• ବେତାର ବ୍ୟୁରୋ

ଭାଇରାଲ ଫୋଟୋ : ଯୋଗ ଦିବସରେ ଆର୍ମୀର ସନ୍ଧାନୀ କୁକୁରଙ୍କ ଯୋଗାସନ


(ବେତାର ବ୍ୟୁରୋ) ଦେଶ, ବିଦେଶର କୋଣ ଅନୁକୋଣରେ ଶୁକ୍ରବାର (ଜୁନ 21) ପାଳିତ ହେଉଛି ଯୋଗ ଦିବସ । ଭାରତ ଠାରୁ ଆମେରିକା, ଅଷ୍ଟ୍ରେଲିଆରୁ ଆଫଗାନିସ୍ତାନ ଯାଏଁ ସବୁଠି ଦେଖିବାକୁ ମିଳିଛି ଯୋଗର ଝଲକ । ଚଳିତ ବର୍ଷ ଯୋଗର ଥିମ ରହିଛି ୟୋଗା ଫର ହାର୍ଟ । ଅର୍ଥାତ ଯୋଗ ବ୍ୟାୟମ ଜରିଆରେ ହୃଦୟକୁ ସୁସ୍ଥ ରଖିବା ।

ଏହି ଅବସରରେ ଦେଶବିଦେଶର କୋଣ ଅନୁକୋଣରୁ ଅନେକ ବ୍ୟକ୍ତି ଯୋଗ କରୁଥିବାର ଫଟୋ ପ୍ରକାଶ ପାଇଛି । ବିଶେଷ କରି ଭାରତୀୟ ଯବାନମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ଯେପରି କି ଅତ୍ୟନ୍ତ ଶୀତଳ ତାପମାତ୍ରା ବିଶିଷ୍ଟ ସିଆଚେନ ଘାଟି ବା ମାଲକାନାଗିରିର ମାଓବାଦୀ ଇଲାକାରେ ଯୋଗ କରୁଥିବାର ଫଟୋ ସାମନାକୁ ଆସିଛି ।

ତେବେ ସବୁଠୁ ଆମୋଦିତ କରିଥିବା ଫୋଟୋ ହେଉଛି ଆର୍ମୀ ଆରମି ଓ ବର୍ଡର ସିକ୍ୟୁରିଟି ଫୋର୍ସର ଡଗ ୟୁନିଟର ଯୋଗ କରୁଥିବାର ଦୃଶ୍ୟ । ଏହାର ଫୋଟୋ ଓ ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଭାରତ-ତିବ୍ବତ ବର୍ଡର ପୋଲିସର ସନ୍ଧାନୀ କୁକୁର ୟୁନିଟ ତରଫରୁ ସେମାନେ ଯୋଗ କରୁଥିବାର ଫୋଟୋ ଓ ଭିଡିଓ ସୋସିଆଲ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ଏହି ବିଶେଷ କୁକୁର ଗୁଡିଙ୍କୁ ଅତି ଛୋଟ ଅବସ୍ଥାରୁ ଆର୍ମୀ, BSF ର ବିଭିନ୍ନ ୟୁନିଟମାନଙ୍କରେ ରଖି ଟ୍ରେନିଂ ଦିଆଯାଇଥାଏ । ଏମାନଙ୍କୁ ବିଶେଷ ଧରଣର ଟ୍ରେନିଂ ମିଳିଥାଏ । ଯେପରିକି ବିଷ ଶୁଙ୍ଗିବା, ମାଟି ତଳ ମାଇନସ ଖୋଜିବା, ବିସ୍ଫୋରକ ଖୋଜିବା ଇତ୍ୟାଦି । ବିଭିନ୍ନ ପ୍ରକାରର ଅନୁସନ୍ଧାନ ପାଇଁ ଭିନ୍ନ ଭିନ୍ନ ଟ୍ରେନିଂ ସମୟ ଥାଏ। ତେବେ ସର୍ବନିମ୍ନ 24 ସପ୍ତାହରୁ ଆରମ୍ଭ କରି 36 ସପ୍ତାହ ଯାଏଁ ସେମାନଙ୍କୁ ବିଭିନ୍ନ ସନ୍ଧାନ କୌଶଳ ଟ୍ରେନିଂ ମିଳିଥାଏ ।

ଯୋଗ ଦିବସରେ କେନ୍ଦ୍ରସ୍ଥିତ ମୋଦୀ ସରକାରଙ୍କ ପ୍ରମୁଖ ଆୟୋଜନ ଝାରଖଣ୍ଡର ରାଜଧାନୀ ରାଂଚିରେ ଅନୁଷ୍ଠିତ ହେଉଛି । ରାଂଚିର ତାରା ମୈଦାନରେ ଆୟୋଜିତ ଯୋଗ କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାମିଲ ହୋଇଛନ୍ତି ୪୦ ହଜାରରୁ ଅଧିକ ଲୋକ । ଏଥିରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ମଧ୍ୟ ସାମିଲ ହୋଇଛନ୍ତି ।

ସେହିପରି ମହାରାଷ୍ଟ୍ରର ନାନ୍ଦେଡ ଠାରେ ଯୋଗ ଗୁରୁ ରାମଦେବ ବାବା ଯୋଗ ଶିକ୍ଷା ଦେଉଛନ୍ତି । ଏହି ଯୋଗ ଶିବିରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସାମିଲ ହୋଇ ଯୋଗ କରିଛନ୍ତି ।

ଓଡିଶାରେ ଯୋଗ

ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ତରଫରୁ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଛି । ରାଜଧାନୀର ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ, ଇମ୍ଫା ପାର୍କ, ରେଂଟାଲ କଲୋନି ପାର୍କ ଓ ଜୟଦେବ ବାଟିକାକୁ ମିଶାଇ ମୋଟ ୧୦ଟି ପାର୍କରେ ଯୋଗ ଦିବସ ପାଳିତ ହେଉଛି । ଆୟୁଷ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ପ୍ରଟୋକଲ ଅନୁସାରେ ଯୋଗ ଦିବସ ପାଳନ କରାଯାଉଛି ।

ସେହିପରି ଭବାନୀପାଟଣା, ବ୍ରହ୍ମପୁର, ବାଲେଶ୍ଵର, ବାଙ୍କି, ପୁରୀ, ସମ୍ବଲପୁର, ରେଢାଖୋଲ ଠାରୁ ଆରମ୍ଭ କରି ଓଡିଶାର କୋଣଅନୁକୋଣରେ ବିଭିନ୍ନ ସଂଗଠନ ତରଫରୁ ଯୋଗ ଦିବସ ପାଳିତ ହେଇଛି ।

#YogaDay #Modi #Govt #Health #fitness

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon