• ବେତାର ବ୍ୟୁରୋ

ଜୁଲାଇ ୭ରେ ସିଟିଇଟି : ଜାଣନ୍ତୁ ସବୁଠୁ ବଡ ଶିକ୍ଷକ ପରୀକ୍ଷା ବ୍ୟବସ୍ଥା ସମ୍ପର୍କରେ


(ବେତାର ବ୍ୟୁରୋ) ସିବିଏସଇ (କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ) ପକ୍ଷରୁ ଆସନ୍ତା ଜୁଲାଇ ୭ ତାରିଖରେ ସିଟିଇଟି(ସେଣ୍ଟ୍ରାଲ ଟିଚର ଏଲିଜିିବିଲିଟି ଟେଷ୍ଟ) ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ଆଡମିଟ କାର୍ଡ ମଧ୍ୟ ଉପଲବ୍ଧ ହୋଇସାରିଛି । ସେମାନେ ctet.nic.in ୱେବ ସାଇଟରୁ ଏହାକୁ ଡାଉନଲୋଡ କରିପାରିବେ ।

ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ପରୀକ୍ଷା ବ୍ୟବସ୍ଥା ଓ ନିୟମ ସବୁ ।

୨ ପାଳିରେ ହେବ ପରୀକ୍ଷା ସିଟିଇଟି ପରୀକ୍ଷା ୨ଟି ପାଳିରେ କରାଯିବ । ଗୋଟିଏ ପାଳି ସକାଳ ସାଢେ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ସାଢେ ୨ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ପାଳି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ଆରମ୍ଭ ହେବାର ୯୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପ୍ରବେଶ କରିବାକୁ ନିର୍ଦ୍ଦେଶ ରହିଛି ।

ପ୍ରଥମ ପେପର ପ୍ରାଥମିକ ଶିକ୍ଷକଙ୍କ ପାଇଁ ହେଇଥିବା ବେଳେ ଦ୍ଵିତୀୟ ପେପର ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଅଟେ ।

ଓଏମଆର ସିଟ୍ ରେ ଉତ୍ତର ଏହି ପରୀକ୍ଷା ପେପର ପେନ୍ ମୋଡ୍ ରେ ହେବ ଅର୍ଥାତ ଓଏମଆର୍ ସିଟରେ ପରୀକ୍ଷାର୍ଥୀ ସେମାନଙ୍କ ଉତ୍ତର ଲେଖିବେ । ଉଭୟ ପେପର ପାଇଁ ୧୫୦ ଟି ଲେଖାଏଁ ପ୍ରଶ୍ନ ରହିବ । ଯାହାର ଉତ୍ତର ପାଇଁ ୪ଟି ବିକଳ୍ପ ମଧ୍ୟରୁ ଉତ୍ତର ବାଛିବାକୁ ପଡିବ ।

ପେପର-୧ର ବିଷୟବସ୍ତୁ ପେପର-୧ ପରୀକ୍ଷାରେ ଚାଇଲ୍ଡ ଡେଭେଲପମେଣ୍ଟ ଆଣ୍ଡ ପେଡାଗୋଜି, ଭାଷା-୧, ଭାଷା-୨, ଗଣିତ, ପରିବେଶ ଆଦି ସମ୍ପର୍କରେ ପ୍ରଶ୍ନ ଆସିବ । ପ୍ରତି ବିଷୟରେ ୩୦ଟି ଲେଖାଏଁ ପ୍ରଶ୍ନ ରହିବ ।

ପେପର-୨ର ବିଷୟବସ୍ତୁ ଦ୍ୱିତୀୟ ପେପରରେ ଚାଇଲ୍ଡ ଡେଭେଲପମେଣ୍ଟ ଆଣ୍ଡ ପେଡାଗୋଜି ସହ ଭାଷା-୧, ଭାଷା-୨, ଗଣିତ ଓ ବିଜ୍ଞାନ ଶିକ୍ଷକ ପାଇଁ ଗଣିତ ଓ ବିଜ୍ଞାନ ବିଷୟ, ସୋସିଆଲ ଷ୍ଟଡିଜ/ସୋସିଆଲ ସାଇନ୍ସ ବିଷୟରେ ଶିକ୍ଷକତା ପାଇଁ ସୋସିଆଲ ସାଇନ୍ସରୁ ପ୍ରଶ୍ନ ଆସିବ ।

୮ ଲକ୍ଷ ୩୮ ହଜାର ଆବେଦନ ସିଟିିଇଟିର ଉଭୟ ପେପରରେ ପରୀକ୍ଷା ଦେବା ପାଇଁ ମୋଟ ୮ ଲକ୍ଷ ୩୮ ହଜାର ୩୮୧ ଜଣ ଆନ୍ଦନ କରିଛନ୍ତି । ସେହିପରି ପେପର-୧ ପାଇଁ ୮ ଲକ୍ଷ ୧୭ ହଜାର ୮୯୨ ଏବଂ ପେପର-୨ ପାଇଁ ୪ ଲକ୍ଷ ୨୭ ହଜାର ୮୯୭ ଜଣ ଆବଦେନ କରିଛନ୍ତି ।

ତେବେ ଗତବର୍ଷ ପ୍ରାୟ 16 ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ଯଦି ଜଣେ ପ୍ରାର୍ଥୀ ଥରେ ଏହି ପରୀକ୍ଷାରେ 60% ମାର୍କ ରଖି ଉତ୍ତୀର୍ଣ୍ଣ ହୁଅନ୍ତି, ତେବେ ଆଗାମୀ 7 ବର୍ଷ ଯାଏଁ ତାଙ୍କୁ ଆଉ କୌଣସି ପରୀକ୍ଷା ଦେବାକୁ ପଡିବନି । । ତେବେ ଯେଉଁମାନେ ଅକୃତକାର୍ଯ୍ୟ ହେଇଥିବେ ସେମାନେ ଏହି ପରୀକ୍ଷା ପୁନର୍ବାର ଦେଇପାରିବେ ।

ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ସାଙ୍ଗରେ ଅରିଜିନାଲ ଆଡମିଟ କାର୍ଡ ଏବଂ ଫଟୋ ପରିଚୟ ପତ୍ର ନେବାକୁ କୁହାଯାଇଛି ।

#news #education #exam #CTET

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon