• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ ଜୁନ୍ 1-7: ଏହି ଚାରି ରାଶି ପାଇଁ ଭଲ ସମୟ


(ବେତାର ବ୍ୟୁରୋ) ଜୁଲାଇ ମାସର ଆରମ୍ଭରୁ ସୂର୍ଯ୍ୟ ଓ ଚନ୍ଦ୍ର ଉପରେ ରାହୁ କେତୁଙ୍କ ଅଶୁଭ ଦୃଷ୍ଟି ରହୁଛି। ଏଣୁ ମେଷ, ମିଥୁନ,ବିଛା, ମକର, କୁମ୍ଭ ଓ ମୀନ ଆଦି ରାଶିର ବ୍ୟକ୍ତିମାନଙ୍କ ପାଇଁ ଭଲ ସମୟ ନୁହେଁ। ଏହି ରାଶିର ବ୍ୟକ୍ତିମାନେ ଭୁଲ ନିଷ୍ପତ୍ତି ଏହି ସମୟରେ ନେଇପାରନ୍ତି। ତେବେ ବୃଷ, ସିଂହ ,କନ୍ୟା, ତୁଳା ରାଶିର ବ୍ୟକ୍ତିମାନଙ୍କ ଅପେକ୍ଷାକୃତ ଭଲ ସମୟ ରହିଛି।

ଆସନ୍ତୁ ଜାଣିବା ସେଗୁଡିକ କ'ଣ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ : ଚଳିତ ସପ୍ତାହ ଆରମ୍ଭରୁ ଏହି ରାଶିର ବ୍ୟକ୍ତିମାନେ ନିଜର ପ୍ରତିଭା, ପୌରୁଷ ଦେଖାଇବାରେ ସକ୍ଷମ ହେଇପାରିବେ। ଲକ୍ଷ୍ୟ ପୁରାଣରେ ସଫଳ ହେଇପାରିବେ। ସପ୍ତାହ ମଧ୍ୟରେ ଝଗଡା ହେବାର ସମ୍ଭାବନା ଅଛି, ଏଣୁ ବିବାଦରୁ ଦୁରେଇ ରୁହନ୍ତୁ। ସପ୍ତାହର ଶେଷ 3 ଦିନ ସାଧାରଣ ରହିବ।କୌଣସି ନୂଆ କାମ ଏହି ସମୟରେ କରନ୍ତୁ ନାହିଁ।

ବୃଷ : ଆପଣଙ୍କ ପାଇଁ ଏ ସପ୍ତାହ କର୍ମ ସମ୍ବନ୍ଧୀୟ ଦୌଡାଦୌଡ଼ି ରେ ବିତିବ। ସପ୍ତାହ ଆରମ୍ଭରୁ ମନ ମୁତାବକ କାର୍ଯ୍ୟ କରିବାରେ ସଫଳ ହେବେ, ହେଲେ ସପ୍ତାହ ର ଶେଷ 3 ଦିନ ଆପଣ କୌଣସି କାରଣ ପାଇଁ ବ୍ୟତିବ୍ୟସ୍ତ ହେଇପାରନ୍ତି। ଆପଣଙ୍କ ଚିହ୍ନା ପରିଚୟ କେହି ମନ କାଷ୍ଠା କଲାଭଳି କଥା କହିପାରନ୍ତି। ଏଥିପାଇଁ ନିଜ ମନକୁ ନିୟନ୍ତ୍ରଣରେ ରଖନ୍ତୁ।

ମିଥୁନ : ଏ ସପ୍ତାହ ସାରା ଆପଣଙ୍କ ପାଇଁ ଖୁସିରେ ବିତିବ। ତେବେ ଧ୍ୟାନ ଦିଅନ୍ତୁ ଅନ୍ୟ କାହା ବୁଦ୍ଧିରେ କିଛି କରିବା ଆଗରୁ ନିଜେ ବାରମ୍ବାର ଚିନ୍ତା କରନ୍ତୁ। ଆପଣଙ୍କ ବିରୋଧୀ ହଇରାଣ କରିବାକୁ ଚେଷ୍ଟା କରିପାରନ୍ତି, ତେବେ ସେମାନେ ସଫଳ ହେବେ ନାହିଁ। ପରିବାରରେ ଶାନ୍ତି ବଜାୟ ରହିବ।

କର୍କଟ :ଏ ସପ୍ତାହ ଆରମ୍ଭରୁ ପ୍ରଥମ ତିନିଦିନ ସତର୍କ ରହିବା ଉଚିତ। ସେମିତି ବିଶେଷ ଆବଶ୍ୟକ ନ ଥିଲେ ଦୂର ଯାତ୍ରା କରନ୍ତୁ ନାହିଁ। ଅଯଥା ଖର୍ଚ୍ଚ ଯୋଗ ରହିଛି। ତେବେ ସପ୍ତାହର ମଧ୍ୟଭାଗ ସୁଖପ୍ରଦ ରହିବ। ସପ୍ତାହ ଶେଷ ଆଡକୁ ଆର୍ଥିକ ଲାଭ ହେଇପାରେ ବା ସେହିଭଳି କିଛ8 ଖବର ପାଇପାରନ୍ତି।

ସିଂହ: ଚଳିତ ସପ୍ତାହର ପ୍ରଥମ 3 ଦିନ ଆପଣଙ୍କ ପାଇଁ ସୁଖସମୟ ଆଣିପାରେ। ନିଜ କାମ ସୁବିଧାରେ କରିପାରିବେ ଓ ମନ ପ୍ରଫୁଲ୍ଲ ରହିବ।କିଛି ବ୍ୟକ୍ତି ଦୂର ସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି। ସପ୍ତାହ ମଝିରେ ଖର୍ଚ୍ଚ ଯୋଗ ରହିଛି, ଏଣୁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସପ୍ତାହ ଶେଷ ଆଡକୁ ଖୁସିରେ ଦିନ କଟିବ।

କନ୍ୟା : ଏ ସପ୍ତାହରେ ଆପଣଙ୍କୁ ମିଶ୍ରିତ ଫଳ ମିଳିବାର ସମ୍ଭାବନା ରହିଛି।ସପ୍ତାହ ଆରମ୍ଭରେ ପ୍ରଥମ ପାଞ୍ଚଦିନ ଯାଏଁ କର୍ମକ୍ଷେତ୍ରରେ ସ୍ଥିତି ଉତ୍ତମ ରହିବ। ହେଲେ ଶେଷ ତିନି ଦିନ ପରିସ୍ଥିତି ଖରାପ ହେଇପାରେ, ମିତ୍ରମାନେ ମଧ୍ୟ ଶତୃ ପରି ଆଚରଣ କରିପାରନ୍ତି। ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ହେଉପାରେ।

ତୁଳା : ଏ ସପ୍ତାହ ରେ ଭାଗ୍ୟଦେବୀ ଆପଣଙ୍କ ଉପରେ ପ୍ରସନ୍ନ ଅଟନ୍ତି। ଏଣୁ ସପ୍ତାହ ସାରା ଖୁସିରେ କଟିବ। ନିଜ ସମାଜ, ପଡ଼ୋଶୀମାନକ ଭିତରେ ପ୍ରତିଷ୍ଠା ବଜାୟ ରହିବ। ତେବେ ନିଜ ମନକଥା କାହା ଆଗରେ ପ୍ରକାଶ ନ କଲେ ଭଲ।

ବିଛା :ଏ ସପ୍ତାହର ପ୍ରଥମ ତିନିଦିନ ବାଦ ବିବାଦ, କାର୍ଯ୍ୟ ହାନି, ପ୍ରିୟ ଜିନିଷ ହଜିବା ଭଳି ଯୋଗ ରହିଛି।ଏଣୁ ମାନଧ୍ୟାନ ସହିତ ଓ ଏକଗ୍ରତା ସହକାରେ କେବଳ ଦୈନନ୍ଦିନ ରୁଟିନ କର୍ତ୍ତବ୍ୟ କରନ୍ତୁ। ସପ୍ତାହ ମଝି ଆଡକୁ ସ୍ଥିତିରେ କିଛିଟା ଉନ୍ନତି ଆସିପାରେ। ସପ୍ତାହ ଶେଷ ଆଡକୁ ଅଟକି ଥିବା କାମ ପୁଣି ଆରମ୍ଭ ହେଇପାରେ।

ଧନୁ : ଆପଣଙ୍କ ପାଇଁ ଚଳିତ ସପ୍ତାହର ପ୍ରାରମ୍ଭ ସୁଖ ପ୍ରଦାନକାରୀ, ସପ୍ତାହ ମଧ୍ୟଭାଗ ବିଘ୍ନସୃଷ୍ଟିକାରୀ ଓ ସପ୍ତାହର ଅନ୍ତ ମଙ୍ଗଲମୟ ହେବ।ଏଣୁ ସପ୍ତାହ ମଝି ଆଡକୁ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ, ଧୀରେ ଧୀରେ ସବୁ ଠିକ ହେଇଯିବ।

ମକର : ଚଳିତ ସପ୍ତାହ ଆରମ୍ଭରୁ କାର୍ଯ୍ୟସିଦ୍ଧି ବା ଅର୍ଥିକଲାଭ ହେଉପାରେ। ସପ୍ତାହ ମଝିରେ ନିଜ ପ୍ରୀୟ ବ୍ୟକ୍ତିଙ୍କ ସହିତ ମିଳାମିଶା ପରେ ଆତ୍ମବିଶ୍ଵାସ ଉଛ ରହିବ। ସପ୍ତାହର ଶେଷ 3 ଦିନ ଅଜଣା ଲୋକଙ୍କଠାରୁ ଦୁରେଇ ରୁହନ୍ତୁ, ଯାତ୍ରାରେ ଅସୁବିଧା ଆସିପାରେ।

କୁମ୍ଭ : ଏ ସପ୍ତାହରେ କୌଣସି ଖୁସି ଖବର ପାଇ ମନ ପ୍ରଫୁଲ୍ଲ ରହିବ। କୌଣସି ପୁରୁଣା ପଇସା ଫେରିବାକୁ ବା ଅଟକିଥିବା କାମ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ, ସମୟ ଆପଣଙ୍କ ସପକ୍ଷରେ ରହିଛି। ଏ ସପ୍ତାହରେ ଯଦି ନିଜ ମନୋଭାବରେ ପରିବର୍ତ୍ତନ କରିବେ, ତେବେ ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ସପ୍ତାହ ଶେଷ ଆଡକୁ ଶାରୀରିକ ଅଘଟରୁ ନିଜକୁ ଦୂରେଇ ରଖନ୍ତୁ।

ମୀନ : ଚଳିତ ସପ୍ତାହ ଆପଣଙ୍କ ପାଇଁ ମିଶ୍ରିତ ପ୍ରଭାବ ଆଣିଦେବ। ଆରମ୍ଭରୁ ଦୁଇଦିନ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିପାରେ,ଅନାବଶ୍ୟକ କଳହ ହେଇପାରେ। ଏଣୁ ଧୈର୍ଯ୍ୟର ସହିତ କାମ କରିଚାଲନ୍ତୁ। ସପ୍ତାହ ମଧ୍ୟଭାଗ ଆଡକୁ ସ୍ଥିତି ସାଧାରଣ ରହିବ। ସପ୍ତାହର ଶେଷ ତିନିଦିନ ଭଲ ଖବର ବା ଆର୍ଥିକ ଲାଭ ଖବର ଶୁଣି ମନ ପ୍ରଫୁଲ୍ଲ ରହିବ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon