- ବେତାର ବ୍ୟୁରୋ
ଦୈନିକ ପିଅନ୍ତୁ ଟମାଟୋ ଜୁସ୍ : ଦୂର ହେବ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

(ବେତାର ବ୍ୟୁରୋ) ଟମାଟୋ ଏକ ଭାରତୀୟ ପରିବା ହେଇ ନ ଥିଲେ ମଧ୍ୟ ବିଗତ ଅନେକ ଦଶକ ଧରି ଏହା ଭାରତୀୟ ଖାଦ୍ୟରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛି । ଭାରତର ବିଭିନ୍ନ ରାଜ୍ୟରେ ଟମାଟୋର ଅଲଗା ଅଲଗା ବ୍ୟବହାର ଦେଖିବାକୁ ମିଳେ ।
ଏବେ ଏପରି ଅବସ୍ଥା ହେଇଯାଇଛି ଯେ ବିନା ଟମାଟୋରେ ଭାରତୀୟ ରୋଷେଇର ପରିକଳ୍ପନା ବି କରିହେବନି । ପ୍ରାୟତଃ ସବୁ ତରକାରୀ ପ୍ରସ୍ତୁତି ବେଳେ ଏହା ଆବଶ୍ୟକ ପଡ଼ିଥାଏ। ପର୍ତ୍ତୁଗୀଜମାନଙ୍କ ସହିତ ଭାରତ ଆସିଥିବା ଏହି ପରିବା ଭାରତୀୟ ପରିବେଶରେ ଆଦୃତି ହେବାର କାରଣ କେବଳ ଏହାର ସ୍ଵାଦ ନୁହେଁ । ଏହାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଉପକାରିତା ଆମ ଦୈନନ୍ଦିନ ଖାଦ୍ୟରେ ଏହାକୁ ଏକ ଅନ୍ୟତମ ମୁଖ୍ୟ ଖାଦ୍ୟ ଭାବେ ମାନ୍ୟତା ଦେଇଛି ।
ଟମାଟୋରେ ଏପରି ପୋଷକତତ୍ତ୍ବ ରହିଥାଏ ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହ ଅନେକ ରୋଗରୁ ରକ୍ଷା କରିଥାଏ। ନିୟମିତ ଟମାଟୋ ଜୁସ୍ ପିଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଟମାଟୋ ଜୁସର ଉପକାରୀତା ବିଷୟରେ-
ରକ୍ତଚାପ, କୋଲେଷ୍ଟେରୋଲ : ବର୍ତ୍ତମାନ ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ ସମସ୍ୟାରେ ପୀଡ଼ିତ। ଏହି ସମସ୍ୟାରେ ପୀଡ଼ିତ ଥିବା ଲୋକମାନେ ବିନା ଲୁଣରେ ଟମାଟୋ ଜୁସ୍ ପିଇବା ବହୁତ ଲାଭକାରୀ ହୋଇଥାଏ। ଏହା ବ୍ୟତୀତ ଟମାଟୋ ଜୁସ୍ ହୃଦୟ ସମ୍ବନ୍ଧିତ ସମସ୍ୟା ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ।
ଏକ ଗବେଷଣାରୁ ଜଣାପଡ଼ିଛି ପାଖାପାଖି ୧୮୪ ଜଣ ପୁରୁଷ ଏବଂ ୨୯୭ ଜଣ ମହିଳାଙ୍କୁ ବିନା ଲୁଣରେ ଟମାଟୋ ଜୁସ୍ ପିଇବାକୁ ଦିଆଯାଇଥିଲା। ଏହି ଗବେଷଣାର ଶେଷରେ ଉଚ୍ଚ ରକ୍ତ ଚାପରେ ପୀଡ଼ିତ ଥିବା ଲୋକମାନଙ୍କର ୯୪ ପ୍ରତିଶତ ସମସ୍ୟା କମ୍ ହୋଇଯାଇଥିଲା।
ଅନ୍ୟ ଏକ ଗବେଷଣାରୁ ମଧ୍ୟ ଜାଣିବାକୁ ମିଳିଛି କୋଲେଷ୍ଟ୍ରଲରେ ପୀଡ଼ିତ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ଜୁସ୍ ଖୁବ୍ ଲାଭଦାୟକ। ଏହାକୁ ପିଇବା ଦ୍ବାରା କୋଲେଷ୍ଟ୍ରଲ କମ୍ ହୋଇଥାଏ।
କର୍କଟ, ଇମ୍ୟୁନିଟି : ଟମାଟୋ ଜୁସରେ ଭିଟାମିନ-ସି, ବାୟୋଲୋଜିକାଲ ସୋଡିୟମ, ଫସଫରସ, କ୍ୟାଲସିୟମ, ପୋଟାସିୟମ ଏବଂ ସଲଫର ରହିଥାଏ। ଯାହା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି ଜୁସରେ ଥିବା ପୋଷକ ତତ୍ତ୍ବ କର୍କଟ ଭଳି ପ୍ରାଣଘାତୀ ରୋଗକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ। ଏଥିସହ ଏହି ଜୁସ୍ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ।
ମାଂସପେଶୀ : ଏହା ବ୍ୟତୀତ ଟମାଟୋ ଜୁସ୍ ମାଂସପେଶୀରେ ଦେଖାଯାଉଥିବା ସମସ୍ୟାକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ।