• ବେତାର ବ୍ୟୁରୋ

ୱେଷ୍ଟଇଣ୍ଡିଜ-ଭାରତ ବିଶ୍ଵକପ ମ୍ୟାଚ : 5 ଟି କଥା ପାଇଁ ସ୍ୱତନ୍ତ୍ର ଏହି ମୁକାବିଲା


(ବେତାର ବ୍ୟୁରୋ) ବିଶ୍ୱକପରେ ଭାରତ ତାର ୬ଷ୍ଠ ତମ ମ୍ୟାଚରେ ଗୁୁରୁବାର ୱେଷ୍ଟଇଣ୍ଡିଜକୁ ଭେଟିବ । ପୂର୍ବରୁ ଭାରତ ସମସ୍ତ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଥିବାବେଳେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ମଧ୍ୟ ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି । ପୂର୍ବରୁ ବିଶ୍ୱକପ୍ କ୍ରିକେଟରେ ଭାରତ ମୋଟ ୮ ଥର ୱେଷ୍ଟଇଣ୍ଡିଜକୁ ଭେଟିଥିବାବେଳେ ସେଥିରୁ ୫ଟି ଜିତିଛି ।

ଅନ୍ୟପକ୍ଷରେ ଏକଦିବସୀୟ ପରିସଂଖ୍ୟାନକୁ ଦେଖିଲେ ଏହି ଦୁଇ ଦଳ ମଧ୍ୟରେ ୧୨୬ଟି ମ୍ୟାଚ ଖେଳାଯାଇଥିବାବେଳେ ଭାରତ ୫୯ ଓ ୱେଷ୍ଟଇଣ୍ଡିଜ ୬୨ଟିରେ ଜିତିଛି । ସେଥିମଧ୍ୟରେ ୨ଟି ମ୍ୟାଚ ଟାଇ ଓ ଫଳାଫଳ ମିଳି ନ ଥିବା ୩ଟି ମ୍ୟାଚ ରହିଛି ।

୧୯୭୯ ଥିଲା ପ୍ରଥମ ବିଶ୍ୱକପ୍ ମ୍ୟାଚ ୧୯୭୯ ମସିହାରେ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଇଣ୍ଡିଜ ଦଳ ୬୦ ଓଭର ବିଶିଷ୍ଟ ଏହି ମ୍ୟାଚରେ ତାର ଘାତକ ବୋଲିଂରେ ଭାରତକୁ ୧୯୧ ରନରେ ସୀମିତ ରଖିବା ସହ ମ୍ୟାଚ ଜିତି ନେଇଥିଲା ।

୧୯୮୩ରେ ପରାଜୟର ପ୍ରତିଶୋଧ ପୂର୍ବ ବିଶ୍ୱକପରେ ଇଣ୍ଡିଜ ଟିମଠାରୁ ହାରିଥିବା ଭାରତ ୧୯୮୩ରେ ପ୍ରତିଶୋଧ ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୬୨ ରନ କରିଥିଲା । ପରେ ଭାରତୀୟ ବୋଲରମାନେ ଇଣ୍ଡିଜ ପାରିକୁ ୨୨୮ରେ ସୀମିତ ରଖି ମ୍ୟାଚ ଜିତାଇଥିଲେ । କିନ୍ତୁ ଏହି ଲିଗ୍ ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜ ଭାରତ ବିପକ୍ଷରେ ଏ ପର୍ଯ୍ୟନ୍ତ ସର୍ବାଧିକ ୨୮୨ ରନ୍ କରିଥିଲା । ହେଲେ ଭାରତ ୨୧୬ ରନରେ ସମସ୍ତ ୱିକେଟ ହରାଇ ପରାଜୟ ବରଣ କରିଥିଲା ।

ୱେଷ୍ଟଇଣ୍ଡିଜକୁ ହରାଇ ପ୍ରଥମ ବିଶ୍ୱକପ ହାସଲ ୧୯୮୩ ବିଶ୍ୱକପର ଫାଇନାଲ ମ୍ୟାଚରେ ମଧ୍ୟ ଭାରତ ୱେଷ୍ଟଇଣ୍ଡିଜକୁ ଭେଟିଥିଲା । ଲର୍ଡ୍ସ ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୪୩ ରନରେ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ ଟାଇଟଲ ହାସଲ କରିଥିଲା ।

୧୯୯୨ରେ ଶେଷ ଥର ଜିତିଥିଲା ୱେଷ୍ଟଇଣ୍ଡିଜ ଏହି ଦୁଇ ଟିମ୍ ମଧ୍ୟରେ ୧୯୯୨ରେ ନ୍ୟୁଜିଲାଣ୍ଡରେଠାରେ ଖେଳା ଯାଇଥିବା ମ୍ୟାଚରେ ଶେଷ ଥର ପାଇଁ ୱେଷ୍ଟଇଣ୍ଡିଜ ଭାରତକୁ ପରାସ୍ତ କରିଛି । ଗ୍ୱାଲିୟରଠାରେ ୧୯୯୬ରେ ଉଭୟ ଟିମ୍ ଷଷ୍ଠ ଥର ପାଇଁ ଭେଟିଥିଲେ । ଏଥିରେ ଭାରତ ବିଜୟୀ ହୋଇଥିଲା । ୨୦୧୧ରେ ଚେନ୍ନାଇରେ ସପ୍ତମ ଥର ପାଇଁ ଉଭୟ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା । ଯୁବରାଜ ସିଂଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଏହି ମ୍ୟାଚକୁ ୮୦ ରନରେ ଜିତିଥିଲା ।

୨୦୧୫ରେ ଭାରତ ପାଇଥିଲା ୫ମ ବିଜୟ ପର୍ଥଠାରେ ଖେଳାଯାଇଥିବା ୨୦୧୫ ବିଶ୍ୱକପ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ଭେଟିଥିଲା । ଏଥିରେ ମହମ୍ମଦ ସାମିଙ୍କ ଘାତକ ବୋଲିଂରେ ୱେଷ୍ଟଇଣ୍ଡିଜ ଭାରତଠାରୁ ୫ମ ପରାଜୟ ଗ୍ରହଣ କରିଥିଲା ।

#sportsnews #WorldCup #Cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon