• (ବେତାର ବ୍ୟୁରୋ)

ଜାଣନ୍ତୁ : ଖାଦ୍ୟରେ ପ୍ରତିଦିନ କାହିଁକି ସାମିଲ କରିବା କଥା କାକୁଡି


(ବେତାର ବ୍ୟୁରୋ) ମୋଟାପଣଠାରୁ ଦୂରେଇ ରହିବା କିମ୍ବା ସନ୍ତୁଳିତ ଆହାର ପ୍ରତି ଯତ୍ନବାନ ରହୁଥିବା ପ୍ରାୟ ସମସ୍ତଙ୍କ ଖାଦ୍ୟରେ କାକୁଡି ନିଶ୍ଚିତ ସାମିଲ ଥାଏ । ଆମ ଶରୀରକୁ ଆବଶ୍ୟକ ପୋଷଣ ଦେବା ଭଳି ତତ୍ତ୍ୱ କାକୁଡିରେ ରହିଥାଏ । ବିଶେଷ କରି ମେଦ ବହୁଳତାର ଶିକାର ହୋଇଥିବା ଲୋକଙ୍କ ପାଇଁ ଏହା ବରଦାନ ସଦୃଶ । ଏଥିସହ କାକୁଡିରେ ମଧ୍ୟ ରହିଛି ଏପରି କିଛି ସ୍ୱାସ୍ଥ୍ୟକର ପୋଷଣ ଯାହା ଆପଣ ଜାଣିବା ଆବଶ୍ୟକ । 

ଆସନ୍ତୁ ଜାଣିବା କିପରି କାକୁଡି ଆମ ଶରୀର ପାଇଁ ଉପଯୋଗୀ ।

ଶୀଘ୍ର ହଜମ ହୋଇପାରେ କାକୁଡି ଏକ ହାଲୁକା ଖାଦ୍ୟ ହୋଇଥିବାରୁ ଆମ ଶରୀର ସହଜରେ ଏବଂ ଶୀଘ୍ର ହଜମ କରିପାରିଥାଏ। ଏହାକୁ ସ୍ନାକ୍ସ ବା ଜଳଖିଅ।। ଭାବେ ମଧ୍ୟ ଖାଇହେବ । ଯଦି ଆପଣଙ୍କୁ ବାରମ୍ବାର ଭୋକ ଲାଗୁଛି ଏବଂ ମୋଟାପଣ ପାଇଁ ଖାଇବାକୁ ଭୟ କରୁଛନ୍ତି ତେବେ ଆପଣ କାକୁଡି ଖାଇ ଭୋକ ମେଣ୍ଟାଇପାରିବେ ।

କ୍ୟାଲୋରୀ, ଫ୍ୟାଟ ମାତ୍ରା କମ୍ ଥାଏ ଏହି ଫଳରେ କ୍ୟାଲୋରୀ ଏବଂ ଫ୍ୟାଟର ମାତ୍ରା କମ୍ ଥାଏ । କାକୁଡିରୁ ଆମ ଶରୀର ବହୁ ମାତ୍ରାରେ ଭିଟାମିନ୍ ଏ, ବି, କେ ଆଦି ପାଇଥାଏ । ଏଥିସହ ଏଥିରୁ ଆମ ଶରୀରକୁ ପ୍ରୋଟିନ ମଧ୍ୟ ମିଳିଥାଏ ।

ସପ୍ତାହେ ମଧ୍ୟରେ ୫ କିଲୋ ଓଜନ କମାଇପାରିବେ କାକୁଡିକୁ ନିୟମିତ ଖାଦ୍ୟରେ ସାମିଲ କରିବା ମେଦ ବହୁଳତା ରୋଗୀଙ୍କ ପାଇଁ ଏକ ଉତ୍ତମ ଚିକିତ୍ସା ପରି । ପ୍ରତିଦିନ କାକୁଡି ଖାଇବା ଦ୍ୱାରା ଶରୀରରେ ଥିବା ମାତ୍ରାଧିକ କ୍ୟାଲୋରୀ କମିଥାଏ । ଫଳରେ ଏହା ଦ୍ୱାରା ଜଣେ ଏକ ସପ୍ତାହ ମଧ୍ୟରେ ୫ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ କମାଇପାରିବ ବୋଲି ଏକ ଗବେଷଣାରୁ ଜଣାପଡିଛି ।

ଶରୀରର ଆବଶ୍ୟକତା ପୂରଣ କରିିଥାଏ ଆମ ଶରୀର ପ୍ରତିଦିିନ ନିର୍ଦ୍ଦିଷ୍ଟ ମାତ୍ରାରେ ପ୍ରୋଟିନ, ଭିଟାମିନ୍ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଦରକାର କରିଥାଏ । ଯଦି କାକୁଡି ଆପଣଙ୍କ ପ୍ରତିଦିନ ଖାଇବାରେ ସାମିଲ ଅଛି ତେବେ ବିଭିନ୍ନ ଜରୁରୀ ପୋଷଣ ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡିବନି । କାରର ଏହି ଫଳ ଆପଣଙ୍କ ଶରୀରର ଆବଶ୍ୟକତା ପୂରଣ କରିବରେ ସକ୍ଷମ ।

#goodhealth #foodhabits #HealthyFood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon