• ବେତାର ବ୍ୟୁରୋ

ଛାଡପତ୍ର ମାମଲାରେ କୋର୍ଟଙ୍କ ରାୟ: ଘର କାମ ବାବଦରେ ସ୍ତ୍ରୀଙ୍କୁ ୧.୨୦ କୋଟି ଦେବେ ସ୍ୱାମୀ


(ବେତାର ବ୍ୟୁରୋ) ଏକ ଛାଡପତ୍ର ମାମଲାର ବିଚାର କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଆର୍ଜେଣ୍ଟିନାର ଏକ କୋର୍ଟ । ଦୀର୍ଘ ୨୮ ବର୍ଷର ଦାମ୍ପତ୍ୟ ଜୀବନ ପରେ ବୃଦ୍ଧାବସ୍ଥାରେ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରାଯାଇଥିଲା । ୨୮ ବର୍ଷ ଧରି ମହିଳା ଜଣଙ୍କ କରିଥିବା ଘରକାମ ବାବଦକୁ ସମ୍ପୃକ୍ତ ସ୍ୱାମୀ  ୧.୨୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୧ରେ ହୋଇଥିଲା ଛାଡପତ୍ର ୧୯୮୧ରେ ଉଭୟଙ୍କ ବିବାହ ହୋଇଥିଲା । ୨୮ ବର୍ଷ ଧରି ଏକାଠି ରହିବା ପରେ ୨୦୦୯ରେ ସ୍ୱାମୀ ଛାଡପତ୍ର ନେବାକୁ ଚାହିଁ ଥିଲେ । ୨୦୧୧ରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ସେତେବେଳକୁ ମହିଳାଙ୍କୁ ୬୦ ବର୍ଷ ହୋଇଥିଲା । ଏତେ ବର୍ଷ ବୟସରେ ମହିଳାଙ୍କ ଭରଣପୋଷଣ ପାଇଁ କୌଣସି ସାଧନ ନ ଥିବାରୁ କୋର୍ଟ ଏହା ଉପରେ ବିଚାର କରିଥିଲେ । ଦୀର୍ଘ ବର୍ଷ ଧରି ମହିଳା ସ୍ୱାମୀଙ୍କ ନିକଟରେ ରହି କରିଥିବା ଘର କାମର ମୂଲ୍ୟ ଦେବାକୁ କୋର୍ଟ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଦମ୍ପତ୍ତିଙ୍କ ଭିତରୁ ଜଣେ ଚାକିରି କରିବାକୁ  ନିଷ୍ପତ୍ତି  ମହିଳା ଜଣକ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ବିବାହ ପରେ ଜଣେ ଚାକିରି କରିବା ଏବଂ ଅନ୍ୟ ଜଣେ ଘର ସମ୍ଭାଳିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ । ସ୍ୱାମୀ ଚାକିିରି ଓ ସ୍ତ୍ରୀ ଘର କାମ କରିବାକୁ ସ୍ଥିର ହୋଇଥିଲା । ଏତେ ଦିନ ଧରି ବିନା ପାଉଣାରେ ଘର କାମ କରିଥିଲେ ମଧ୍ୟ ସ୍ୱାମୀ ଛାଡପତ୍ର ନେବାକୁ ଚାହୁଁଥିବାରୁ ମହିଳାଙ୍କ ଘରି ପ୍ରତି ଥିବା ଅବଦାନକୁ ସ୍ୱାମୀ ଭୁଲିଯାଇଥିବା କୋର୍ଟ ପ୍ରକାଶ କରିଥିଲେ ଏବଂ ମହିଳା ତାଙ୍କ ଜୀବନ କାଳରେ ଉକ୍ତ ପରିମାଣର ଅର୍ଥ ଅର୍ଜନ କରିବାକୁ ସକ୍ଷମ ଥିଲେ ବୋଲି କୋର୍ଟ କହିଥିଲେ ।

ମହିଳାଙ୍କ ଅବଦାନକୁ ଦିଆଯାଉନି ଗୁରୁତ୍ୱ କେବଳ ଆର୍ଜେଣ୍ଟିନା ନୁହେଁ ୧୦ ବିକଶିତ ରାଷ୍ଟ୍ରଗୁଡିକରେ ମଧ୍ୟ ଘରେ ରହି କାମ କରୁଥିବା ମହିଳାଙ୍କୁ କୌଣସି ମୂଲ୍ୟ ଦିଆଯାଉ ନ ଥିବା କହି କୋର୍ଟ ଉଦବେଗ ପ୍ରକାଶ କରିଥିଲେ । ସେମାନଙ୍କ ଅବଦାନକୁ ହେୟଜ୍ଞାନ କରାଯାଉଛି ବୋଲି କୋର୍ଟ କହିଥିଲେ ।

#news #couple #OddNews #Argentina #GlobalNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon