• (ବେତାର ବ୍ୟୁରୋ)

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ:  ଇଂଲଣ୍ଡରେ ଜାରି ରହିଛି ବର୍ଷା, ଏମିତି ରହିବ ଟିମ୍ ରଣନୀତି


(ବେତାର ବ୍ୟୁରୋ) ୨୭ ଜୁଲାଇ ଗୁରୁବାର ଭାରତ ତାର ୬ଷ୍ଠ ତମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ । ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଥିବା ଓଲ୍ଡ ଟ୍ରଫୋଡ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ତେବେ ବୁଧବାର ସୁଦ୍ଧା ଇଂଲଣ୍ଡରେ ବର୍ଷା ଜାରି ଥିବାରୁ ଖେଳ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଉପୁଜିଛି । ଅନ୍ୟପକ୍ଷରେ ଗୁରୁବାର ପାଗ ଭଲ ରହିପାରେ ବୋଲି ସେଠାକାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଭାରତ ତାର ବିଜୟ ଧାରା ଜାରି ରଖିବା ପାଇଁ ଅଭ୍ୟାସ ଜାରି ରଖିବା ସହ ନୂଆ ରଣନୀତି ଉପରେ ଫୋକସ କରିଛି ।

ଇନଡୋରରେ ଚାଲିଛି ଅଭ୍ୟାସ ରବିବାର ସନ୍ଧ୍ୟାରୁ ସେଠାରେ ବର୍ଷା ଜାରି ଥିବାରୁ ଖେଳାଳିମାନଙ୍କ ଅଭ୍ୟାସ ବାଧାପ୍ରାପ୍ତ ହୋଇଛି । ଫଳରେ ସେମାନେ ବାଧ୍ୟ ହୋଇ ଇନଡୋ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି । ତେବେ ଗୁରୁବାର ସୁଦ୍ଧା ପାଗ ଭଲ ରହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ବ୍ୟାଟିଂ ମଧ୍ୟକ୍ରମ ସଜାଡିବାକୁ ରଣନୀତି ଭାରତର ମଧ୍ୟକ୍ରମ ବ୍ୟାଟିଂ କେତେ ଦୁର୍ବଳ ତାହା ଗତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଥିଲା । ଏଥିରେ ମହେନ୍ଦ୍ର ସିଂ ଧୋନୀ, କେଦାର ଯାଦବଙ୍କ ଭଳି ବ୍ୟାଟ୍ସମ୍ୟାନ ମଧ୍ୟ ଆଫଗାନିସ୍ତାନ ସ୍ପିନରଙ୍କ ଦୃଢ ମୁକାବିଲା କରି ପାରି ନ ଥିଲା । ତେଣୁ ଦଳ ଏବେ ମଧ୍ୟକ୍ରମକୁ ସଜାଡିବାକୁ ରଣନୀତି କରିଛି । ଟିମ୍ ମ୍ୟାନେଜମେଣ୍ଟ ଧୋନୀଙ୍କୁ ଚତୁର୍ଥ ନମ୍ବର ଖେଳାଇବାକୁ ନେଇ ଚର୍ଚ୍ଚା ହେଉଛି । ଏହା ଦ୍ୱାରା ଧୋନୀ ଖେଳିବା ପାଇଁ ସମୟ ପାଇପାରିବେ ବୋଲି କୁହାଯାଉଛି ।

୧୯୮୩ରେ ଇଣ୍ଡିଜ ସହ ଥିଲା ଫାଇନାଲ ୧୯୮୩  ଜୁନ ୨୫ରେ ଇଂଲଣ୍ଡଠାରେ ବିଶ୍ୱକପ୍ର ଫାଇନାଲ ମ୍ୟାଚ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଭାରତ ୩୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା । 

୬ଟିରୁ ଗୋଟିଏ ମ୍ୟାଚ ଜିତିଛି ୱେଷ୍ଟଇଣ୍ଡିଜ ଚଳିତ ବିଶ୍ୱକପ୍ କ୍ରିକେଟରେ ୱେଷ୍ଟଇଣ୍ଡିଜ ୬ଟି ମ୍ୟାଚ ଖେଳିସାରିଥିଲେ ହେଁ ସେଥିରୁ ମାତ୍ର ଗୋଟିଏ ଜିତିପାରିଛି । ତେବେ ନ୍ୟୁଜିଲାଣ୍ଡ ସହ ଖେଳିଥିବା ଗତ ମ୍ୟାଚରେ ୱେଷ୍ଟଇଣ୍ଡିଜର ପ୍ରଦର୍ଶନ ଦମଦାର ରହିଥିଲା । ଏହି ମ୍ୟାଚରେ ଇଣ୍ଡିଜ ଟିମ୍ ମାତ୍ର ୫ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । 

#Sports #WorldCup2019 #Cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon