• ବେତାର ବ୍ୟୁରୋ

ଲାଭଦାୟକ ହୋଇଥାଏ ହ୍ୱାଟ୍ସ ଆପରେ ଚାଟିଂ: ଗବେଷଣା


(ବେତାର ବ୍ୟୁରୋ) ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ଭଲ ନୁହେଁ ବୋଲି ଅନେକେ ମତ ଦିଅନ୍ତି । ହେଲେ ନିକଟରେ ହୋଇଥିବା ଏକ ଗବେଷଣାରୁ ମିଳିଥିବା ନିଷ୍କର୍ସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ‘ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍ ହ୍ୟୁମାନ-କମ୍ପ୍ୟୁଟର ଷ୍ଟଡିଜ୍’ ପକ୍ଷରୁ ଏ ବିଷୟରେ ଏକ ସର୍ବେକ୍ଷଣ କରାଯାଇଥିଲା । 

ସୋସିଆଲ ଚାଟିଂ ମିଡିଆ (ଟେକ୍ସଟ୍ ଚାଟିଂ) ଯେପରି ହ୍ୱାଟ୍ସ ଆପରେ ମେସେଜିଂ କରିବା ଲାଭଦାୟକ ହୋଇଥାଏ ବୋଲି ଏହି ଗବେଷଣାରୁ ଜଣାପଡିଛି । ବିଶେଷ କରି ଚାଟିଂ ଦ୍ୱାରା ଅଧିକ ସଂଖ୍ୟକ ଲୋକଙ୍କ ସହ ସମ୍ପର୍କ ବଢାଇବା ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି ।

ସକାରାତ୍ମକ ପ୍ରଭାବ ପକାଇଥାଏ ଚାଟିଂ ହ୍ୱାଟ୍ସ ଆପରେ ଚାଟିଂ କରିବା ଦ୍ୱାରା ମାନସିକସ୍ଥିତି ସୁଦୃଢ ହୋଇଥାଏ । ବିଶେଷ କରି ଗ୍ରୁପ୍ ଚାଟିଂ ଦ୍ୱାରା ଆମ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ବୋଲି ଗବେଷଣାରୁ ଜଣାପଡିଛି । ନିଜ ଭାବନା ବାଣ୍ଟିବା ସହଜରେ ଅନ୍ୟକୁ ବାଣ୍ଟିବା ଦ୍ୱାରା ଜଣେ ଖରାପ ସମୟରୁ ବାହାରି ଆସିପାରିଥାଏ । ଏହା ଦ୍ୱାରା ସେ ମାନସିକ ସ୍ତରରେ ଦୃଢ ହୋଇପାରିଥାଏ ।

ନିଃସଙ୍ଗ ଭାବନାରୁ ମୁକ୍ତି ମିଳେ ଗ୍ରୁପ ଚାଟିଂ ଦ୍ୱାରା ଜଣେ ବ୍ୟକ୍ତି ଅଧିକରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥାଏ । ଏଥିସହ ପରିବାର, ସମ୍ପର୍କୀୟ, ସାଙ୍ଗମାନଙ୍କ ସହ ଦୂରତା କମିବା ଭଳି ଅନୁଭୂତ ହୋଇଥାଏ । ଯାହା ଦ୍ୱାରା ନିଃସଙ୍ଗ ଭାବନା ଦୂରେଇ ଯାଇଥାଏ ବୋଲି ଗବେଷଣାରୁ ଜଣାପଡିଛି ।

୨ ଶହ ଜଣଙ୍କୁ ନେଇ ହୋଇଥିଲା ରିସର୍ଚ୍ଚ ୪ ବର୍ଷ ବୟସ ମଧ୍ୟରେ ୧୫୮ ଜଣ ମହିଳା ଓ ୪୨ ଜଣ ପୁରୁଷ ମୋଟ ୨ ଶହ ଜଣଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଦିନକୁ ପ୍ରାୟ ୫୫ ମିନିଟ୍ ହ୍ୱାଟ୍ସ ଆପରେ ଚାଟିଂ କରିବାରେ ସମୟ ଦେଉଥିବା ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରୁପ୍ ଚାଟିଂରେ ଧ୍ୟାନ ଦେଉଥିବା ଦେଖାଯାଇଥିଲା ।

#WhatsApp #socialmedia #SmartPhone #Apps

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon