• ବେତାର ବ୍ୟୁରୋ

ଶରୀରରେ ବଢ଼ାନ୍ତୁ ଭିଟାମିନ ଡି ମାତ୍ରା: ବୃଦ୍ଧ କାଳେ ହେବନି ଆଣ୍ଠୁଗଣ୍ଠି ସମସ୍ୟା


(ବେତାର ବ୍ୟୁରୋ) ଆମକୁ ସୁସ୍ଥ ରଖିବାରେ ଭିଟାମିନ ଡି’ର ରହିଛି ଗୂୁରୁତ୍ୱପୂର୍ଣ୍ଣ ଭୂମିକା । ପ୍ରତିଦିନ ଆମ ଶରୀର ନିର୍ଦ୍ଦିଷ୍ଟ ପରିମାଣର ଏହି ଭିଟାମିନ ଆବଶ୍ୟକ କରିଥାଏ । ଏହି ଅତ୍ୟାବଶ୍ୟକ ପୋଷକ ଅଭାବରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ । ଯାହା ଭବିଷ୍ୟତରେ ସଙ୍ଗୀନ ସମସ୍ୟାକୁ ଡାକି ଆଣିଥାଏ ।

ଜାଣନ୍ତୁ ଆମ ଶରୀରରେ କ’ଣ ରହିଛି ଭିଟାମିନ ଡି’ର ଭୂମିକା ଏବଂ କିପରି ଆମେ ଏହି ଭିଟାମିନର ମାତ୍ରାକୁ ସନ୍ତୁଳିତ ରଖିବା ।

କ୍ୟାଲସିୟମର ଅବଶୋଷଣ ତ୍ୱରାନ୍ୱିତ କରେ ଅସ୍ଥି ମଜଭୁତ କରିବାରେ କ୍ୟାଲସିୟମ ଓ ଫସଫରସ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । ତେଣୁ ଶରୀରରେ ଆବଶ୍ୟକ ମାତ୍ରାରେ ଯେପରି କ୍ୟାଲସିୟମ ଓ ଫସଫରସର  ଅବଶୋଷଣ କରିବାରେ ଭିଟାମିନ ଡି ସାହାଯ୍ୟ କରିଥାଏ । ଏଥିସହ ଭିଟାମିନ ଡି ଆମ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । 

ଭିଟାମିନ ଡି ଅଭାବରେ ଓଜନ ବଢିପାରେ ଆମ ଶରୀରର ଓଜନ ବୃଦ୍ଧି ହ୍ରାସ ଦିଗରେ ମଧ୍ୟ ଭିଟାମିନ ଡି’ର ଭୂମିକା ରହିଥିବା ଏକ ରିସର୍ଚ୍ଚରୁ ଜଣାପଡିଛି । ଏହାର ଅଭାବରେ ଅନେକ ମେଦ ବହୁଳତାର ଶିକାର ହୋଇଥାନ୍ତି । ଯଦି ଡାଏଟିଂ, ବାୟାମ ସତ୍ତେ୍ୱ ଆପଣଙ୍କୁ ରେଜଲ୍ଟ ମିଳୁନି ତେବେ ନିଜ ଭିଟାମିନ ଡି’ର ମାତ୍ରା ଚେକ କରାଇନିଅନ୍ତୁ ।

ପ୍ରତ୍ୟହ କିଛି ସମୟ ଖରାରେ ବିତାନ୍ତୁ ଆମ ସମସ୍ତଙ୍କୁ ଜଣା ଯେ ସୂର୍ଯ୍ୟକିରଣ ଭିଟାମିନ ଡି’ର ସହଜ ସୁବିଧାରେ ଲପଲବ୍ଧ ଏକ ଉତ୍ସ । ତେଣୁ ପ୍ରତିଦିନ କିଛି ସମୟ ଖରାରେ ଛିଡାହେବା କିମ୍ବା ଚାଲିବା ଅଭ୍ୟାସ ରଖନ୍ତୁ । ଏହା ଦ୍ୱାରା ଶରୀରରେ ଏହି ଭିଟାମିନର ଅଭାବ ରହିବ ନାହିଁ ।

ଭିଟାମିନ ଡି ଥିବା ଖାଦ୍ୟ ଖାଆନ୍ତୁ ପ୍ରତ୍ୟହ ନିଜ ଖାଦ୍ୟରେ ଭିଟାମିନ ଡି ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଦହି, କଡ ଲିଭର ଅଏଲ, ସାଲମନ, ଆଲମଣ୍ଡ, ଲହୁଣି, ଅଣ୍ଡା, କ୍ଷୀର, ଛତୁ ଆଦି ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଆବଶ୍ୟକ ମାତ୍ରାରେ ଏହି ଭିଟାମିନ ପାଇପାରିଥାଏ ।

ଭିଟାମିନ ଡି ସପ୍ଲିମେଣ୍ଟ ଯଦି ପ୍ରତ୍ୟହ ଖରାରେ କିଛି ସମୟ ବିତାଇବା ସମ୍ଭବ ହେଉନାହିଁ କିମ୍ବା ସନ୍ତୁଳିତ ଆହାର ନେବାରେ ଅସୁବିଧା ହେଉଛି ତେବେ ଆପଣ ଭିଟାମିନ ଡି’ର ସପ୍ଲିମେଣ୍ଟ ନେଇପାରିବେ । ଏଥିପାଇଁ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରି ଭଲ ଭିଟାମିନ ଡି ସପ୍ଲିମେଣ୍ଟ ଖାଇପାରିବେ ।

#HEALTH #vitaminintake #HealthyFood #HealthyLife

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon