• ବେତାର ବ୍ୟୁରୋ

LICର ADO ପ୍ରିଲିମ ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି ; ଏମିତି ହେବ ଡାଉନଲୋଡ


(ବେତାର ବ୍ୟୁରୋ) ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (LIC) ଏହାର ୱେବସାଇଟରେ ଆପ୍ରେଣ୍ଟିସ ଡେଭେଲପମେଣ୍ଟ ଅଫିସର (ADO) ପରୀକ୍ଷା 2018-19 ପାଇଁ ଆଡମିଟ କାର୍ଡ ବା କଲ ଲେଟର ଜାରି କରିଛି । ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ପାଇଁ ଆବେଦନ କରିଥିବେ ସେମାନେ ନିମ୍ନରେ ଦିଆଯାଇଥିବା ଲିଙ୍କରେ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

କିପରି କରିବେ ଡାଉନଲୋଡ

LIC ADO ଆଡମିଟ କାର୍ଡ ଡାଉନଲୋଡ ଲିଙ୍କ ପାଇଁ ଏଠାରେ କ୍ଲିକ କରନ୍ତୁ ।

ଏଥିପାଇଁ ଉପରେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ରେଜିଷ୍ଟ୍ରେସନ ନମ୍ବର ବା ରୋଲ ନମ୍ବର ଓ ପାସୱାର୍ଡ ବା ଜନ୍ମ ତାରିଖ ସହିତ ଦିଆଯାଇଥିବା କାପଚା କୋଡ ଦେଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ଶେଷ ତାରିଖ ହେଉଛି ଜୁଲାଇ 6, 2019 ।

ଏହି ପଦବୀ ପାଇଁ ଦୁଇଟି ପରୀକ୍ଷା ଅନୁଷ୍ଠିତ ହେବ-ଗୋଟିଏ ପ୍ରିଲିମ ଓ ଅନ୍ୟଟି ମେନ୍ । ପ୍ରିଲିମ ପରୀକ୍ଷା ଜୁଲାଇ 6 ତାରିଖରୁ 13 ତାରିଖରେ ଭିନ୍ନ ସିଟିଙ୍ଗ ରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ଅଗଷ୍ଟ 10 ତାରିଖରେ ମେନ ପରୀକ୍ଷା ଅନୁଷ୍ଠିତ ହେବ । ଏ ସମସ୍ତ ପରୀକ୍ଷା ଅନଲାଇନରେ ହେବ ।

ଏହି ପ୍ରିଲିମ ପରୀକ୍ଷାରେ କେବଳ ଅବଜେକଟିଭ ଟାଇପ ପ୍ରଶ୍ନ ରହିବ । ପ୍ରଶ୍ନପତ୍ର ବିଷୟବସ୍ତୁରେ ମାନସିକ ଦକ୍ଷତା (Reasoning Ability), ବ୍ୟବହାରିକ ଗଣିତ (Numerical Ability) ଓ ଇଂରାଜୀରେ ବସ୍ତୁନିଷ୍ଠ ବା objective ପ୍ରଶ୍ନ ରହିବ। ସମୁଦାୟ ପ୍ରଶ୍ନପତ୍ରର ମୋଟ ମାର୍କ 100 ରହିବ ଓ ପରୀକ୍ଷା ସମୟ 1 ଘଣ୍ଟା ରହିବ ।

ଓଡିଶାରେ ଏହି ପରୀକ୍ଷା କଟକ, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରେ ଅନୁଷ୍ଠିତ ହେବ ।

ଏହି ପଦବୀରେ ଚାକିରି ପାଉଥିବା ସଫଳ ପ୍ରାର୍ଥୀମାନେ LIC ନିମନ୍ତେ ଉଚିତ ଏଜେଣ୍ଟ ନିଯୁକ୍ତ କରିବା ଦାୟିତ୍ଵରେ ରହିବେ ଓ ସମୟ ସମୟରେ ସେମାନଙ୍କୁ କମ୍ପାନୀର ବିଭିନ୍ନ ସ୍କିମ ବିଷୟରେ ଟ୍ରେନିଂ ମଧ୍ୟ ପ୍ରଦାନ କରିବେ ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ LICର ସର୍ବ ଭାରତୀୟ ସ୍ତରରେ ଥିବା ଆଠଟି ଜୋନ ପାଇଁ 8581ଟି ପଦବୀ ପ୍ରକାଶ ପାଇଛି।

ସେଥିମଧ୍ୟରୁ କଟକ ଡିଭିଜନ ପାଇଁ 71 ଟି ପଦବୀ , ବ୍ରହ୍ମପୁର ନିମନ୍ତେ 88ଟି ପଦବୀ , ଭୁବନେଶ୍ୱର ପାଇଁ 46 ଟି ପଦବୀ ଓ ସମ୍ବଲପୁରରେ 61 ଟି ପଦବୀ ରହିପାରେ ବୋଲି କମ୍ପାନୀ ଜୋନ ୱାରୀ ବିଜ୍ଞପ୍ତିରେ କୁହାଯାଇଛି । ଏହି ସମସ୍ତ ପଦବୀ ଗୁଡିକରେ ସରକାରୀ ସର୍ତ୍ତାବଳୀ ମୁତାବକ ଅନୁସୂଚିତ ଜାତି, ଆଦିବାସୀ, ଓବିସି ତଥା ଉଚ୍ଚ ଜାତିର ଆର୍ଥିକ ଗରିବଙ୍କ ପାଇଁ ନିୟମାନୁସାରେ ପଦବୀ ସଂରକ୍ଷିତ ରହିବ ।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଟ୍ରେନିଙ୍ଗ ପିରିୟଡରେ ରଖାଯିବ। ଏହି ଟ୍ରେନିଙ୍ଗ ସମୟରେ ପ୍ରାର୍ଥୀଙ୍କୁ ମାସିକ ଟ.34,503 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ତେବେ ଟ୍ରେନିଂ ପରେ ପଦବୀରେ ରହିଥିବା ପ୍ରାର୍ଥୀମାନେ ମାସିକ ଅତି କମରେ ଟ.37,345 ସହିତ ଅନ୍ୟାନ୍ୟ ଆଲାଓନ୍ସ ଯେପରିକି ମୋବାଇଲ ହ୍ୟାଣ୍ଡସେଟ, ଅଫିସ ବ୍ୟାଗ, ଘରକୁ ସଂବାଦପତ୍ର ଇତ୍ୟାଦି ପାଇଁ ଆର୍ଥିକ ସୁବିଧା ପାଇବେ ।

#jobs #licrecruitment #LIC

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon