• (ବେତାର ବ୍ୟୁରୋ)

ବିଗ୍ ବସ୍-୧୩: ବଦଳିବ ବିଗବସ ଘର ଠିକଣା ,ସଲମାନଙ୍କ ପାଉଣା


(ବେତାର ବ୍ୟୁରୋ) ଭାରତର ସର୍ବାଧିକ ଲୋକପ୍ରିୟ ରିୟଲିଟି ଶୋ ମଧ୍ୟରେ ପରିଗଣିତ ‘ବିଗ୍ ବସ୍’ ଏହାର ୧୩ ତମ ସିଜିନ ଆରମ୍ଭ କରିବାକୁ ଯାଉଛି । ସେପ୍ଟେମ୍ବର ୨୯ରୁ ଶୋ ଚାଲିପାରେ ବୋଲି ଜଣାପଡିଥିବାବେଳେ ଶୋ' ହୋଷ୍ଟ ତଥା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପାଉଣାକୁ ନେଇ ଖବର ଏବେ ସାମନାକୁ ଆସିଛି । 

ସଲମାନଙ୍କୁ ମୋଟ ୨୬ ଅଧ୍ୟାୟ ପାଇଁ ୪୦୩ କୋଟି ଟଙ୍କା ପାଉଣା ଦିଆଯିବ ବୋଲି ସୂଚନା ରହିଛି । ଅର୍ଥାତ ପ୍ରତି ଶନିବାର -ରବିବାର ଏପିଷୋଡ଼ ପାଇଁ ସେ ପ୍ରାୟ 31 କୋଟି ଟଙ୍କା ପାଉଣା ପାଇବେ। ଗତଥର ତାଙ୍କ ପାଉଣା ପ୍ରତି ଶନିବାର-ରବିବାର ଏପିଷୋଡ଼ ପାଇଁ ପ୍ରାୟ 24 କୋଟି ଥିଲା।

ସଲମାନ ବିଗ୍ ବସ ର ୧୦ଟି ସିଜିନରେ ଆଙ୍କର ରହିଛନ୍ତି । 

ପ୍ରତିଯୋଗିତାରେ କେବଳ ସେଲିବ୍ରିଟି ପୂର୍ବ ଶୋ’ରେ ସେଲିବ୍ରିଟିଙ୍କ ସହ କେତେଜଣ ସାଧାରଣ ପ୍ରତିଯୋଗୀ ଭାଗ ନେଇଥିବା ଦେଖିବାକୁ ମିଳିଥିଲା । ତେବେ ଚଳିତ ଥର ଏଥିରେ ପରିବର୍ତ୍ତନ ଅଣାଯାଇପାରେ । କେବଳ ସେଲିବ୍ରିଟି ବା ଜଣାଶୁଣା ଚେହେରା ହିଁ ଶୋରେ ଭାଗ ନେବେ ବୋଲି କୁହାଯାଉଛି ।

ଜାନୁୟାରୀ ୧୨ରେ ବିଜେତା ଘୋଷଣା ୧୫ ସପ୍ତାହ ଧରି ଚାଲିବାକୁ ଥିବା ଏହି ଶୋର ବିଜେତାଙ୍କ ନାମ ୨୦୨୦ ଜାନୁୟାରୀ ୧୨ରେ ଘୋଷଣା କରାଯାଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଶୋରେ ପ୍ରତିଯୋଗୀଙ୍କୁ ଭିନ୍ନ ପ୍ରକାର ସେଲିବ୍ରିଟି ତଥା ବ୍ୟକ୍ତିତ୍ୱଙ୍କ ସହ ଏକ ଘର ଭିତରରେ ରହିବ ବିଭିନ୍ନ ପ୍ରକାରର ଟାସ୍କ ପୂରଣ କରିବାକୁ ଦିଆଯାଇଥାଏ । ସେମାନଙ୍କ ସହ ତାଳମେଳ ରଖି ଉତ୍ତମ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ବିଜେତା ଘୋଷଣା କରାଯାଏ ।

ମୁମ୍ବଇରେ ହୋଇପାରେ ବିଗ୍ ବସ୍-୧୩ ପ୍ରତିବର୍ଷ ମହାରାଷ୍ଟ୍ରର ପୁନେ ପାଖରେ ଥିବା ଲୋନାୱାଲାରେ ଏହି ଲୋକପ୍ରିୟ ଶୋ’ର ସୁଟିଂ କରାଯାଇଥାଏ । ତେବେ ଚଳିତ ବର୍ଷ ଏହାର ସ୍ଥାନ ପରିବର୍ତ୍ତନ କରାଯାଇପାରେ । ମୁମ୍ବାଇର ଗୋରେଗାଓଁ ଫିଲ୍ମ ଷ୍ଟୁଡିଓରେ ବିଗ୍ ବସ୍-୧୩ର ସୁଟିଂ ପାଇଁ ନୂଆ ଘର ସେଟ୍-ଅପ କରାଯାଇଥିବା ଜଣାପଡିଛି ।

ସୂଚନା ଯୋଗ୍ୟ, ଭାରତରେ ବିଗ୍ ବସ୍ ର ବେଙ୍ଗଲି, କନ୍ନଡ, ମରାଠୀ ତେଲୁଗୁ, ମାଲାୟାଲମ, ତାଲିମ ସଂସ୍କରଣ ମଧ୍ୟ ଚାଲିଛି । ଗତ ମେ ୨୬ ତାରିଖରେ ହୋଷ୍ଟ ମହେଶ ମଞ୍ଜରେକରଙ୍କ ଦ୍ୱାରା ମରାଠୀ ସଂସ୍କରଣର ପ୍ରିମିୟର ହୋଇସାରିଛି ।

#BigBoss #Entertainment #TV #BiggBoss #SalmanKhan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon