• ବେତାର ବ୍ୟୁରୋ

ଜୁଲାଇ ୪ରେ ବଜାରକୁ ଆସିବ ସାଓମିର ଏହି  ସ୍ମାର୍ଟଫୋନ: ଜାଣନ୍ତୁ  ଏହାର ଫିଚର ଓ ମୂଲ୍ୟ


(ବେତାର ବ୍ୟୁରୋ) ଚାଇନାର ମୋବାଇଲ ନିର୍ମାଣ କମ୍ପାନୀ ସାଓମି ଜୁଲାଇ ୪ ତାରିଖରେ ପ୍ରତୀକ୍ଷିତ ଫୋନ ରେଡ ମି ୭-ଏର ଭାରତ ବଜାର ପ୍ରବେଶ କରାଇବ । ଏ ନେଇ ସାଓମିର ଇଣ୍ଡିଆ ମ୍ୟାନେଜିଂ ଡାଇରେକ୍ଟର ଟୁଇଟ କରି ସୂଚନା ଦେଇଛନ୍ତି । ରେଡ ମି ୬ ଏ ଠାରୁ ଏହାର ପ୍ରୋସେସର ଅଧିକ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । 

ଆସନ୍ତୁ ଜାଣିବା ଫୋନର ସମସ୍ତ ଫିଚର ଏବଂ କେତେ ରହିଛି ଏହାର ବଜାର ମୂଲ୍ୟ ।

ଉନ୍ନତ ପ୍ରୋସେସର, ଅଧିକ ବ୍ୟାଟେରି କ୍ଷମତା ରେଡ ମି ୪ଏ, ୫ଏ, ୬ଏ ଠାରୁ ଏହି ଫୋନରେ ଅଧିକ ଶକ୍ତିଶାଳୀ ପ୍ରୋସେସର ରହିଛି । ଏମଆଇ ୭ଏ କ୍ୱାଲକମ ସ୍ନାପଡ୍ରାଗନ ୪୩୯ ଅକ୍ଟାକୋର ଚିପ୍ସେଟରେ ଉପଲବ୍ଧ ହେବ । ଏଥିସହ ଏହି ଫୋନରେ ୪୦୦୦ ଏମଏଚ କ୍ଷମତା ସମ୍ପନ୍ନ ବ୍ୟାଟେରି ରହିିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

୧୩/୫ ମେଗାପିକ୍ସେଲ କ୍ୟାମେରା ୫.୪ ଇଞ୍ଚ  ଆଇପିଏସ ଏଲସିଡି ଓ ଏଚଡି ଡିସପ୍ଲେରେ ଆସୁଥିବା ଏମଆଇ ୭ଏ ଫୋନରେ ଫ୍ରଣ୍ଟ ଓ ବ୍ୟାକ କ୍ୟାମେରାରେ ସିଙ୍ଗଲ ସେନସର ଉପଲବ୍ଧ । ଏହାର ରିଅର କ୍ୟାମେରା ୧୩ ମେଗାପିକ୍ସେଲ ରଖାଯାଇଥିବାବେଳେ ସମ୍ମୁଖ କ୍ୟାମେରା ୫ ଏମପି ବିଶିଷ୍ଟ ଥିବା ଜଣାଯାଇଛି ।

୨ ଭାରିଆଣ୍ଟରେ ଚାଇନାରେ ଲଞ୍ଚ ହୋଇଛି ଚାଇନାରେ ଏହି ଫୋନ ୨ଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଗୋଟିଏ ୨ ଜିବି ରାମ ଓ ୧୬ ଜିବି ଇଣ୍ଟରନାଲ ମେମୋରି ରହିଥିବାବେଳେ ଅନ୍ୟଟିରେ ୩ ଜିବି ରାମ ଓ ୩୨ ଜିବି ଇଣ୍ଟରନାଲ ମେମୋରି ରହିଛି ।

ଫୋନର ବଜାର ମୂଲ୍ୟ ଚାଇନାରେ ଏହି ଫୋନର ବଜାର ମୂଲ୍ୟ ୫୯୯ ୟୁଆନ (ପ୍ରାୟ ୬ ହଜାର ଟଙ୍କା) ରହିଛି । ଭାରତ ବଜାରରେ ଏ ପର୍ଯ୍ୟନ୍ତ ଏମଆଇ ୭ଏର ମୂଲ୍ୟ ଘୋଷଣା କରାଯାଇ ନ ଥବାବେଳେ ଏହାର ଦାମ ୭ରୁ ୮ ହଜାର ମଧ୍ୟରେ ରହିପାରେ ବୋଲି ଅନୁମାନ କରାଯାଉଛି ।

#technews #mobile #SmartPhone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon