- (ବେତାର ବ୍ୟୁରୋ)
ବାସ୍ତୁଶାସ୍ତ୍ରର ଏହି 10 ନିୟମ: ପାଳନ ହେଲେ ସର୍ବଦା ମିଳିବ ଶୁଭଫଳ

(ବେତାର ବ୍ୟୁରୋ) ପରିଶ୍ରମର ଫଳ ତଥା ଶୁଭ ଖବର ପାଇଁ ଆମେ ଅନେକ କିଛି ରାସ୍ତା ଆପଣାଇ ଥାଉ । ହେଲେ ବହୁତ ବ୍ୟକ୍ତିଙ୍କୁ ସେମାନଙ୍କ ଶ୍ରମ ଅନୁଯାୟୀ ଆଶା ଅନୁରୂପକ ଫଳ ମିଳୁ ନ ଥିବା ଶୁଣିବାକୁ ମିଳେ । ଯଦି ଆପଣ ବି ନିଜ ପରିଶ୍ରମ ଅନୁଯାୟୀ ଫଳ ମିଳୁ ନ ଥିବା ଭାବୁଛନ୍ତି କିମ୍ବା ଜୀବନରେ କୌଣସି ସମସ୍ୟାର ଆପଣଙ୍କ ରାସ୍ତାରୁ ହଟୁନାହିଁ ତେବେ ବାସ୍ତୁଶାସ୍ତ୍ରରେ କୁହାଯାଇଥିବା କିଛି କଥାକୁ ଆପଣ ମାନି ଦେଖନ୍ତୁ । ଶୀଘ୍ର ହିଁ ଏଥିରୁ ଆପଣଙ୍କୁ ମନ ମୁତାବକ ଫଳ ମିଳିପାରେ ।
ଆସନ୍ତୁ ଜାଣିବା କ’ଣ କୁହେ ବାସ୍ତୁଶାସ୍ତ୍ର ।
ରୋଷେଇ ଘର ଇଶାଣ କୋଣରେ ରଖନ୍ତୁ ସଫା ପାତ୍ର ଯଦି ଆପଣଙ୍କ ରୋଷେଇ ଘର ଇଶାଣ କୋଣରେ ଅଛି ତେବେ ତେବେ ସେହି ଘରେ ଥିବା ଗ୍ୟାସ ଚୁଲାକୁ ଆଗ୍ନେୟ କୋଣରେ ରଖନ୍ତୁ । କିଚେନର ଇଶାଣ କୋଣରେ ଏକ ସଫା ପାତ୍ର ରଖି ଦିଅନ୍ତୁ । ଏଥିସହ ସେଥିରେ କିଛି ପାଣି ଭର୍ତ୍ତି କରନ୍ତୁ ।
ଏହା କରିବା ଦ୍ୱାରା ଯଦି ଆପଣଙ୍କ ଟଙ୍କା କେଉଁଠି ଅଟକି ରହିଛି ତେବେ ତାହାକୁ ଆପଣ ଶୀଘ୍ର ପାଇପାରିବେ । ପୂର୍ବ ଓ ଉତ୍ତର ଦିଗ ଯେଉଁଠାରେ ମିଶନ୍ତି ତାହାକୁ ଇଶାଣ କୋଣ କୁହାଯାଏ ।
ଘରର ଉତ୍ତରରେ ଲଗାନ୍ତୁ ମା’ ଲକ୍ଷ୍ମୀଙ୍କ ଫଟୋ ଆପଣଙ୍କ ଘରର ଉତ୍ତର ଦିଗ କାନ୍ଥରେ ମା’ ଲକ୍ଷ୍ମୀ କମଳାସନରେ ଥିବାର ଏକ ଫଟୋ ଲଗାନ୍ତୁ । ଏହାକୁ ବେଶ ଶୁଭ ବୋଲି ମନାଯାଏ । ଏହା ଦ୍ୱାରା ଘରର ସମୃଦ୍ଧି ହେବା ସହ ପିଲାମାନଙ୍କ ପାଠପଢାରେ ମଧ୍ୟ ଉନ୍ନତି ହୋଇଥାଏ ।
ପଶ୍ଚିମ ଦିଗରେ ରଖନ୍ତୁ ପାଣି ଟାଙ୍କି ଘରର ଛାତ ଉପରେ ଆପଣ ପାଣି ଟାଙ୍କି ରଖୁଥିଲେ ଏହାକୁ ପଶ୍ଚିମ ଦିଗରେ ରଖନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ଏହା ଦ୍ୱାରା ଧନ ଆଗମନ ପାଇଁ ଶୁଭ ହୋଇଥାଏ ।
ଘରର ଦକ୍ଷିଣ-ପଶ୍ଚିମ ଭାଗକୁ ଉଚ୍ଚା ରଖନ୍ତୁ ଆପଣଙ୍କ ଘରର ଦକ୍ଷିଣ-ପଶ୍ଚିମ ଭାଗକୁ ଉଚ୍ଚ ରଖନ୍ତୁ । ଏହା ଦ୍ୱାରା ଘରରନ ଉନ୍ନତି ହେବାର ଶାନ୍ତି ସ୍ଥାପନ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରୁ ଜଣାଯାଏ ।