• ବେତାର ବ୍ୟୁରୋ

ଜାଣନ୍ତୁ : ବାସ୍ତୁଶାସ୍ତ୍ରରେ ମହୁ ର କାହିଁକି ରହିଛି ବିଶେଷ ଭୂମିକା


(ବେତାର ବ୍ୟୁରୋ) ମହୁର ଉପକାରୀତା ବିଷୟରେ ପ୍ରାୟତଃ ସମସ୍ତେ ଅବଗତ। ଏହା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବା ସହ ପୂଜା-ପାଠରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ହେଲେ କ’ଣ ଆପଣ ଜାଣନ୍ତି ଯେ, ବାସ୍ତୁଶାସ୍ତ୍ରରେ ମଧ୍ୟ ମହୁର ବିଶେଷ ଭୂମିକା ରହିଛି।

ଜ୍ୟୋତିଷ ଶାସ୍ତ୍ର ହିସାବରେ ଦେଖିବାକୁ ଗଲେ ମିଠା ଜାତୀୟ ବସ୍ତୁ ଶୁକ୍ର ଗ୍ରହ ଅଧିନ ହେବା କଥା । ତେବେ ଫୁଲରୁ ବାହାରୁଥିବା ମହୁକୁ ମହୁମାଛିମାନେ ମହୁଫେଣା ପରି ପରିତ୍ୟକ୍ତ ସ୍ଥାନରେ ଜମା କରି ରଖୁଥିବାରୁ ଏହା ଶନି ଦେବଙ୍କ ଅଧୀନ ଅଟେ । ଏଣୁ ମହୁର ଉପସ୍ଥିତି ଘରେ ରହିଲେ ଶନି ପ୍ରକୋପ, ସାଢେ ସାତି, ଶନି ଦଶା ଇତ୍ୟାଦି ପ୍ରକୋପ କମିଥାଏ ବୋଲି ଜ୍ୟୋତିଷ ବିଜ୍ଞାନ ମତ ।

ବାସ୍ତୁ ଅନୁସାରେ ଘରେ ମହୁ ରଖିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଚାଲନ୍ତୁ ଜାଣିବା ସେ ବିଷୟରେ :

-ଶନିବାର ଦିନ ଶନିଙ୍କ ନିକଟରେ କଳା ବିରିରେ ଦହି ଓ ମହୁ ମିଶାଇ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ପରିବାରରେ ଶାନ୍ତି ବଜାୟ ରହିବା ସହିତ ସନ୍ତାନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।

-ଯଦି ଆପଣଙ୍କର ଅଯଥାରେ ଧନ ଖର୍ଚ୍ଚ ହେଉଥାଏ ଓ ଯେତେ ଚେଷ୍ଟା କଲେ ମଧ୍ୟ ଧନ ସଞ୍ଚୟ ହୋଇପାରୁ ନାହିଁ, ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ମହୁ ରଖିବା ଉଚିତ।

-ଯଦି ଆପଣଙ୍କ ମନରେ ସର୍ବଦା ଖରାପ ଭାବନା ଆସୁଛି ଓ ମନ ଅଶାନ୍ତ ରହିବା ସହିତ ଘରେ କଳହ ଲାଗି ରହୁଛି, ତେବେ ଘରର ସମସ୍ତ ସଦସ୍ୟ କିଛି ପରିମାଣରେ ମହୁ ଖାଆନ୍ତୁ। ଏପରି କରିବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ।

-ଯେଉଁ ପିତାମାତାମାନେ ସେମାନଙ୍କ ସନ୍ତାନସନ୍ତତି ପାଇଁ ଚିନ୍ତିତ, ସେମାନେ ଶନିବାର କିମ୍ବା ଅମାବାସ୍ୟାରେ ପଡୁଥିବା ଶନିବାର ଦିନ ଗୋଟା ବିରି, ଦହି ସହିତ ମହୁ ମିଶେଇ ଘର ବାହାରେ ପଶୁପକ୍ଷୀଙ୍କ ଖାଇବା ପାଇଁ ରଖନ୍ତୁ । ଏହିପରି ଅନେକ ବାର କରିବା ପରେ ସମସ୍ୟା କମିପାରେ ।

-ମହୁରେ ଥିବା ସକରାତ୍ମକ ଶକ୍ତି ଘରର ନକରାତ୍ମକ ଶକ୍ତିକୁ ଦୂର କରିଥାଏ। ଫଳରେ ଆର୍ଥିକ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

#Honey #Vastu #Astrology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon