ସେ ନିଜର କାର୍ଯ୍ୟସୂଚୀ ବଦଳାଇଛନ୍ତି।

ଏଥିସହ ଖାଉଟି ବ୍ୟାପାର, ଖାଦ୍ୟ ଓ ଋଣ ବଣ୍ଟନ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ରାମ ବିଳାଶ ପାଶୱନ ମଧ୍ୟ ଉକ୍ତ ସମୟରେ ଦପ୍ତରରେ ହାଜିର ହେଉଥିବା ଜାଣିବାକୁ ମିଳିଛି । ପାଶୱନ ପ୍ରତ୍ୟହ ସକାଳେ ଅଫିସ୍ରେ ପହଞ୍ଚି ନିଜ ସଚିବଙ୍କ ସହ ମିଟିଂ କରିଥାନ୍ତି । କାର୍ଯ୍ୟାଳୟରେ ଏକ ବଡ ସ୍କ୍ରିନର ଡ୍ୟାଶବୋର୍ଡ ଲଗାଇାବକୁ ପାଶୱନ ତାଙ୍କ ଅଫିସ୍ର କର୍ମଚାରୀଙ୍କୁ କହିଛନ୍ତି । କେବଳ ଏକ କ୍ଲିକ ଦ୍ୱାରା ଯେପରି ସମସ୍ତ ଖବର ବିଷୟରେ ସେ ଶୀଘ୍ର ଅପ୍-ଟୁ-ଡେଟ ରହିପାରିବେ ତାହାର ବ୍ୟବସ୍ଥା କରିଛନ୍ତି ।

ସାମିଲ ହୋଇଛନ୍ତି ନୂଆ ମନ୍ତ୍ରୀ ପ୍ରଥମ କରି କ୍ୟାବିନେଟରେ ସାମିଲ ହୋଇଥିବା ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସମେତ ଅନ୍ୟ କେତେଜଣ ଜୁନିୟର ମନ୍ତ୍ରୀମାନେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଫିସ୍ ଆସୁଥିବା ଦେଖାଯାଇଛି । ମୋଦିଙ୍କ ପରାମର୍ଶ ଅନୁଯାୟୀ ସେମାନେ ସମୟାନୁବର୍ତ୍ତିକୁ ଗୁୁରୁତ୍ୱ ଦେଉଥିବା ପ୍ରକାଶ କରିଛନ୍ତି । 

ଅଭ୍ୟାସ ଜାରି ରଖିଛନ୍ତି ପୁରୁଣା ମନ୍ତ୍ରୀ ପୂର୍ବରୁ ମନ୍ତ୍ରୀ ଥିବା କେତେଜଣ ବରିଷ୍ଠ ନେତା ଚଳିତ ଥର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଟାଇମ୍ ପୂର୍ବରୁ ଅଫିସ୍ ଆସିବା କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ, ପରିବେଶ ଓ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ପ୍ରମୁଖ ପୂର୍ବଭଳି ଠିକ୍ ସମୟର ବହୁ ଆଗରୁ ଦପ୍ତରରେ ପହଞ୍ଚୁଥିବା ଜଣାଯାଇଛି । 

100 ଦିନର ଏଜେଣ୍ଡା ଦେଶର ବିକାଶ ଦିଗରେ ଦାୟିତ୍ୱବାନ ହୋଇ ସମୟ ପୂର୍ବରୁ ଦପ୍ତର ଆସିବା ଏବଂ ସରକାରୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ଶପଥ ନେବା ପୂର୍ବରୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । କାର୍ଯ୍ୟଭାର ନେବାଠାରୁ ଶହେ ଦିନର ଏକ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ମନ୍ତ୍ରୀମଣ୍ଡଳକୁ କୁହାଯାଇଥିଲା । 

ଏକ ସକରାତ୍ମକ ଚିନ୍ତାଧାରାରେ ନିଜେ କାର୍ଯ୍ୟ କରିବା ସହ କାର୍ଯ୍ୟାଳୟ ସମସ୍ତ କର୍ମଚାରୀଙ୍କୁ ଆକ୍ଟିଭ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏପରିକି ଅଫିସ୍ କାର୍ଯ୍ୟ ଘରକୁ ନ ନେବାକୁ ମୋଦି ମନ୍ତ୍ରୀମାନଙ୍କୁ କହିଥିଲେ ।

#news #Govt #GovtOfIndia #Modi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon