• (ବେତାର ବ୍ୟୁରୋ)

ପ୍ରଥମ ଦିନରେ ‘କବୀର ସିଂ’ର ହିଟ୍ ପରଫର୍ମାନ୍ସ; ଜାଣନ୍ତୁ କିପରି ରହିଛି ଫିଲ୍ମ


(ବେତାର ବ୍ୟୁରୋ) ଫିଲ୍ମ ଫ୍ରାଇ ଡେ’ ଅର୍ଥାତ ଶୁକ୍ରବାର ପରଦାକୁ ଆସିଛି ବହୁ ପ୍ରତିକ୍ଷିତ ବଲିଉଡ ମୁଭି ‘କବୀର ସିଂ’ । ପ୍ରଥମ ଦିନରେ ହିଁ ବିଗ୍ ରେସପନ୍ସ ହାସଲ କରିଛି ଶାହିଦ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର । କିଆରା ଆଡଭାନୀ ଓ ଶାହିଦଙ୍କ ଯୋଡି ବେଶ ପସନ୍ଦ ଆସିଛି ଦର୍ଶକଙ୍କୁ ।

ଆସନ୍ତୁ ଜାଣିବା କ’ଣ ରହିଛି ଚଳଚ୍ଚିତ୍ରର କାହାଣୀ ଓ କିପରି ରହିଛି ଲୋକଙ୍କ ପ୍ରତିକ୍ରିୟା ।ଅବଶ୍ୟ ତେଲୁଗୁ ଫିଳ୍କ ରେ ରୁଚି ରଖୁଥିବା ଦର୍ଶକ ଏହାର କାହାଣୀ ବିଷୟରେ ଜାଣିଥିବେ । ଏହା ଅର୍ଜୁନ ରେଡ୍ଡୀ ଫିଲ୍ମର ରିମେକ ।

ମେଧାବୀ ଛାତ୍ରଙ୍କ ରୋଲ୍ ରେ ଶାହିଦ

ଏଆଇଏମ୍ ରେ ଡାକ୍ତର ପାଠ ପଢୁଥିବା କବୀର (ଶାହିଦ)ଙ୍କୁ ଜଣେ ମେଧାବୀ ଛାତ୍ର ଭାବେ ଦେଖିବାକୁ ମିଳିଛି । ଏଥିସହ ସେ ଖେଳ ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବେଶ ପାରଙ୍ଗମ ଅଛନ୍ତି । ହେଲେ ଛୋଟ ଛୋଟ କଥାରେ ସଙ୍ଗେ ସଙ୍ଗେ ରାଗିଯିବା ଗୁଣ ମଧ୍ୟ କବୀରଙ୍କ ଅଛି ।

ପ୍ରେମ ଓ ବିଚ୍ଛେଦର ପରର କାହାଣୀ ଏହି ସମୟରେ ତାଙ୍କ ଜୀବନକୁ ଆସନ୍ତି ପ୍ରୀତି (କିଆରା) । ପ୍ରୀତିଙ୍କ ସାଦାସିଧା ଗୁଣରେ ପ୍ରଭାବିତ ହୋଇ ତାଙ୍କ ପ୍ରେମରେ ପଡିଯାଆନ୍ତି କବୀର । ହେଲେ ତାଙ୍କ ଜୀବନରୁ ପ୍ରୀତି ଦୂରେଇ ଯାଆନ୍ତି । ଏହା ପରେ କିପରି କବୀର ବରବାଦିର ରାସ୍ତାରେ ଚାଲନ୍ତି ଏବଂ ଏହା ପରେ ତାଙ୍କ ଜୀବନରେ କି ମୋଡ ଆସେ ତାହାକୁ ଚଳଚ୍ଚିତ୍ରରେ ଦେଖାଯାଇଛି ।

ସୋସିଆଲ ମିଡିଆରେ ଦର୍ଶକଙ୍କ ପ୍ରଂଶସା ରିଲିଜର ପ୍ରଥମ ଦିନରେ ହିଁ ବହୁ ଦର୍ଶକଙ୍କ ମନକୁ ଛଇଁ ପାରିଛି ଏହି ଫିଲ୍ମ । ଲୋକଙ୍କ ପ୍ରତିକ୍ରିୟାରୁ ଚଳଚ୍ଚିତ୍ରଟି ଭଲ ଆୟ କରିବ ବୋଲ ଆଶା କରାଯାଉଛି ।

୩୬୧୬ ହଲରେ ରିଲିଜ ଭାରତରେ ୩୧୨୩ ଓ ବିଦେଶରେ ୪୯୩ଟି ହଲରେ ରିଲିଜ ହୋଇଛି ସନ୍ଦିପ ରେଡ୍ଡି ଭାଙ୍ଗାଙ୍କ ନିର୍ଦ୍ଦେଶିତ ମୁଭି କବୀର ସିଂ । ଏହି ଚଳଚ୍ଚିତ୍ର ତେଲୁଗୁ ବ୍ଲକ ବଷ୍ଟର ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକ । ଲୋକପ୍ରିୟ ଗାୟକ ଅରମାନ ମଲ୍ଲିକ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଟୁଇଟ କରି ପ୍ରଶଂସା କଲେ ତରଣ କବୀର ଫିଲ୍ମର ପ୍ରଥମ ଦିନ ଶୋ ପରେ ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି ସିନେ କ୍ରିଟିକ ତଥା ଫିଲ୍ମ ବିଶେଷଜ୍ଞ ତରଣ ଆଦର୍ଶ । ଭାରତ ସହ ବାହାରେ ମଧ୍ୟ ଏହି ଫିଲ୍ମ ଭଲ ଆରମ୍ଭ କରିଛି ବୋଲି ସେ ଟୁଇଟ ଜରିଆରେ କହିଛନ୍ତି ।

#news #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon