• (ବେତାର ବ୍ୟୁରୋ)

ନୂଆ ଯୋଜନା : ମୋବାଇଲ ଫୋନ ଚୋରି ରୋକିବାକୁ ତିଆରି ହେବ ଡାଟା ବେସ୍, ଏମିତି ହେବ ସୁରକ୍ଷା


(ବେତାର ବ୍ୟୁରୋ) ମୋବାଇଲ ଚୋରି ରୋକିବାକୁ ଖୁବଶୀଘ୍ର ଟେଲିକମ୍ ବିଭାଗ ଆରମ୍ଭ କରିବାକୁ ଯାଉଛି ନୂଆ ବ୍ୟବସ୍ଥା । ଦେଶରେ ଫୋନ ଚୋରିର ମାତ୍ରା ବଢୁଥିବାରୁ କିପରି ସେହି ଫୋନ ଆଉ ବ୍ୟବହାର ଉପଯୋଗୀ ନ ହେବ କିମ୍ବା ଫୋନ ମାଲିକଙ୍କ ଡାଟା ସୁରକ୍ଷିତ ରହିପାରିବ ସେଥିପାଇଁ ପଦକ୍ଷେପ ନିଆଯିବ । ଆସନ୍ତା ସପ୍ତାହକ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତୁ ଜାଣିବା କ’ଣ ରହିଛି ଏହି ବ୍ୟବସ୍ଥା ଓ କିପରି ଲୋକେ ଏହାର ସୁବିଧା ନେଇ ପାରିବେ ।

ଟୋଲ ଫ୍ରି ନମ୍ବରରେ ରିପୋର୍ଟ କରିବାକୁ ପଡିବ ଟେଲିକମ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଉପଭୋକ୍ତା ପ୍ରଥମେ ତାଙ୍କ ଚୋରି ହୋଇଥିବା ମୋବାଇଲ ସମ୍ପର୍କରେ ଥାନାରେ ଏକ ଏତଲା ଦେବେ । ପରେ ବିଭାଗ ପକ୍ଷରୁ ଜାରି ହେବାକୁ ଥିବା ଟୋଲ ଫ୍ରି ନମ୍ବରରେ ଫୋନ କରି ଏ ବାବଦରେ ରିର୍ପୋଟ କରିବେ । 

ପ୍ରସ୍ତୁତ ହେବ ଡାଟା ବେସ୍ ଚୋରି ମୋବଇଲଗୁଡିକର ୧୫ ଅଙ୍କ ବିଶିଷ୍ଟ ଆଇଏମଇଆଇ (IMEI) ନମ୍ବରକୁ ନେଇ ଏକ ସିଇଆଇଆର୍ (ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର) ରେ ଡାଟାବେସ୍ ପ୍ରସ୍ତୁତ କରାଯିବ । ଉପଭୋକ୍ତାଙ୍କଠାରୁ ମୋବାଇଲ ଚୋରି ସମ୍ବନ୍ଧୀୟ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଫୋନର ଆଇଏମଇଆଇ ନମ୍ବର ଉକ୍ତ ରେଜିଷ୍ଟରରେ ପ୍ରବେଶ କରାଯିବ । 

ବ୍ଲାକ ଲିଷ୍ଟରେ ରହିବା ପରେ କାମ କରିବନି ଫୋନ ଆଇଏମଇଆଇ ନମ୍ବର ରେଜିଷ୍ଟର ହେବା ପରେ ଚୋରି ଫୋନକୁ ବ୍ଲାକ ଲିଷ୍ଟରେ ପକାଯିବା ସହ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯିବ । ଫଳରେ ଚୋରି କରିଥିବା ବ୍ୟକ୍ତି ଉକ୍ତ ଫୋନକୁ କୌଣସି ନେଟୱର୍କରେ ମଧ୍ୟ ବ୍ୟବହାର କରିପାରିବେ ନାହିଁ । ଫଳରେ ଫୋନ ମୃତପ୍ରାୟ ହୋଇଯିବ । ଏହା ଦ୍ୱାରା ଫୋନ୍ ଚୋରି ହ୍ରାସ ପାଇପାରିବ ବୋଲି କୁହାଯାଇଛି ।

ଅର୍ଥାତ ଆପଣଙ୍କ ବ୍ୟାଙ୍କ ଏଟିଏମ କାର୍ଡ ହଜିଗଲେ ଯେପରି ଆପଣ ବ୍ଲକ କରିଥାନ୍ତି, ମୋବାଇଲ ଫୋନ୍ ରେ ମଧ୍ୟ ସେହିଭଳି ବ୍ୟବସ୍ଥା ଆଗକୁ ଲାଗୁ ହେବ।ଫଳରେ ଆପଣଙ୍କ ଚୋରି ହେଇଥିବା ମୋବାଇଲ ଅଚଳ ହେଇଯିବ ।

ସୂଚନାଯୋଗ୍ୟ ଯେ, ୨୦୧୯-୨୦ ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ଟେଲିକମ ବିଭାଗକୁ ସିଆଇଇଆର ପ୍ରୋଜେକ୍ଟ ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ ।

#news #technews #UsefulNews #Govt #GovtOfIndia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon