• (ବେତାର ବ୍ୟୁରୋ)

‘ଫନୀ’ ଚୋଟ : ଏ ଯାଏଁ ସୁଧୁରିନି ଟେଲିକମ୍ ସ୍ଥିତି; ରିଚାର୍ଜ ହେଉଛି, ଉପଯୋଗ ହେଉନି


(ବେତାର ବ୍ୟୁରୋ) ଗତ ମେ ୩ରେ ଓଡ଼ିଶାର ପୁରୀ ଉପକୂଳରେ ମାଡ଼ ହୋଇଥିଲା ସାମଦ୍ରିକ ଝଡ ‘ଫନୀ’ । ଆଉ କିଛି ଦିନ ପରେ ଏହାକୁ ୨ ମାସ ପୂରିବାକୁ ଯାଉଥିଲେ ହେଁ ଏହାର ପ୍ରଭାବ ଏ ପର୍ଯ୍ୟନ୍ତ ଲାଗି ରହିଛି । ବାତ୍ୟା ପରର ଭୟଙ୍କର ପରିସ୍ଥିତିରୁ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକେ ବାହାରିଥିଲେ ମଧ୍ୟ ଏବେ ଅତ୍ୟାବଶ୍ୟକ ସୁବିଧାର ନିରବଚ୍ଛିନ୍ନ ଉପଯୋଗରେ ସମସ୍ୟା ହୋଇଛି । ସେଥିମଧ୍ୟରେ ରହିଛି ମୋବାଇଲ ନେଟୱର୍କ ବ୍ୟବସ୍ଥା । 

‘ଫନୀ’ ଯୋଗୁ ଅତିମାତ୍ରାରେ ପ୍ରଭାବିତ ହୋଇଥିବା ଟେଲିକମ ବ୍ୟବସ୍ଥାରେ ଆଜି ପର୍ଯ୍ୟନ୍ତ ସୁଧାର ଆସି ନ ଥିବାରୁ ବିଭିନ୍ନ ଅସୁବିଧାରେ ଯୁଝି ହେବାକୁ ପଡୁଛି । ଉପଭୋକ୍ତାମାନେ ବ୍ୟବହାର କରୁଥିବା ନେଟୱର୍କ ପାଇଁ ମାସିକ ରିଚାର୍ଜ ନିୟମିତଭାବେ କରିଚାଲିଥିଲେ ହେଁ ଏହାର ଉପଯୋଗ କିନ୍ତୁ କରିପାରୁନାହାନ୍ତି ।

ଖରାପ କ୍ବାଲିଟି ଫୋନ କଲ୍ ଏବଂ କଲ୍ ଡ୍ରପ୍ ବିଏସଏନଏଲଠାରୁ ଆରମ୍ଭ କରି ସମସ୍ତ ପ୍ରାଇଭେଟ ଟେଲିକମ କମ୍ପାନୀର ଉପଭୋକ୍ତା ନେଟୱର୍କ ସମସ୍ୟାରେ ପଡିଛନ୍ତି । ବାଜେ ନେଟୱର୍କ  ଓ ବାରମ୍ବାର କଲ୍ ଡ୍ରପ୍ ଅସୁବିଧା ଭୋଗୁଛନ୍ତି ପୁରୀ, ଖୋର୍ଦ୍ଧା ସହ ରାଜଧାନୀ ଭୁବନେଶ୍ୱର ବାସୀ । ଏଥିଯୋଗୁ ଉପଭୋକ୍ତାଙ୍କ ଅସନ୍ତୋଷ ସହ ଦିନକୁ ଦିନ ଲମ୍ବି ଚାଲିଛି ଅଭିଯୋଗର ତାଲିକା ।

ଏକାଧିକ ସିମ୍ ବ୍ୟବହାର ପରେ ବି ଲାଭ ନାହିଁ ନେଟୱର୍କ ସମସ୍ୟାରୁ ବାହାରିବା ପାଇଁ ଅଧିକାଂଶ ଉପଭୋକ୍ତା ସେମାନଙ୍କ ମୋବାଇଲରେ ଏକାଧିକ ଟେଲିକମ୍ କମ୍ପାନୀର ସିମ୍ କାର୍ଡ ରଖୁଛନ୍ତି । ତଥାପି କୌଣସି ନେଟୱର୍କ ସେମାନଙ୍କ ସମସ୍ୟା ସୁଧାରି ପାରୁ ନାହିଁ । 

ସୋସିଆଲ ମିଡିଆରେ ଅଭିଯୋଗ ବର୍ତ୍ତମାନ ସବୁକିଛି ଇଣ୍ଟରନଟ ଉପରେ ନିର୍ଭରଶୀଳ ହୋଇଥିବାବେଳେ ନେଟୱର୍କ କାମ କରୁ ନ ଥିବାରୁ ଅନେକ ସେମାନେ ବ୍ୟବହାର କରୁଥିବା ଟେଲିକମ୍ କମ୍ପାନୀକୁ ବିଭିନ୍ନ ସୋସିଆଲ ମିଡିଆରେ ସମାଲୋଚନା ମଧ୍ୟ କରୁଥିବା ଦେଖାଯାଇଛି । ଫେସବୁକ ଓ ଟୁଇଟର ପରି ସାଇଟରେ ସେମାନେ କମ୍ପାନୀ କର୍ମକର୍ତ୍ତାଙ୍କୁ ବ୍ୟବସ୍ଥାରେ ସୁଧାର ଆଣିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରାୟ ୩.୨୬ କୋଟି ଲୋକ ବିଭିନ୍ନ ଟେଲିକମ୍ କମ୍ପାନୀର ଗ୍ରାହକ ରହିଛନ୍ତି । 

#mobilenetwork #FaniOdisha #Foni #Odisha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon