• ବେତାର ବ୍ୟୁରୋ

ଭାରତ ବନାମ ଇଂଲଣ୍ଡ: ଭାରତର ବିଜୟ ଚାହିଁବ ପାକିସ୍ତାନ, ଇଂଲଣ୍ଡ ପାଇଁ କର ବା ମର


(ବେତାର ବ୍ୟୁରୋ) ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ରବିବାର ଅପରାହ୍ନ ୩ଟାରେ ବିଶ୍ୱକପ ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ଲଢେଇ ହେବ । ଦୁଇଟି ବଡ ଦଳ ମଧ୍ୟରେ ଏହା ହେବ ବଡ ମୁକାବିଲା । ଆଜିର ମ୍ୟାଚ ଇଂଲଣ୍ଡ ପାଇଁ ଯେତେ ଗୁରୁତ୍ୱପୂର୍ଣ୍ଣ ପାକିସ୍ତାନ ପାଇଁ ମଧ୍ୟ ଏହା ସେତିକି ଗୁରୁତ୍ୱ ରଖେ । କାରଣ ଯଦି ଏହିମ୍ୟାଚ ରେ ଇଂଲଣ୍ଡର ଜିତାପଟ ହୁଏ, ତେବେ ପାକିସ୍ତାନର ସେମିଫାଇନାଲ୍ ଖେଳିବା ଆଶା  ମଉଳିଯିବ । ଅନ୍ୟପକ୍ଷରେ ଯଦି ଭାରତ ଏହି ମ୍ୟାଚ ଜିତେ ତେବେ ପଏଣ୍ଟ ଟେବୁଲ ଅନୁସାରେ ପାକିସ୍ତାନ ସେମି ଫାଇନାଲ ଦୌଡରେ ଜୀବିତ ରହିବ । ଭାରତ ଏହି ମ୍ୟାଚ ଜିତୁ ବୋଲି ପାକିସ୍ତାନ ଆଶା କରିବ । 

ଭାରତ ସପକ୍ଷରେ ବେଟିଙ୍ଗ ଦିନିକିଆ ପରିସଂଖ୍ୟାନ ଦୃଷ୍ଟିରୁ ଭାରତ ଇଂଲଣ୍ଡଠାରୁ ଆଗରେ ରହିଛି । ଉଭୟ ଦଳ ୯୯ ଟି ମ୍ୟାଚ ଖେଳିଥିବାବେଳେ ଭାରତ ସେଥିରୁ ୫୩ଟି ଏବଂ ଇଂଲଣ୍ଡ ୪୧ରେ ବିଜୟୀ ହୋଇଛି ।  ଭାରତ ତାର ଏହି ବିଜୟ ଧାରା ଅବ୍ୟାହତ ରଖିବ ବୋଲି ପ୍ରଂଶସକମାନେ ଆଶା କରିଛନ୍ତି ।ଏଥି ସକାଶେ ଇଂଲଣ୍ଡରେ ମଧ୍ୟ ଭାରତ ସପକ୍ଷରେ ବେଟିଙ୍ଗ ଲାଗୁଚି। ସେଠାକାର ଖବରକାଗଜ ଇଭନିଙ୍ଗ ଷ୍ଟାଣ୍ଡର୍ଡ ଅନୁଯାୟୀ, ବିଭିନ୍ନ ଅନଲାଇନ ବେଟିଙ୍ଗ ୱେବସାଇଟ ରେ ଭାରତ ମ୍ୟାଚ ଜିତିଲେ £1 ବଦଳରେ £1.6 ମିଳିବାର ବେଟିଙ୍ଗ ଲାଗିଥିଲା ବେଳେ ଇଂଲଣ୍ଡ ଜିତିଲେ £1 ଲଗାଇଥିବା ବ୍ୟକ୍ତି ଏହାର 6 ଗୁଣ ପାଇସା ପାଇବେ।

୨୭ ବର୍ଷ ହେବ ବିଶ୍ୱକପରେ ଭାରତକୁ ହରାଇପାରିନାହିଁ ଇଂଲଣ୍ଡ ଚଳିତ ବିଶ୍ୱକପର ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ଓଲଟି ଯାଇଛି । ସେମିରେ ପ୍ରବେଶ କରିବାକୁ ଇଂଲଣ୍ଡ ଭାରତ ଓ ନ୍ୟୁଜିଲାଣ୍ଡକୁ ଭେଟିବ । ଗତ ୨୭ ବର୍ଷରେ ଇଂଲଣ୍ଡ ବିଶ୍ୱକପ ମ୍ୟାଚରେ ଭାରତକୁ ହରାଇପାରିନାହିଁ । ସେହିପରି ନ୍ୟୁଜିଲାଣ୍ଡ ସହ ଖେଳି ଜିତିବା ମଧ୍ୟ ଇଂଲଣ୍ଡ ପାଇଁ ଚ୍ୟାଲେଞ୍ଜ ହୋଇପାରେ ।

୪ ନମ୍ବର ସ୍ଥାନକୁ ନେଇ ଭାରତର ଚିନ୍ତା ଭାରତ ଏ ପର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ବିଜୟ ଲାଭ କରିଥିଲେ ହେଁ ଏହାର ମଧ୍ୟକ୍ରମକୁ ନେଇ ଚିନ୍ତାରେ ପଡିଛି । ବୋଲରଙ୍କ କମାଲ ଯୋଗୁ ଭାରତ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି । ୪ ନମ୍ବର ସ୍ଥାନରେ ବ୍ୟାଟିଂକୁ ନେଇ ଭାରତର ସମସ୍ୟା ରହିଛି । 

ବିଜୟ ଶଙ୍କରଙ୍କୁ ୩ଟି ସୁଯୋଗ ମିଳିଥିଲେ ମଧ୍ୟ ସେ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି । ପାକିସ୍ତାନ ସହ ଖେଳି ଶଙ୍କର ୧୫ ରନ୍ କରିଥିବାବେଳେ ଆଫଗାନିସ୍ତାନ ବିପକ୍ଷରେ ୨୯ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ମାତ୍ର ୧୪ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ତେଣୁ ଆଜିର ମ୍ୟାଚରେ ଦଳ ଏଥିରେ ପରିବର୍ତ୍ତନ ଆଣି ଋଷଭ ପନ୍ତ କିମ୍ବା ଦିନେଶ କାର୍ତ୍ତିକଙ୍କୁ ଖେଳାଇପାରେ ବୋଲି ଚର୍ଚ୍ଚା ହେଉଛି ।

ମୋର୍ଗାନ, ବଟଲର, ବେୟାରଷ୍ଟୋଙ୍କ ଉପରେ ନଜର ଭାରତ ବିପକ୍ଷ ମ୍ୟାଚରେ ଇଂଲଣ୍ଡର ପଲା ଭାରି ମଧ୍ୟ ରହିପାରେ । କାରଣ ଇଂଲଣ୍ଡ ଦଳରେ ଅଧିନାୟକ ଇଅନ ମୋର୍ଗାନ, ଜୋସ ବଟଲର, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚରଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ତଥା ମ୍ୟାଚ ୱିନର ରହିଛନ୍ତି । ଏମାନେ ଭାରତକୁ ବିଦରେ ପକାଇବାକୁ ସକ୍ଷମ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦିଅନ୍ତି ।

#cricket #WorldCup2019 #TeamIndia #Kohli

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon