- (ବେତାର ବ୍ୟୁରୋ)
ଜାଣନ୍ତୁ : ଏହିସବୁ କଥା ନୂଆ ପ୍ରେମ ସମ୍ପର୍କରେ ଆଣିଥାଏ ଫାଟ

(ବେତାର ବ୍ୟୁରୋ) ଦୁଇ ଜଣଙ୍କ ମଧ୍ୟରେ ମନଖୋଲା କଥାବାର୍ତ୍ତା ସମ୍ପର୍କକୁ ଘନିଷ୍ଠ କରେ । ମନରେ ଆସୁଥିବା କୌଣସି କଥା ନିଜ ପାର୍ଟନରଙ୍କୁ ଜଣାଇବା ଏବଂ ବିନା ଦ୍ୱିଧାରେ କିଛି ପ୍ରଶ୍ନ ପଚାରିବା ପାଇଁ ମନରେ ଡର ରଖିବା ଅନୁଚିତ । ହେଲେ ଏପରି କିଛି ଅନାବଶ୍ୟକ କଥା ଥାଏ ଯାହା କହିବା କିମ୍ବା ପ୍ରଶ୍ନ ପଚାରିବା ପୂର୍ବରୁ ଆମକୁ ଭାବିବା ଉଚିତ । ନଚେତ ଏପରି କିଛି ବୋକାମୀ ସମ୍ପର୍କ ଦୃଢ କରିବା ପରିବର୍ତ୍ତେ ବିଗାଡି ଦେଇପାରେ ।
ଆସନ୍ତୁ ଜାଣିବା କ’ଣ ସେହିସବୁ କଥା ଯାହା ଉପରେ ଆମେ ଧ୍ୟାନ ଦେବା ଆବଶ୍ୟକ ।
ସାଥୀଙ୍କ କଥାକୁ ସନ୍ଦେହ କରି ପ୍ରଶ୍ନ କରିବା ଯଦି ଆପଣଙ୍କ ଭିତରେ ଭଲ ସମ୍ପର୍କ ଅଛି ବା ପରସ୍ପରକୁ ଭଲ ଭାବେ ଜାଣନ୍ତି ବୋଲି କହୁଛନ୍ତି ତେବେ ନିଜ ସାଥୀଙ୍କୁ ସନ୍ଦେହ କରିବା ପୂର୍ବରୁ ଥରେ ଭାବନ୍ତୁ । ଆପଣଙ୍କ ପାର୍ଟନର କିଛି କଥା କହୁଥିବେ । ତାକୁ ଶୁଣି ହଠାତ୍ ସେହି କଥାର ସତ୍ୟତା ବିଷୟରେ ପଚାରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ଅସୁରକ୍ଷିତ ଥିବା ତଥା ମଜଭୁତ ନ ଥିବା ସାଥୀ ଭାବିପାରନ୍ତି । ଏହା ତାଙ୍କୁ ଆଘାତ ଦେଇପାରେ । କଥାର ବିଚାର କରି ସମୟ ନେଇ ସମ୍ପୃକ୍ତ ବିଷୟରେ ଠିକ୍ ଉପାୟରେ ତଥ୍ୟ ନିଅନ୍ତୁ।
ପ୍ରତି କଥାରେ ଦୋଷ ଦେବା ଯଦି କୌଣସି କଥାରେ ସମସ୍ୟା ଉପୁଜିଛି ତେବେ ସଙ୍ଗେ ସଙ୍ଗେ ସାଥୀଙ୍କୁ ଦୋଷ ଦେଇ ପରିସ୍ଥିତି ବିଗାଡନ୍ତୁ ନାହିଁ । କାହିଁକି ଏପରି ସବୁବେଳେ ତୁମ ସହ ଘଟୁଛି ବୋଲି କଥା ଆଦୌ ପଚାରନ୍ତୁ ନାହିଁ ।
ଏହା ଦ୍ୱାରା ସମ୍ପର୍କରେ ଧୀରେ ଧୀରେ ଦୂରତା ବଢିବା ସହ ଆପଣଙ୍କ ପାର୍ଟନର ଆପଣଙ୍କଠାରୁ କୌଣସି ସମସ୍ୟାର ସମାଧାନ ଆଶା ଛାଡିଦେଇପାରନ୍ତି । ତେଣୁ ଥଣ୍ଡା ମନରେ ଏହାର ବିଚାର କରି ପ୍ରତିକୂଳ ସ୍ଥିତିରେ ସାଥୀଙ୍କ ମାନସିକ ସ୍ଥିତି ଜାଣିବା ସହ ସମାଧାନର ରାସ୍ତା ବାହାର କରନ୍ତୁ।
ପୂର୍ବ ସମ୍ପର୍କ କଥା ଆଦୌ ଉଠାନ୍ତୁ ନାହିଁ ବର୍ତ୍ତମାନର ସମ୍ପର୍କରେ ପୂର୍ବ ପାର୍ଟନରଙ୍କ ସହିତ ବିତିଥିବା ସମୟର କଥା ଅଦୌ ପଚାରନ୍ତୁ ନାହିଁ । କେତେଜଣ ନିଜକୁ ସାଥୀଙ୍କ ପୂର୍ବ ପାର୍ଟନରଙ୍କ ସହ ତୁଳନା କରି କଥା କହିଥାନ୍ତି । ତେବେ ଏହା ଭଲ ସମ୍ପର୍କ ଆଡକୁ ରାସ୍ତା ନୁହେଁ ।
ଚେଷ୍ଟାକୁ ପ୍ରଶଂସା କରନ୍ତୁ କେବଳ ଜଣକଠାରୁ ବିଭିନ୍ନ ଆଶା ରଖି ଏହା ପୂରଣ ନ ହୋଇପାରିଲେ ମନଊଣା କରନ୍ତୁ ନାହିଁ । ସାଥୀଙ୍କ ଯୋଗଦାନ ତଥା ଚେଷ୍ଟାକୁ ପ୍ରଶଂସା କରନ୍ତୁ । ଏହା ଦ୍ୱାରା ତାଙ୍କ ମନରେ ସକରାତ୍ମକ ଚିନ୍ତାଧାରା ଜନ୍ମ ନେବା ସହ ଆପଣଙ୍କ ପ୍ରତି ଭଲପାଇବା ବଢିବ।